ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ 48,000ହଜାର ଟଙ୍କା ଚୁକ୍ତିରେ ତେଜସ ଲାଇଟ କମ୍ବାଟ 2024 ମାର୍ଚ୍ଚ ମାସରୁ ବିତରଣ ପ୍ରକ୍ରିୟା ଅରମ୍ଭ ହେବ। ସମୁଦାୟ 83ଟି ବିମାନ ଯୋଗାଣ ସମାପ୍ତ ହେବା ପର୍ଯ୍ୟନ୍ତ ପ୍ରତିବର୍ଷ ପ୍ରାୟ 16ଟି ବିମାନ ଚଳାଚଳ କରିବା ସହିତ ଅନେକ ଦେଶ ତେଜସ୍ ବିମାନ କ୍ରୟ ପାଇଁ ଆଗ୍ରହ ଦେଖାଉଥିବା କହିଛନ୍ତି ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡର ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ଆର.ମାଧବନ ।
ଆଗାମୀ ଦୁଇ ବର୍ଷ ମଧ୍ୟରେ ତେଜସ୍ ବିମାନର ପ୍ରଥମ ରପ୍ତାନୀ ଆଦେଶ ଆସିବା ନେଇ ସମ୍ଭାବନା ରହିଛି । ଚୀନର JF-17 ଯୁଦ୍ଧ ବିମାନ ତୁଳନାରେ ତେଜସ 1Aର ଉନ୍ନତ ପ୍ରଦର୍ଶନ ରହିଛି କାରଣ ଉନ୍ନତ ଟେକ୍ନୋଲୋଜି ଦ୍ବାରା ଏଥିଲେ ଉନ୍ନତ ଇଞ୍ଜିନ,ରାଡାର ସିଷ୍ଟମ ଓ ଯାନ୍ତ୍ରିକ ଯୁଦ୍ଧ ସୁଟ ରହିଛି । ସେ ଆହୁରୀ କହିଛନ୍ତି, ସବୁଠୁ ବଡ କଥା ହେଲା ଆକାଶମାର୍ଗରୁ ହେଉଥିବା ଯୁ୍ଦ୍ଧରେ ବିପକ୍ଷଙ୍କୁ ସାମ୍ନା କରିବାରେ ସାମର୍ଥ କେବଳ ତେଜସ ପାଖରେ ଅଛି ଯାହା ଅନ୍ୟ କେଉଁଥିରେ ନାହିଁ ।
ତେଜସ ଯୁଦ୍ଧ ବିମାନର ଉନ୍ନତ ଟେକ୍ନୋଲୋଜି ପାଇଁ ଅନ୍ୟ ଦେଶଗୁଡିକ ଏହାକୁ କ୍ରୟ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି କହିଛନ୍ତି ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଆର ମାଧବନ । ଜାନୁଆରୀ 13ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ସୁରକ୍ଷା କମିଟିରେ ଭାରତୀୟ ବାୟୁସେନାକୁ ବୃଦ୍ଧି କରିବା ପାଇଁ ହାଲରୁ 73 ତେଜସ୍ Mk-1A ଏବଂ 10ଟି LCA ତେଜସ Mk-1 ବିମାନ କିଣିବା ପାଇଁ 48,000 କୋଟି ଟଙ୍କାର ଚୁକ୍ତିରେ ଅନୁମୋଦନ ହୋଇଛି ।
ମାଧବନ କହିଛନ୍ତି ଯେ ବିମାନର ମୂଳ ମୂଲ୍ୟ ପ୍ରାୟ 25,000 କୋଟି ଟଙ୍କା ହୋଇଥିବାବେଳେ ବେସ୍ ଗ୍ରାଉଣ୍ଡ୍ ସପୋର୍ଟ ଉପକରଣ ଏବଂ ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ପାଇଁ 11,000 କୋଟି ଟଙ୍କା ଏବଂ କଷ୍ଟମ୍ସ ଡ୍ୟୁଟି ପାଇଁ ପ୍ରାୟ 7,000 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବିମାନର ପ୍ରତ୍ୟେକ ସଂସ୍କରଣର ମୂଲ୍ୟ 309 କୋଟି ଏବଂ ପ୍ରଶିକ୍ଷକଙ୍କ ପାଇଁ 280 କୋଟି ଟଙ୍କା ହେବ ବୋଲି ହାଲ ଅଧ୍ୟକ୍ଷ କହିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉପସ୍ଥିତିରେ ଫେବୃଆରୀ 5ରେ ଏରୋ ଇଣ୍ଡିଆ ପ୍ରଦର୍ଶନୀରେ ହାଲ ଏବଂ ଆଇଏଏଫ ମଧ୍ୟରେ ଆନୁଷ୍ଠାନିକ ଚୁ୍କ୍ତି ସ୍ବାକ୍ଷର ହେବା ନେଇ ଆଶା କରାଯାଉଛି ।
ବିମାନ ଉତ୍ପାଦନ ହାର ବୃଦ୍ଧି କରିବା ସହିତ ଆମେ ବାର୍ଷିକ 16ଟି ବିମାନ ଚଳାଇବାକୁ ଯୋଜନା କରିଛୁ ବୋଲି କହିଛନ୍ତି ହାଲର ନିର୍ଦ୍ଦେଶକ ଆର ମାଧବନ । ସେ ଆହୁରୀ କହିଛନ୍ତି ଲାଦାଖ ପାର୍ବ୍ୟତ ଅଞ୍ଚଳରେ ଅନ୍ୟାନ୍ୟ ବିମାନ ପରି ତେଜସ ମଧ୍ୟ ଦକ୍ଷତାର ସହିତ କାମ କରିବ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ