ଭୋପାଳ: ମଧ୍ୟପ୍ରଦେଶ ବାଲାଘାଟରେ ବଡ ଅଘଟଣ । କୂଅ ସଫା କରିବାକୁ ଯାଇଥିବା ବେଳେ ଶ୍ବାସରୁଦ୍ଧ ହୋଇ ୫ ଜଣଙ୍କ ମୃତ୍ୟୁ ଘଟିଛି । କୂଅ ଭିତରେ ବିଷାକ୍ତ ଗ୍ୟାସ୍ ଥିବା ଯୋଗୁଁ ସେମାନଙ୍କ ଶ୍ବାସରୁଦ୍ଧ ହୋଇଥିବା କୁହାଯାଉଛି । ମୃତକଙ୍କ ମଧ୍ୟରେ ୩ ଭ।ଇ ଅଛନ୍ତି । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାପ୍ତ ସୂଚନା ମୁତାବକ, ଗତକାଲି(ବୁଧବାର) ଅପରାହ୍ନ ୩ଟା ସମୟରେ ବାଲାଘାଟର କୁନ୍ଦନ ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି ।
ବର୍ତ୍ତମାନ ଏହି ଅଞ୍ଚଳରେ ଜଳସଙ୍କଟ ଦେଖାଦେଇଛି । ତେଣୁ ଗାଁରେ ଥିବା ଏକ ଅପରିଷ୍କାର କୂଅକୁ ସଫା କରିବାକୁ ଗାଁର ଯୁବକମାନେ ସ୍ଥିର କରିଥିଲେ । ସଫେଇ କାର୍ଯ୍ୟ ପାଇଁ ଛଅ ଜଣ ଯୁବକ କୂଅ ଭିତରକୁ ଯାଇଥିଲେ । ହେଲେ ଏହି ସମୟରେ କୂଅର ତଳ ଭାଗରେ କୌଣସି ବିଷାକ୍ତ ଗ୍ୟାସ୍ ଯୋଗୁଁ ସମସ୍ତେ ଚେତାଶୂନ୍ୟ ହୋଇଯାଇଥିଲେ । ଗାଁଲୋକେ କଷ୍ଟେମଷ୍ଟେ ସେମାନଙ୍କୁ କୂଅରୁ ବାହାର କରି ହସ୍ପିଟାଲ ନେଇଥିଲେ ହେଁ ଡାକ୍ତର ୫ ଜଣଙ୍କୁ ମୃତ ଘୋଷଣା କରିଥିଲା । ସେହିପରି ଅନ୍ୟ ଜଣଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି ।
-
बालाघाट के कुदान गांव में कुएं में जहरीली गैस के रिसाव से हुई दुर्घटना में अनमोल जिंदगियों के असमय निधन का दुखद समाचार प्राप्त हुआ।
— Shivraj Singh Chouhan (@ChouhanShivraj) June 8, 2022 " class="align-text-top noRightClick twitterSection" data="
ईश्वर से दिवंगत आत्माओं को अपने श्री चरणों में स्थान और परिजनों को यह गहन दु:ख सहन करने की शक्ति देने की प्रार्थना करता हूं। विनम्र श्रद्धांजलि!
">बालाघाट के कुदान गांव में कुएं में जहरीली गैस के रिसाव से हुई दुर्घटना में अनमोल जिंदगियों के असमय निधन का दुखद समाचार प्राप्त हुआ।
— Shivraj Singh Chouhan (@ChouhanShivraj) June 8, 2022
ईश्वर से दिवंगत आत्माओं को अपने श्री चरणों में स्थान और परिजनों को यह गहन दु:ख सहन करने की शक्ति देने की प्रार्थना करता हूं। विनम्र श्रद्धांजलि!बालाघाट के कुदान गांव में कुएं में जहरीली गैस के रिसाव से हुई दुर्घटना में अनमोल जिंदगियों के असमय निधन का दुखद समाचार प्राप्त हुआ।
— Shivraj Singh Chouhan (@ChouhanShivraj) June 8, 2022
ईश्वर से दिवंगत आत्माओं को अपने श्री चरणों में स्थान और परिजनों को यह गहन दु:ख सहन करने की शक्ति देने की प्रार्थना करता हूं। विनम्र श्रद्धांजलि!
ଏହି ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ବିଟ୍ କରିଛନ୍ତି,''ଗାଁ କୂଅରେ ବିଷାକ୍ତ ଗ୍ୟାସ୍ ଯୋଗୁଁ କିଛି ଯୁବକଙ୍କ ଅକାଳ ବିୟୋଗ ଘଟିଥିବାର ଦୁଃଖଦ ଖବର ମୋ ପାଖକୁ ଆସିଛି । ଦିବଙ୍ଗତ ଆତ୍ମାଙ୍କୁ ଶ୍ରୀଚରଣରେ ସ୍ଥାନ ଦେବାକୁ ଏବଂ ତାଙ୍କ ପରିଜନଙ୍କୁ ଏହି ଦୁଃଖ ସହିବାକୁ ଶକ୍ତି ଦେବାକୁ ମୁଁ ଇଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି ।''