ETV Bharat / bharat

Delhi Crime: ଭଉଣୀର ଅମାନୁଷିକ କାଣ୍ଡ, ୭ବର୍ଷର ଭାଇ ଗାଲରେ ଦେଲା ସିଗାରେଟ ଚେଙ୍କ - ଭାଇ ଗାଲ ଜାଳିଲା ଭାଇ

ଦ୍ବିତୀୟ ଶ୍ରେଣୀର ପାଠ ପଢୁଥିବା ଭାଇ ଗାଲରେ ସିଗାରେଟ ଚେଙ୍କ ଦେଲା ଭଉଣୀ । ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

Delhi Crime
Delhi Crime
author img

By

Published : Mar 3, 2023, 6:30 PM IST

ନୂଆଦିଲ୍ଲୀ: କ୍ରାଇମ ହବ୍‌ ଭାବେ ଜଣାଯାଉଥିବା ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣି ଘଟିଛି ଏକ ଲୋମହର୍ଷଣକାରୀ ଘଟଣା । ୭ବର୍ଷର ଶିଶୁ ଗାଲରେ ସିଗାରେଟ ଚେଙ୍କ ଦେଇଛି ସମ୍ପର୍କୀୟ ଭଉଣୀ । ଦିଲ୍ଲୀ ନେବସରାଇ ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଆହତ ଶିଶୁର ମା' ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଜୁଭେନାଇଲ ଜଷ୍ଟିସ ଆକ୍ଟ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।

ମିଳିଥିବା ସୂଚନା ଅନୁସାରେ ଆହତ ଶିଶୁ ଜଣକ ନେବସରାଇ ସ୍ଥିତ କେମ୍ବ୍ରିଜ ଇଣ୍ଟରନ୍ୟାସନାଲ ସ୍କୁଲରେ ଦ୍ବିତୀୟ ଶ୍ରେଣୀରେ ପାଠ ପଢୁଛି । ପିତାମାତାଙ୍କ ମଧ୍ୟରେ ଛାଡ଼ପତ୍ର ଯୋଗୁଁ ଶିଶୁ ଜଣକ ନିଜ ମାମୁଁଘରେ ରହିଥାଏ । ଗତ ୩ ମାସ ପୂର୍ବରୁ ସେ ସୈନିକ ଫାର୍ମ ସ୍ଥିତ ନିଜ ପିତାଙ୍କ ଘରକୁ ଯାଇଥିଲା । ସେଠାରେ ସମ୍ପର୍କୀୟ ଭଉଣୀ ଦ୍ବାରା ଏପରି ଘଟଣାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଶିଶୁ ଗାଲରେ ସିଗାରେଟ ଚେଙ୍କ ଦେବା ପରେ ଏହି ଘଟଣା ସମ୍ପର୍କରେ କାହାରିକୁ ନ କହିବା ଲାଗି ଅଭିଯୁକ୍ତ ଭଉଣୀ ଜଣକ କହିଥିଲା । ଏହାପରେ ଭୟରେ କୋମଳମତୀ ଶିଶୁଟି କାହାରିକୁ କିଛି କହିନଥିଲା ।

ଏହା ବି ପଢନ୍ତୁ- Umesh Pal Murder Case: ମୁଖ୍ୟ ଅଭିଯୁକ୍ତ ଅତିକ ସହଯୋଗୀ ଘରେ ବୁଲିଲା ବୁଲଡୋଜର

ତେବେ ଗତ ଫେବୃଆରୀ ୨୫ ତାରିଖରେ ଶିଶୁର ମାଉସୀ ତାକୁ ଆଣି ମାମୁଁ ଘରେ ଛାଡ଼ି ଚାଲିଯାଇଥିଲେ । ସେତେବେଳେ ପ୍ରକୃତ ଘଟଣା କଣ ଜଣାପଡ଼ିନଥିବା ବେଳେ ଶିଶୁର ମାଆ ତାକୁ ଡାକ୍ତରଙ୍କ ପାଖକୁ ନେଇ ଚିକିତ୍ସା କରାଇଥିଲେ । ଯେତେବେଳେ ଟ୍ୟୁସନ ଟିଚର ଶିଶୁକୁ ଏ ନେଇ ପ୍ରଶ୍ନ କରିଥିଲେ ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା । ବାପାଙ୍କ ଘରେ ରହୁଥିବା ବେଳେ ସମ୍ପର୍କୀୟ ଭଉଣୀ ଗାଲରେ ସିଗାରେଟ ଚେଙ୍କ ଦେଇଥିବା ଆହତ ଶିଶୁଟି କହିଥିଲା । ଏହାପରେ ଟ୍ୟୁସନ ସାର୍‌ ଶିଶୁର ମାଆକୁ ଖବର ଦେବା ପରେ ସେ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଅଭିଯୋଗ ଆଧାରରେ ମାର୍ଚ୍ଚ ୧ରେ ଏକ ମାମଲା ରୁଜୁ କରିଛି । ପୋଲିସର ସୂଚନା ଅନୁସାରେ ଆହତ ଶିଶୁର ପିତାମାତା ପରସ୍ପରକୁ ଛାଡ଼ପତ୍ର ଦେଇଛନ୍ତି । ଶିଶୁଟି କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କିଛି ଦିନ ମାଆ ପାଖରେ ରହୁଥିବା ବେଳେ ଆଉ କିଛି ଦିନ ପିତାଙ୍କ ପାଖରେ ରହିଥାଏ । ଯେତେବେଳେ ଶିଶୁଟି ନିଜ ପିତାଙ୍କ ଘରେ ରହୁଥିବା ସେହି ସମୟରେ ତା' ସହିତ ଏପରି ଘଟଣା ଘଟିଛି । ଜୁଭେନାଇଲ ଜଷ୍ଟିସ ଆକ୍ଟର ୭୫ ଧାରା ଅନୁସାରେ ମାମଲା ରୁଜୁ ହେବା ସହିତ ପୋଲିସ ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.