ETV Bharat / bharat

ବିସ୍ଫୋରଣରେ ଭୁଶୁଡିଲା ଶୀତଳ ଭଣ୍ଡାରର ଛାତ, 7 ମୃତ

author img

By

Published : Feb 25, 2023, 7:17 AM IST

ମେରଟର ଡୌରାଲା ପୋଲିସ ଷ୍ଟେସନ ଅଞ୍ଚଳରେ ଭୁଶୁଡିଲା ଶୀତଳ ଭଣ୍ଡାରର ଛାତ । 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ । ଅଧିକ ପଢନ୍ତୁ

seven killed after roof of cold storage collapses

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅଭାବନୀୟ ଘଟଣା । ନିର୍ମାଣଧିନ ଶୀତଳ ଭଣ୍ଡାରରେ ବିସ୍ଫୋରଣ ଘଟି ଛାତ ଭୁଶୁଡିବାରୁ 7ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ମେରଟର ଡୌରାଲା ପୋଲିସ ଷ୍ଟେସନ ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଏହି ଦୁର୍ଘଟଣାରେ ଅନେକ ଆହତ ମଧ୍ୟ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।

ତେବେ ଶୀତଳ ଭଣ୍ଡାରର ଛାତ ଭୁଶୁଡିବା ପରେ ସେଠାରେ କାମ କରୁଥିବା ଶ୍ରମିକ ଚାପି ହୋଇଯାଇଥିଲେ । ଏନେଇ ଖବର ପାଇଁ ପୋଲିସ ଓ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଶୀତଳ ଭଣ୍ଡାରର ଚାରି ପାଖରେ ଥିବା ଅଳିଆ ଗଦାରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ,'' ବିସ୍ଫୋରଣର ପ୍ରଭାବ ଯୋଗୁଁ ଶୀତଳ ଭଣ୍ଡାରର ଛାତ ଭୁଶୁଡି ପଡିଥିଲା । ଫଳରେ ଅନେକ ଶ୍ରମିକ ଭଙ୍ଗା ଛାତ ତଳେ ଚାପି ହୋଇଯାଇଥିଲେ । ବର୍ତ୍ତମାନ ସୁଦ୍ଧା 7ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 26 ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିପାରେ । ''

ଦୁର୍ଘଟଣା ସମୟରେ ଶୀତଳ ଭଣ୍ଡାରରେ କେତେ ଜଣ ଶ୍ରମିକ ଥିଲେ ତାହା ଜଣାପଡିନାହିଁ । ଆହତ ହୋଇଥିବା ଶ୍ରମିକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଜିଲ୍ଲାର ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ପହଞ୍ଚିଛନ୍ତି । ତେବେ କେଉଁ କାରଣରୁ ବିସ୍ଫୋରଣ ହେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ଏହି ଶୀତଳ ଭଣ୍ଡାର ଜଣେ ପୂର୍ବତନ ବିଧାୟକଙ୍କର ହୋଇଥିବା ଜଣାପଡିଛି । ଉଦ୍ଧାର କାର୍ଯ୍ୟରେ 2ରୁ 3ଟି ଜେସିବି ମେସିନ ନିୟୋଜିତ ଅଛି ।

ଗତ ଜାନୁଆରୀ ମାସରେ ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଏକ 4 ମହଲା କୋଠା ଭୁଶୁଡ଼ି ପଡିଥିଲା । ଏଥିରେ 3ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ବ୍ୟକ୍ତି ଆହତ ହୋଇଥିଲେ । ହଜରତଗଞ୍ଜ ଅଞ୍ଚଳର ୱାଜିର ହାସନ ରୋଡରେ ଏହି ଦୁର୍ଘଟଣା ଘଟିଥିଲା । ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ସହ ଅଗ୍ନିଶମ ଓ ଅନ୍ୟ ଜରୁରୀ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସେହିପରି ଜାନୁଆରୀ 22 ତାରିଖରେ ମଧ୍ୟପ୍ରଦେଶ ସ୍ଥିତ ଶିବପୁରୀ ଜିଲ୍ଲାର କରେରା ଅଞ୍ଚଳରେ କାନ୍ଥ ଭୁଶୁଡି 4 ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୩ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.