ହାଇଦ୍ରାବାଦ: ପଶ୍ଚିମବଙ୍ଗ ଆସାନସୋଲରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ଦଳଚକଟା ଘଟିଛି । ଏଥିରେ 3ଜଣ ମହିଳା ପ୍ରାଣ ହରାଇଛନ୍ତି (several dies in Suvendu Adhikari meeting) । ଅଘଟଣରେ ଅନ୍ୟ 5ଜଣ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଜି (ବୁଧବାର) ସଂଧ୍ୟାରେ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ଏକ କମ୍ବଳ ବିତରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ମାତ୍ରାଧିକ ଭିଡ ସହ ଦଳାଚକଟା ହୋଇଥିଲା ।
ଶୁଭେନ୍ଦୁ ଅଧିକାରୀ କାର୍ଯ୍ୟକ୍ରମସ୍ଥଳ ଛାଡିବାର ମାତ୍ର କିଛି ସମୟ ପରେ ଏହି ଅଘଟଣ ଘଟିଥିବ ସୂଚନା ମିଳିଛି । କାର୍ଯ୍ୟକ୍ରମକୁ ଆସାନସୋଲ ମେୟର ଆୟୋଜନ କରିଥିବା ବେଳେ ଏଥିରେ ଶୁଭେନ୍ଦୁ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ । 3 ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କିଛି ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି (several dies in Suvendu Adhikari meeting)।
ଅଘଟଣ ପରେ ରାଜ୍ୟରେ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ଶୁଭନ୍ଦୁ ଉକ୍ତ ସ୍ଥାନରେ ପୋଲିସ ଅନୁମତି ନନେଇ କାର୍ଯ୍ୟକ୍ରମର ଆୟୋଜନ କରିଥିବା ଶାସକ ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି । ଟିଏମସି ମୁଖପାତ୍ର କୁନାଲ ଘୋଷ ଅଭିଯୋଗ କରିଛନ୍ତି ଯେ, କେବଳ କମ୍ବଳ ବଣ୍ଟନ ଆଳରେ ଶୁଭେନ୍ଦୁ ଅଧିକାରୀ ମାତ୍ରାଧିକ ଲୋକଙ୍କୁ ଏକାଠି କରାଇଥିଲେ । ଫଳରେ ଏପରି ଅଘଟଣ ଘଟିଲା । ନୀରିହ ଲୋକଙ୍କ ଜୀବନ ସହ ଶୁଭେନ୍ଦୁ ଖେଳ ଖେଳିଥିବା କହିବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଛନ୍ତି କୁନାଲ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ