ETV Bharat / bharat

ମଥୁରାରେ ଭୟଙ୍କର ସଡକ ଦୁର୍ଘଟଣା; କାରକୁ ଧକ୍କା ଦେଲା ଟ୍ୟାଙ୍କର, 7 ମୃତ

author img

By

Published : Feb 24, 2021, 6:45 AM IST

ମଥୁରାରେ ଭୟଙ୍କର ସଡକ ଦୁର୍ଘଟଣା । ଯମୁନା ଏକ୍ସପ୍ରେସ ୱେ ରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ୟାଙ୍କର କାର୍‌କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ 7 ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକ ହରିୟାଣାର ହୋଇଥିବା ସୂଚନା ।

ମଥୁରାରେ ଭୟଙ୍କର ସଡକ ଦୁର୍ଘଟଣା;  କାରକୁ ଧକ୍କା ଦେଲା ଟ୍ୟାଙ୍କର, 7 ମୃତ
ମଥୁରାରେ ଭୟଙ୍କର ସଡକ ଦୁର୍ଘଟଣା; କାରକୁ ଧକ୍କା ଦେଲା ଟ୍ୟାଙ୍କର, 7 ମୃତ

ଲକ୍ଷ୍ନୌ: ମଥୁରାରେ ଭୟଙ୍କର ସଡକ ଦୁର୍ଘଟଣା । ଯମୁନା ଏକ୍ସପ୍ରେସ ୱେ ରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ୟାଙ୍କର କାର୍‌କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ 7 ଜଣଙ୍କର ମୃତ୍ୟୁ ହୋଇଛି । କାର୍‌ଟି ଆଗ୍ରାରୁ ନୋଏଡା ଆସୁଥିବା ବେଳେ ସମସ୍ତ ମୃତକ ହରିୟାଣାର ହୋଇଥିବା ଜଣାପଡିଛି ।

ମଙ୍ଗଳବାର ବିଳମ୍ବିତ ରାତ୍ରିରେ ମଥୁରା ନୋହଜେଲ୍ ପୋଲିସ ଷ୍ଟେସନ ଅଞ୍ଚଳରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ୟାଙ୍କର ଅନିୟନ୍ତ୍ରିତ ହୋଇ ଇନୋଭା କାରକୁ ଧକ୍କା ଦେଇଥିଲା । ଏହାପରେ ଡିଭାଇଡରରେ ପିଟି ହୋଇ ଟ୍ୟାଙ୍କରଟି ଓଲଟି ପଡିଥିଲା ।

ଫଳରେ କାର୍‌ରେ ଥିବା ସମସ୍ତ 7 ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଫଳରେ ଯମୁନା ଏକ୍ସପ୍ରେସ ୱେର ଯାତାୟତ କିଛି ସମୟ ପାଇଁ ଠପ୍‌ ହୋଇଯାଇଥିଲା । ସେପଟେ ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିବା ସହ ଟ୍ୟାଙ୍କରୁ ତେଲ ଯେପରି ଲିକ୍‌ ନହୁଏ ସେଥିପାଇଁ ତୁରନ୍ତ ପଦକ୍ଷେପ ମଧ୍ୟ ନେିଥିବା ଦେଖିବାକୁ ମିଳିଛି । ଏହାସହ ମୃତକଙ୍କ ପରିବାର ସହ ଯୋଗାଯୋଗ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.