ETV Bharat / bharat

ନିମିଷକେ ମିଳାଇଗଲା ବିବାହ ଖୁସି, ହଳଦୀ ବିଧି ବେଳେ କାନ୍ଥ ଭୁଶୁଡି 6 ମୃତ

Uttar Pradesh Wall Collapse: ଉତ୍ତରପ୍ରଦେଶରେ ଅଭାବନୀୟ ଘଟଣା । ବିବାହ ଉତ୍ସବ ବେଳେ କାନ୍ଥ ଭୁଶୁଡି ପଡିବା ଯୋଗୁଁ ୬ ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 9, 2023, 11:43 AM IST

ବିବାହର ହଳଦୀ ବିଧି ବେଳେ ଭୁଶୁଡିଲା କାନ୍ଥ
ବିବାହର ହଳଦୀ ବିଧି ବେଳେ ଭୁଶୁଡିଲା କାନ୍ଥ

ଲକ୍ଷ୍ନୌ: ବିବାହ ପାଇଁ ଚାଲିଥିଲା ଜୋରଦାର ପ୍ରସ୍ତୁତି । ବିବାହ ପୂର୍ବର ହଳଦୀ ବିଧି ପାଇଁ ଗାଁର ମହିଳାମାନେ ଏକାଠି ହୋଇଥିଲେ । ଠିକ୍ ଏମିତି ବେଳେ ସେମାନଙ୍କ ଉପରେ ଭୁଶୁଡି ପଡିଲା କାନ୍ଥ । ଆଉ ମୃତ୍ୟୁର କାନ୍ଥ ତଳେ ଚାପି ହୋଇ ଚାଲିଗଲା ୬ ଜୀବନ । ଫଳରେ ବିବାହ ଉତ୍ସବର ଖୁସି ନିମିଷକରେ ଶୋକରେ ପରିଣତ ହୋଇଗଲା । ଶୁକ୍ରବାର ଉତ୍ତରପ୍ରଦେଶର ମଉ ଜିଲ୍ଲାରେ ଏକ ବିବାହ ଉତ୍ସବ ସମୟରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଯାଇଛି । କାନ୍ଥ ତଳେ ଚାପି ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି ।

ପୋଲିସ ସୂଚନା ଅନୁସାରେ, ମଉ ଜିଲ୍ଲାର ଘୋଷି ନିବାସୀ ରାଧେଶ୍ୟାମ, ବ୍ରିଜେଶ ମଦ୍ଧେଶିୟାଙ୍କ ଘର ବିବାହ କାର୍ଯ୍ୟକ୍ରମ ଥିଲା । ବିବାହ ପୂର୍ବରୁ ଶୁକ୍ରବାର ହଳଦୀ ରସମ ପାଳନ ହେଉଥିଲା । ଏହି ବିଧି ପାଇଁ ଗାଁର ମହିଳାମାନେ ବ୍ୟାଣ୍ଡ ବାଜା ସହିତ ବାହରକୁ ଯାଇଥିଲେ । ଫେରୁଥିବା ବାଟରେ ଏଚଡିଏଫସି ବ୍ୟାଙ୍କ ନିକଟରେ ଗୋଟିଏ ପୁରୁଣା କାନ୍ଥ ସେମାନଙ୍କ ଉପରେ ଭୁଶୁଡି ପଡିଥିଲା । ଫଳରେ ୨୯ ଜଣ ଲୋକ ଏହି କାନ୍ଥ ତଳେ ଚାପି ହୋଇଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ମହମବତୀ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ୬ ମୃତ, ଏକାଧିକ ଆହତ

ସ୍ଥାନୀୟ ଲୋକେ ସେମାନଙ୍କ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଖବର ପାଇ ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ହେଲେ କାନ୍ଥ ତଳେ ଚାପି ହୋଇଯିବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା ଏବଂ ୨୪ ଜଣ ଆହତ ହୋଇଥିଲେ । ପରେ ଆଜି (ଶନିବାର) ସକାଳୁ ଆଉ ଦୁଇ ଜଣ ଆହତଙ୍କ ମୃତ୍ୟୁ ଘଟିବା ଯୋଗୁଁ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଓ ୪ ମହିଳା ରହିଛନ୍ତି । ବର୍ତ୍ତମାନ ହସ୍ପିଟାଲରେ ୨୨ ଆହତଙ୍କ ଚିକିତ୍ସା ଜାରି ରହିଛି । ସେମାନଙ୍କ ମଧ୍ୟରେ କିଛି ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା ରହିଛି ।

ଏ ସମ୍ପର୍କରେ ଖବର ପାଇ ଜିଲ୍ଲାପାଳ ଅରୁଣ କୁମାର ଏବଂ ଏସପି ଅଭିନାଶ ପାଣ୍ଡେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗୁରୁତର ଆହତ ହୋଇଥିବା ଲୋକଙ୍କୁ ଆଜମଗଡ ପିଜିଆଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଘଟଣା ସମ୍ପର୍କରେ ଅବଗତ ହୋଇ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.