ETV Bharat / bharat

ଆସାମ ବିଜେପିରେ ଫାଟ, ହାତ ଧରିଲେ ବହୁ ବରିଷ୍ଠ ବିଜେପି ନେତା

ଆସାମ ବିଜେପିରେ ଫାଟ । ବିଜେପି ଛାଡି କଂଗ୍ରେସରେ ଯୋଗ ଦେଲେ ୧୮ ବରିଷ୍ଠ ନେତା । ଅଧିକ ପଢନ୍ତୁ

bjp leader quit assam bjp and joined congress
ଆସାମ ବିଜେପିରେ ଫାଟ, କଂଗ୍ରେସରେ ଯୋଗ ଦେଲେ ବହୁ ବରିଷ୍ଠ ବିଜେପି ନେତା
author img

By

Published : Jan 23, 2022, 8:01 PM IST

ଗୌହ୍ବାଟି: ଆସାମ ବିଜେପିରେ ଫାଟ । ବିଜେପି ଛାଡି କଂଗ୍ରେସରେ ଯୋଗ ଦେଲେ ୧୮ ବରିଷ୍ଠ ନେତା । ଏହି ମିଶ୍ରଣ ପର୍ବରେ ଆସାମ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭୂପେନ କୁମାର ବୋରା, ଲୋକସଭା ସାଂସଦ ପ୍ରଦ୍ୟୁତ୍ ବୋର୍ଦୋଲୋଇ ଏବଂ ଆସାମ କଂଗ୍ରେସ ବିଧାୟକ ଦଳର ନେତା ଦେବବ୍ରତ ସାଇକିଆ ଉପସ୍ଥିତ ଥିଲେ ।

ଅନ୍ୟପଟେ ଆସାମରେ ହୋଇଥିବା ଛାତ୍ର ସଂଗଠନ ନିର୍ବାଚନରେ କଂଗ୍ରେସର ଛାତ୍ର ସଙ୍ଗଠନ ଭଲ ପ୍ରର୍ଦଶନ କରିଛନ୍ତି । ସେହିପରି ଆସାମ ଲୋକେ ବିଜେପିକୁ ପସନ୍ଦ କରୁନଥିବା କଥା କହିଛନ୍ତି ଭୂପେନ କୁମାର ବୋରା । ଆସାମର ଯୁବପିଢି ବିଜେପି ସରକାରଙ୍କୁ ପସନ୍ଦ କରୁନଥିବା ଏହି ଛାତ୍ର ସଂଗଠନ ନିର୍ବାଚନରୁ ଜଣାପଡୁଛି ବୋଲି ଆସାମ ପ୍ରଦେଶ କଂଗ୍ରେସ କମିଟି ସଭାପତି କହିଛନ୍ତି ।

ତେବେ ଏହି କାରଣରୁ ଆସାମର ବିଭିନ୍ନ ପ୍ରାନ୍ତରୁ ବିଜେପିର ୧୮ ଜଣ ନେତା ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି । ଏହା ଆସାମ କଂଗ୍ରେସକୁ ଆହୁରି ଅଧିକ ଶକ୍ତିଶାଳୀ କରିବ ବୋଲି ବୋରା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.