ETV Bharat / bharat

Kejriwal's questioning: ଆନ୍ଦୋଳନ ବେଳେ ଶତାଧିକ AAP କାର୍ଯ୍ୟକର୍ତ୍ତା ଅଟକ, ଜରୁରୀ ବୈଠକ ଡାକିଲା ଦଳ

author img

By

Published : Apr 16, 2023, 7:32 PM IST

ସିବିଆଇ ମୁଖ୍ୟାଳୟରେ ଜାରି ରହିଛି କେଜ୍ରିଓ୍ବାଲଙ୍କୁ ଜେରା । ଆନ୍ଦୋଳନ କରୁଥିବା କାର୍ଯ୍ୟକର୍ତ୍ତାଙ୍କୁ ଉଠାଇ ନେଲା ପୋଲିସ । ସଂଧ୍ୟାରେ ଦଳ ଡାକିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ

ଆନ୍ଦୋଳନ ବେଳେ ଶତାଧିକ AAP କାର୍ଯ୍ୟକର୍ତ୍ତା ଅଟକ, ଜରୁରୀ ବୈଠକ ଡାକିଲା ଦଳ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସିବିଆଇ ଜେରା ଜାରି ରଖିଛି । ସିବିଆଇ ମୁଖ୍ୟାଳୟରେ ଜେରା ଚାଲିଥିବା ବେଳେ ଏହାକୁ ବିରୋଧ କରି ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି ଆପ ନେତା ଓ କର୍ମୀ । ଦଳର ବହୁ ବରିଷ୍ଠ ନେତାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଉଠାଇ ନେଇଛି । ଏବେ ସୁଦ୍ଧା କେଜ୍ରଓ୍ବାଲଙ୍କ ଜେରା ଶେଷ ହୋଇନାହିଁ । ଦଳ ଆଜି ସଂଧ୍ୟାରେ ମଧ୍ୟ ଏକ ଜରୁରୀ ବୈଠକ ମଧ୍ୟ ଡାକିଛି । ଦଳର ଦିଲ୍ଲୀ ଆବାହକ ଗୋପାଳ ରାୟ ଏହି ଜରୁରୀ ବୈଠକରେ ଅଧ୍ୟକ୍ଷତା କରିବେ ।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜ୍ରିଓ୍ବାଲ ଆଜି ପୂର୍ବାହ୍ନରେ ସିବିଆଇ ମୁଖ୍ୟାଳୟରେ ହାଜର ହୋଇଥିଲେ । ହାଜର ହେବା ପୂର୍ବରୁ ସେ ରାଜଘାଟରେ ଥିବା ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ହେଲେ ଦୀର୍ଘକାଳୀନ ଜେରା ଏବେ ନାନା ସନ୍ଦେହକୁ ଜନ୍ମ ଦେଇଛି । ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଧ୍ୟ ଦୀର୍ଘକାଳୀନ ଜେରା ପରେ ଗିରଫ କରିଥିଲା ସଂସ୍ଥା । ତେଣୁ କେଜ୍ରିଓ୍ବାଲଙ୍କ କ୍ଷେତ୍ରରେ ସେପରି ପୁନରାବୃତ୍ତି ହେବାର ଆଶଙ୍କା କରୁଛି ଦଳ । ଆଜି ଦିନ ତମାମ ଦଳର କାର୍ଯ୍ୟକର୍ତ୍ତା ସିବିଆଇ ମୁଖ୍ୟାଳୟ ବାହାରେ ପ୍ରତିବାଦ କରିଥିଲେ ।

ଦଳର ଯୁବ ସାଂସଦ ରାଘବ ଚଡ୍ଡା, ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ସମେତ ଶତାଧିକ କର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଉଠାଇ ନେଇଥିଲା । ଏହି ନେତାମାନେ ଭାରତୀୟ ଜନତା ପାର୍ଟି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନାରାବାଜୀ କରିଥିଲେ । ପୋଲିସ ସେମାନଙ୍କୁ ଉଠାଇ ନେଇ କିଛି ସମୟ ଥାନାରେ ଅଟକ ରଖିଥିଲା । ପରେ ସମସ୍ତଙ୍କୁ ଛାଡି ଦିଆଯାଇଥିବା ସୂଚନା ମିଳିଛି ।

ପୂର୍ବରୁ ମନୀଷ ସିସୋଦିଆ ଏକାଧିକ ଥର ଜେରା ହେବା ପରେ ଗିରଫ ହୋଇଥିଲେ । ଗିରଫ ହେବା ପରେ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ । ସେ ଏବେ ତିହାର ଜେଲ୍‌ରେ ଅଛନ୍ତି । ଅନ୍ୟତମ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ଜେଲ୍‌ରୁ ନିଜ ପଦରୁ ଇସ୍ତଫା ଦେଇଥିଲେ । କେନ୍ଦ୍ରୀୟ ସଂସ୍ଥାର ଏହି କାର୍ଯ୍ୟାନୁଷ୍ଠାନକୁ ଆମ ଆଦମୀ ପାର୍ଟି ଏକ ରାଜନୈତିକ ଆକ୍ରୋଶ ବୋଲି ପ୍ରଥମରୁ କହିଆସିଛି । ମନୀଷ ସିସୋଦିଆଙ୍କ ପରେ କେନ୍ଦ୍ରୀୟ ସଂସ୍ଥା ଏବେ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜେରା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.