ETV Bharat / bharat

ସମୁଦ୍ରରେ ଭାସିଯାଇ ୪ ମୃତ, ଜଣେ ନିଖୋଜ - ବାପାତ୍ଲାରେ ସମୁଦ୍ରରେ ବୁଡି ଛାତ୍ର ମୃତ

ସମୁଦ୍ରରେ ଗାଧୋଉ ଥିବାବେଳେ ଭାସିଗଲେ ନାବାଳକ । ୪ ମୃତ ଓ ଜଣେ ନିଖୋଜ । ଅଧିକ ପଢନ୍ତୁ

ସମୁଦ୍ରରେ ଭାସିଯାଇ ୪ ମୃତ, ଜଣେ ନିଖୋଜ
ସମୁଦ୍ରରେ ଭାସିଯାଇ ୪ ମୃତ, ଜଣେ ନିଖୋଜ
author img

By

Published : Oct 5, 2022, 10:38 AM IST

ଅମରାବତୀ: ସମୁଦ୍ରରେ ଗାଧୋଉ ଥିବାବେଳେ ଭାସିଗଲେ ୬ ନାବାଳକ (Minor boys washed away at Sea beach) । ଗତକାଲି ଆନ୍ଧ୍ରପ୍ରଦେଶ ବାପାତ୍ଲା ଜିଲ୍ଲା ଅନ୍ତର୍ଗତ ସୂର୍ଯ୍ୟଲଙ୍କା ବେଳାଭୂମିରେ କିଛି ପିଲା ଭାସି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେ ବି ଜଣେ ନିଖୋଜ ରହିଛି । ମୃତକମାନେ ବିଜୟୱାଡାର ହୋଇଥିବା ଜଣାପଡିଛି । ଏନେଇ ଆଜି ଆନ୍ଧ୍ର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଯାହା ସୂଚନା ମିଳିଛି, ମଙ୍ଗଳବାର ବିଜୟୱାଡାର କିଛି ନାବାଳକ ସାଙ୍ଗ ହୋଇ ସୂର୍ଯ୍ୟଲଙ୍କା ବୁଲିବାକୁ ଆସିଥିଲେ । ସମସ୍ତଙ୍କ ବୟସ ୧୪ରୁ ୧୭ ବର୍ଷ ମଧ୍ୟରେ ଅଟେ । ସେମାନେ ସମୁଦ୍ରରେ ଗାଧୋଉଥିବା ସମୟରେ ଅସାବଧାନତା ଯୋଗୁଁ ଭାସି ଯାଇଥିଲେ । ବାପାତ୍ଲା ଏସପି ବକୁଲ ଜିନ୍ଦରଙ୍କ କହିବା ଅନୁସାରେ, ଏ ପର୍ଯ୍ୟନ୍ତ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଏବେ ବି ନିଖୋଜ ରହିଛି । ତେବେ ମୃତକଙ୍କ ମଧ୍ୟରୁ ଦୁଇ ଜଣ ଯୁକ୍ତ ଦୁଇରେ ପାଠ ପଢୁଥିଲେ । ଅନ୍ୟ ଦୁଇ ଜଣ ନବମ ଓ ଦଶମ ଶ୍ରେଣୀ ଛାତ୍ର ଥିଲେ ।

ଏହାମଧ୍ୟ ପଢନ୍ତୁ: ଉତ୍ତରାଖଣ୍ଡରେ ବରଯାତ୍ରୀ ବସ୍ ଦୁର୍ଘଟଣା: ଚାଲିଗଲା ୨୫ ଜୀବନ

ତେବେ ଏହି ପିଲାମାନେ ଏକ କ୍ୟାଟ୍ରିଂରେ କାମ କରୁଥିଲେ । ସେମାନଙ୍କ ପରିବାର ଲୋକଙ୍କ କହିବା ମୁତାବକ, ସୂର୍ଯ୍ୟଲଙ୍କାରେ ଏକ ବିବାହ କାର୍ଯ୍ୟକ୍ରମ ପାଇଁ ସମସ୍ତେ ମଙ୍ଗଳବାର ଦିନ ଟ୍ରେନ ଯୋଗେ ବିଜୟୱାଡାରୁ ସେଠାରେ ଯାଇଥିଲେ । ସେଠାରୁ ସମସ୍ତେ ମିଳିମିଶି ସମୁଦ୍ରରେ ଗୋଧୋଇବାକୁ ସୂର୍ଯ୍ୟଲଙ୍କା ବେଳାଭୂମିରେ ପହଞ୍ଚିଥିଲେ । ସମୁଦ୍ରରେ ଗୋଧୋଉ ଥିବାବେଳେ ଏଭଳି ଅଘଟଣ ଘଟିଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.