ETV Bharat / bharat

ବାଂଲାଦେଶ ଡେପୁଟି ହାଇକମିଶନ ଅଫିସ ଆଗରେ ଗୁଳି ଚଲାଇଲେ ପୋଲିସ କର୍ମୀ, ଦୁଇ ମୃତ - କୋଲାକାତାରେ ଗୁଳି ଚାଳନାରେ ଦୁଇ ମୃତ

ପୋଲିସ କର୍ମୀ ଅଚାନକ ବାଂଲାଦେଶ ଡେପୁଟି ହାଇକମିଶନ ଅଫିସ ସମ୍ମୁଖରେ ଗୁଳି ଚଳାଇବା ଆରମ୍ଭ କରି ଦେଇଥିଲେ । ଫଳରେ ଜଣେ ମହିଳା ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

ବାଂଲାଦେଶ ଡେପୁଟି ହାଇକମିଶନ ଅଫିସ ସମ୍ମୁଖରେ ଗୁଳି ଚଲାଇଲେ ପୋଲିସ କର୍ମୀ,  ଦୁଇ ମୃତ

author img

By

Published : Jun 10, 2022, 6:24 PM IST

କୋଲକାତା: ପଶ୍ଚିମବଙ୍ଗର ବାଂଲାଦେଶ ଡେପୁଟି ହାଇକମିଶନ ଅଫିସ ସମ୍ମୁଖରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ପୋଲିସ କର୍ମୀ ଅଚାନକ ବାଂଲାଦେଶ ଡେପୁଟି ହାଇକମିଶନ ଅଫିସ ସମ୍ମୁଖରେ ଗୁଳି ଚଳାଇବା ଆରମ୍ଭ କରି ଦେଇଥିଲେ । ଫଳରେ ଜଣେ ମହିଳା ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।

ଗୁଳି ଚଳାଇବାରେ ନିଜକୁ ଗୁଳି କରି ଜୀବନ ହାରିଛନ୍ତି ପୋଲିସ କର୍ମୀ । ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ଦୁଇ ମୃତଦେହ ଉଦ୍ଧାର କରିଛନ୍ତି । ଗୁଳି ଚଳାଇଥିବା ପୋଲିସ କର୍ମୀ ପ୍ରଥମେ ଏକ ଘଣ୍ଟାକାଳ ସେହି ସ୍ଥାନରେ ବୁଲି ସମସ୍ତ ସ୍ଥିତି ଅନୁଧ୍ୟାନ କରୁଥିଲେ । ଏହାପରେ ସେ ନିଜ ସର୍ଭିସ ବନ୍ଧୁକରୁ ଗୁଳି ଚଳାଇବା ଆରମ୍ଭ କରି ଦେଇଥିଲେ ।

ଏହି ଘଟଣା ପରେ କୋଲକାତାରେ ଥିବା ବାଂଲାଦେଶ ଡେପୁଟି ହାଇକମିଶନ ଅଫିସର ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି ହୋଇଛି । ସେପଟେ ଏହାକୁ ନେଇ ରାଜ୍ୟ ସରକାର କିମ୍ବା କୌଣସି ପୋଲିସ ଅଧିକାରୀ କୌଣସି ସୂଚନା ଦେଇ ନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.