ETV Bharat / bharat

ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ: 25 ମୃତ, ଆଜି 12 ଜିଲ୍ଲାରେ ସ୍କୁଲ ବନ୍ଦ - ପ୍ରବଳ ବର୍ଷା ଯୋଗୁଁ ଆଜି ସ୍କୁଲ ବନ୍ଦ ରହିଛି

ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ । ପ୍ରବଳ ବଜ୍ରପାତ ଓ ବିଜୁଳି ଯୋଗୁଁ 25 ଜଣଙ୍କ ମୃତ୍ୟୁ ଘଟିଛି । ବର୍ଷା ଯୋଗୁଁ ଆଜି ରାଜ୍ୟର 12 ଜିଲ୍ଲାରେ ସ୍କୁଲ ବନ୍ଦ ରହିଛି । ଅଧିକ ପଢନ୍ତୁ

several dead due to heavy rainfall in up school closed on monday
ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ: ପ୍ରାୟ 25 ଜଣଙ୍କ ମୃତ୍ୟୁ, 12 ଜିଲ୍ଲାରେ ଆଜି ସ୍କୁଲ ବନ୍ଦ
author img

By

Published : Oct 10, 2022, 8:51 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ । ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଛି । ବଜ୍ରପାତ ଏବଂ ବିଜୁଳି ଯୋଗୁଁ ପ୍ରାୟ 25 ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ଅନେକ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ବିଶେଷ କରି ଲକ୍ଷ୍ନୌ, ଆଲିଗଡ଼, ମେରଟ, ଗୌତମ ବୁଦ୍ଧ ନଗର ଓ ଗାଜିଆବାଦରେ ପ୍ରବଳ ବର୍ଷା ଯୋଗୁଁ ଆଜି ସ୍କୁଲ ବନ୍ଦ ରହିଛି । ଏନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଜାରି କରିଛି ।

ଗୋରଖପୁର ସ୍ଥିତ ରାପି ନଦୀରେ ଲଗାଣ ବର୍ଷାରେ ଏକ ଡଙ୍ଗା ବୁଡିଯିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ଅଧୀକ୍ଷକ ସୂଚନା ଦେଇଛନ୍ତି । ସେହିପରି ରବିବାର ଦିନ ପ୍ରାୟ 11ଟା ସମୟରେ ଗାଜିଆବାଦରେ ବର୍ଷା ହେତୁ ଏକ ଘର ଭୁଶୁଡ଼ି ଯାଇଥିଲା । ଯେଉଁଥିରେ ଜଣେ 90 ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହାର୍ଡୋଇରେ ବଜ୍ରପାତରେ ଦୁଇ ଚାଷୀ ପ୍ରାୟ ହରାଇଛନ୍ତି ।

ସେହିପରି ପାଲି ଥାନା ଅନ୍ତର୍ଗତ ରାମପୁର ମିଶ୍ର ଗ୍ରାମରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଥିବା ଜଣାପଡ଼ିଛି । ସୀତାପୁର ଜିଲ୍ଲାରେ ବଜ୍ରାଘାତରେ ଜଣେ 11 ବର୍ଷୀୟ ନାବାଳିକାଙ୍କ ମୃତ୍ୟୁ ଘଟିଥିବାବେଳେ ଜଉନପୁର ଗ୍ରାମରେ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ମହାରାଜପୁର ଅଞ୍ଚଳରେ ଏକ ଅସ୍ଥାୟୀ କାନ୍ଥ ଭୁଶୁଡ଼ି 5 ଜଣ ଶିଶୁ ପ୍ରାଣ ହରାଇଛନ୍ତି ।

ସେହିପରି ଦିବାଇ ଏବଂ ଉଦାସପୁର ଅଞ୍ଚଳରେ କାନ୍ଥ ଭୁଶୁଡ଼ି ପ୍ରାୟ 6 ଜଣ ଆହତ ହୋଇଛନ୍ତି । ବଳରାମପୁରରେ ଦୁଇ ଯୁବକ ବନ୍ୟା ପାଣିରେ ଭାସି ଯାଇଛନ୍ତି । ରାଜ୍ୟରେ ଅଦିନିଆ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ଼ ଲାଗିରହିଛି । ଏଥିରେ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି । ସେପଟେ ଅନେକ ଗ୍ରାମ ଜଳବନ୍ଦୀ ସମସ୍ୟା ଦେଖାଦେଇଛି।

ଏହା ମଧ୍ୟ ପଢ଼ନ୍ତୁ: ଭଉଣୀକୁ ଦୁଷ୍କର୍ମ କରି ପୋଡ଼ିବାକୁ ବଡ଼ ଭାଇର ଉଦ୍ୟମ, ଥାନାରେ ମାମଲା

ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶରେ ହାରାହାରି 22.5 ମିଲିମିଟିର ବର୍ଷା ରେକର୍ଡ କରାଯାଇଛି । ଅକ୍ଟୋବର 1 ତାରିଖରୁ ରବିବାର ସୁଦ୍ଧା ରାଜ୍ୟରେ 92.3 ମିମି ବର୍ଷା ରେକର୍ଡ ହୋଇଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଆଇଏମଡି ପୂର୍ବାନୁମାନ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.