ETV Bharat / bharat

ମନ୍ଦିରରୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ୬ ଶ୍ରଦ୍ଧାଳୁ ମୃତ - ଭୟଙ୍କର ସଡକ ଦୁର୍ଘଟଣା

ମନ୍ଦିରରୁ ଫେରିବା ବାଟରେ ଭୟଙ୍କର ସଡକ ଦୁର୍ଘଟଣାରେ ୬ ଶ୍ରଦ୍ଧାଳୁ ମୃତ । ଅଧିକ ପଢନ୍ତୁ

ମନ୍ଦିରରୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ୬ ଶ୍ରଦ୍ଧାଳୁ ମୃତ

author img

By

Published : Dec 7, 2022, 9:50 AM IST

ଚେନ୍ନାଇ: ମନ୍ଦିରରୁ ଫେରିବା ବାଟରେ ଛକିଥିଲା ଯମ । କଣ୍ଟେନର ସହ ପିକଅପ୍ ଭ୍ୟାନ ଧକ୍କାରେ ଆଖି ବୁଜିଲେ ୬ ଶ୍ରଦ୍ଧାଳୁ । ଆଜି ବଡି ଭୋର୍ ପ୍ରାୟ ୪ଟା ସମୟରେ ତାମିଲନାଡୁର ଚେନଗଲପଟ୍ଟୁରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ୧୦ ଜଣ ଶ୍ରଦ୍ଧାଳୁ ଏକ ପିକଅପ୍ ଭ୍ୟାନ ଯୋଗେ ଫେରୁଥିବା ସମୟରେ କଣ୍ଟେନର ସହ ଧକ୍କା ହେବା ଯୋଗୁଁ ୬ ଜଣ ପ୍ରାଣ ହରାଇଛନ୍ତି ଏବଂ ୪ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

ସୂଚନାଯୋଗ୍ୟ, କାର୍ତ୍ତିକ ଦୀପମ ଉତ୍ସବ ଅବସରରେ ଚେନଗଲପଟ୍ଟୁ ପୋଜହିଚଲୁର ଅଞ୍ଚଳର ୧୦ ଜଣ ଲୋକ ଏକ ପିକଅପ୍ ଭ୍ୟାନରେ ଥିରୁଭନ୍ନାମଲାଇ ସ୍ଥିତ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ସେଠାରେ ଦର୍ଶନ ସାରି ଆଜି ଭୋର ସମୟରେ ଘରକୁ ଫେରୁଥିଲେ । ବାଟରେ ପିକଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତାକଡରେ ଛିଡା ହୋଇଥିବା ଏକ କଣ୍ଟେନର ସହ ଜୋରରେ ପିଟି ହୋଇଥିଲା । ଏତିକି ବେଳେ ଆଉ ଏକ ଦ୍ରୁତଗାମୀ ଯାନ ପଛରୁ ଆସି ପିକଅପ୍ ଭ୍ୟାନକୁ ଧକ୍କା ଦେଇଥିଲା । ଫଳରେ ଏହି ଭୟଙ୍କର ଦୁର୍ଘଟଣାରେ ଗାଡିଟି ପୁରା ଚୁରମାର୍ ହୋଇଯାଇଥିଲା ଓ ୬ ଜଣ ପ୍ରାଣ ହରାଇଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିଛି । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.