ETV Bharat / bharat

Fire Breaks Out In Pakistan: 9 ଶିଶୁ ମୃତ, 20 ଆହତ - ପାକିସ୍ତାନରେ ନିଆଁ ଲାଗି ଏକାଧିକ ଶିଶୁ ମୃତ

ପାକିସ୍ତାନର ସିନ୍ଧ ପ୍ରଦେଶରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା 60 ଘର । 9 ଶିଶୁଙ୍କ ସମେତ 20 ଆହତ । ତଦନ୍ତ ନିର୍ଦ୍ଦେଶ ଦେଲା ପାକିସ୍ତାନ ସରକାର । ଅଧିକ ପଢନ୍ତୁ

fire breaks out in in Pakistan: 9 ଶିଶୁ ମୃତ, 20 ଆହତ

author img

By

Published : Apr 21, 2022, 8:08 PM IST

ଇସଲାମାବାଦ: ପାକିସ୍ତାନର ସିନ୍ଧ ପ୍ରଦେଶରେ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏଥିରେ ଅତିକମରେ 9ଜଣ ଶିଶୁ ପ୍ରାଣ ହରାଇବା ସହ ପ୍ରାୟ 20ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ସିନ୍ଧି ପ୍ରଦେଶର ଦାଦୁ ଜିଲ୍ଲାର ଏକ ଗ୍ରାମରେ ଏପରି ଅଘଟଣ ଘଟିଛି । କେଉଁ କାରଣରୁ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ ।

ଗ୍ରାମର ଗୋଟିଏ ଘରେ ଅଗ୍ନିକାଣ୍ଡ ଘଟିବା ପରେ ଗ୍ରାମର ପ୍ରାୟ 60 ଘରକୁ ବ୍ୟାପିଥିଲା ନିଆଁ । ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲେ ସୁଦ୍ଧା ସେମାନେ ସଠିକ ସମୟରେ ନିଆଁକୁ ଆୟତ କରିବାକୁ ପହଞ୍ଚି ନଥିବା ମଧ୍ୟ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଫଳରେ ନିଆଁ ବ୍ୟାପିବା ସହ ଭୟଙ୍କର କ୍ଷତି ଘଟିଛି । 60 ପରିବାର ସର୍ବସ୍ବାନ୍ତ ହୋଇପଡିଥିବା ବେଳେ 9 ଶିଶୁଙ୍କ ପ୍ରାଣହାନୀ ସହ ପ୍ରାୟ 20 ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି ।

ଅଘଟଣ ପରେ ସିନ୍ଧି ପ୍ରଦେଶ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଫାୟାର ସର୍ଭିସର ଅବହେଳା ନେଇ ପ୍ରମାଣ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ପ୍ରକାଶ କରିଛନ୍ତି ସ୍ଥାନୀୟ ମୁଖ୍ୟମନ୍ତ୍ରୀ । ସେହିପରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଅଗ୍ନି ବିପନ୍ନଙ୍କୁ ତୁରନ୍ତ ରିଲିଫ ଓ ଥଇଥାନ କରାଯିବା ନେଇ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.