ETV Bharat / bharat

ଉତ୍ତରପ୍ରଦେଶରେ ଜଳିଗଲା ଦୁର୍ଗାପୂଜା ମଣ୍ଡପ: 5 ମୃତ, 60ରୁ ଊର୍ଦ୍ଧ୍ବ ଆହତ - ଉତ୍ତର ପ୍ରଦେଶ ଖବର

ଉତ୍ତରପ୍ରଦେଶ ଭଦୋହି ଜିଲ୍ଲାରେ ସର୍ଟ ସର୍କିଟରୁ ଜଳିଗଲା ଦୁର୍ଗା ମଣ୍ଡପ । ୨ ଶିଶୁଙ୍କ ସମେତ 5 ଶ୍ରଦ୍ଧାଳୁ ମୃତ । 60ରୁ ଉର୍ଦ୍ଧ୍ବ ଆହତ । (fire in Druga pandal in up) କିଛି ଗୁରୁତରଙ୍କୁ ବାରଣାସୀ ସ୍ଥାନାନ୍ତର । ଅଧିକ ପଢନ୍ତୁ

ଉତ୍ତର ପ୍ରଦେଶରେ ଦୁର୍ଗା ମଣ୍ଡପରେ ଅଗ୍ନିକାଣ୍ଡ: ୩ ମୃତ, ୭୦ରୁ ଉର୍ଦ୍ଧ୍ବ ଆହତ

author img

By

Published : Oct 3, 2022, 9:53 AM IST

Updated : Oct 3, 2022, 11:11 AM IST

ଲକ୍ଷ୍ନୌ: ପାର୍ବଣରେ ଅଘଟଣ । ଦୁର୍ଗା ମଣ୍ଡପରେ ନିଆଁ ଲାଗିଯିବାରୁ 5 ଜଣ ପ୍ରାଣ ହରାଇବା ସହ ପ୍ରାୟ 60ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି (fire in Druga pandal in up)। ଗତକାଲି (ରବିବାର) ରାତିରେ ଉତ୍ତର ପ୍ରଦେଶ ଭଦୋହୀ ଜିଲ୍ଲା ଅନ୍ତର୍ଗତ ଅରାଇ ପୋଲିସ ଷ୍ଟେସନ ନିକଟ ପୋଖରା ନିକଟରେ ଥିବା ଏକ ଦୁର୍ଗା ମଣ୍ଡପରେ ଏହି ଅଘଟଣ ଘଟିଛି । ମୃତକଙ୍କ ମଧ୍ୟରେ ୨ ଶିଶୁ ଓ ୩ ମହିଳା ଶ୍ରଦ୍ଧାଳୁ ରହିଛନ୍ତି (several dead in Druga pandal cought fire)। ପ୍ରାଥମିକ ତଦନ୍ତରୁ ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟ ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି ।

ଉତ୍ତର ପ୍ରଦେଶରେ ଦୁର୍ଗା ମଣ୍ଡପରେ ଅଗ୍ନିକାଣ୍ଡ: ୩ ମୃତ, ୭୦ରୁ ଉର୍ଦ୍ଧ୍ବ ଆହତ

ସ୍ଥାନୀୟ ଜିଲ୍ଲାଧିକାରୀ ଗୌରାଙ୍ଗ ରାଠୀ ସୂଚନା ଦେଇ କହିଛନ୍ତି, ‘‘ଅଘଟଣ ସମୟରେ ପୂଜା ମଣ୍ଡପରେ ପ୍ରାୟ 150 ଲୋକ ଉପସ୍ଥିତ ଥିଲେ । ଅଗ୍ନିକାଣ୍ଡ ଯୋଗୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ସେଠାରେ ଉପସ୍ଥିତ ପୋଲିସ ଓ ସ୍ଥାନୀୟ ଲୋକେ ଆହତଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସେମାନଙ୍କ ମଧ୍ୟରେ କିଛି ଗୁରୁତରଙ୍କୁ ବାରଣାସୀ ଟ୍ରୋମା ସେଣ୍ଟରକୁ ରେଫର କରାଯାଇଛି ।’’

  • UPDATE | Uttar Pradesh: The death toll in the Bhadohi #DurgaPuja pandal fire incident rises to 5. Three children & two women dead. At least 64 injured: Bhadohi DM Gaurang Rathi

    — ANI UP/Uttarakhand (@ANINewsUP) October 3, 2022 " class="align-text-top noRightClick twitterSection" data=" ">

ପ୍ରଥମେ ଦୁଇ ଶିଶୁଙ୍କ ସମେତ ମୋଟ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଅଘଟଣ ସମ୍ପର୍କରେ ସୂଚନା ପାଇ, ବାରାଣାସୀ ଏଡିଜି, କମିଶନର ଯୋଗେଶ୍ୱର ରାମ ମିଶ୍ର, ଜିଲ୍ଲା ଅଧିକାରୀ, ପୋଲିସ ଅଧୀକ୍ଷକ ତଥା ଅନ୍ୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମୃତଦେହ ଗୁଡିକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଛି । ଅଘଟଣର କାରଣ ଖୋଜିବା ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛି । ଏକ ବୈଷୟିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରିବା ଜାରି ରଖିଥିବା ବେଳେ ଫଳାଫଳ ଆଧାରରେ କାରଣ ସ୍ପଷ୍ଟ ହେବା ନେଇ ଆଶା କରାଯାଉଛି । ତେବେ ପାର୍ବଣ ସମୟରେ ଏପରି ଅଘଟଣରେ ୫ ଶ୍ରଦ୍ଧାଳୁଙ୍କ ପ୍ରାଣହାନୀ ସାଙ୍ଗକୁ ଏକାଧିକ ଗୁରୁତର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 3, 2022, 11:11 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.