ETV Bharat / bharat

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଆଜିଠୁ ଆରମ୍ଭ ହେବ ଧାର୍ମିକ ରୀତିନୀତି - ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ

Ram Mandir Pran Pratishtha: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଆଜିଠାରୁ ଆରମ୍ଭ ହେବ ଧାର୍ମିକ ରୀତିନୀତି । ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେବ ଅଯୋଧ୍ୟା ନଗରୀ । ଅଧିକ ପଢନ୍ତୁ

Ram Mandir Pran Pratishtha
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ
author img

By ETV Bharat Odisha Team

Published : Jan 16, 2024, 8:36 AM IST

ଅଯୋଧ୍ୟା: ବହୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆସନ୍ତା 22 ତାରିଖ ଅର୍ଥାତ ସୋମବାର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଗର୍ଭଗୃହରେ ବିରାଜିବେ ପ୍ରଭୁ ରାମଲାଲା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆଜିଠାରୁ(ମଙ୍ଗଳବାର) ଆରମ୍ଭ ହେବ ଧାର୍ମିକ ରୀତିନୀତି । 7 ଦିନ ଧରି ଚାଲିବ ପୂଜାର୍ଚ୍ଚନା । ହୋମ ଯଜ୍ଞ ସାଙ୍ଗକୁ ସାଧୁସନ୍ଥଙ୍କ ବେଦପାଠ ଓ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେବ ରାମ ଜନ୍ମଭୂମି ଅଯୋଧ୍ୟା ନଗରୀ । ମହୀଶୂରର ଅରୁଣ ଯୋଗୀରାଜଙ୍କ ଦ୍ବାରା ନିର୍ମିତ ପ୍ରତିମୂର୍ତ୍ତି ରାମ ମନ୍ଦିରର ଗର୍ଭଗୃହରେ ସ୍ଥାପନ କରାଯିବ ।

7 ଦିନର ଧାର୍ମିକ ରୀତିନୀତି କାର୍ଯ୍ୟସୂଚୀ: ଆଜି ପ୍ରାୟଶ୍ଚିତ ଏବଂ କର୍ମକୁଟି ପୂଜା କରାଯିବ । ବୁଧବାର ଗର୍ଭ ଗୃହରେ ମୂର୍ତ୍ତି ସ୍ଥାପନ କରାଯିବ । ଜାନୁଆରୀ 18 ତାରିଖ ସନ୍ଧ୍ୟାରେ ତୀର୍ଥ ପୂଜା, ଜଳଯାତ୍ରା କରାଯିବ, ସନ୍ଧ୍ୟାରେ ଜଳାଧିବାସ ଓ ଗନ୍ଧାଧିବାସ କରାଯିବ । 19 ଜାନୁଆରୀ ସକାଳ ସମୟରେ ଔଷାଧିବାସ, କେସରଧିବାସ ଓ ଗ୍ରିତାଧିବାସ ସମ୍ପନ୍ନ ହେବ । ସେହିଦିନ ସନ୍ଧ୍ୟାରେ ଧାନ୍ୟାଧିବାସ କରାଯିବ । ସେହିପରି 20 ଜାନୁଆରୀ ସକାଳେ ଶର୍କାରଧିବାସ, ଫଳାଧିବାସ, ସନ୍ଧ୍ୟାରେ ପୁଷ୍ପଧିବାସ, ଜାନୁଆରୀ 21 ସକାଳେ ମଧ୍ୟାଧିବାସ, ସନ୍ଧ୍ୟାରେ ସୟାଧିବାସ । 22 ତାରିଖରେ ଦିନ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ କରାଯିବ । ପ୍ରାଣ ପ୍ରତିଷ୍ଠା ଉତ୍ସବର କାର୍ଯ୍ୟସୂଚୀକୁ କାଶୀର ବିଦ୍ବାନ ଗଣେଶ୍ବର ଶାସ୍ତ୍ରୀ ଦ୍ରାବଦିଡ ସ୍ଥିର କରିଛନ୍ତି । 121 ଜଣ ଆଚାର୍ଯ୍ୟ ପୂଜାର୍ଚ୍ଚନା କରିବେ ।

ଏହା ମଧ୍ୟ ପଢନ୍ତୁ-ରାମଲାଲାଙ୍କ ଶ୍ରୀବିଗ୍ରହ ପାଇଁ ଚୂଡ଼ାନ୍ତ ହେଲା ପ୍ରଖ୍ୟାତ ମୂର୍ତ୍ତିକାର ଅରୁଣ ଯୋଗୀରାଜଙ୍କ ନିର୍ମିତ ମୂର୍ତ୍ତି

ଅରୁଣ ଯୋଗୀରାଜଙ୍କ ନିର୍ମିତ ମୂର୍ତ୍ତି ଗର୍ଭଗୃହରେ ସ୍ଥାପନ ହେବ: କର୍ଣ୍ଣାଟକ ମହୀଶୂରର ବାସିନ୍ଦା ଅରୁଣ ଯୋଗୀରାଜଙ୍କ ଦ୍ବାରା ନିର୍ମିତ ରାମଲାଲାଙ୍କ ମୂର୍ତ୍ତି ରାମ ମନ୍ଦିର ଗର୍ଭଗୃହରେ ସ୍ଥାପନ କରାଯିବ । କଳାରଙ୍ଗରେ ନିର୍ମିତ ଏହି ମୂର୍ତ୍ତିର ଓଜର 150ରୁ 200 କିଲୋ ରହିଛି । ରାମଲାଲା ଦଣ୍ଡାୟମାନ ଅବସ୍ଥାରେ ହାତରେ ଧନୁ ତୀର ଧରିଛନ୍ତି । ଅରୁଣ ଏକାଗ୍ରତାର ସହ ମୂର୍ତ୍ତିକୁ ନିର୍ମାଣ କରି ଥିବାବେଳେ ସେ ସପ୍ତାହେ ଧରି ପରିବାର ଲୋକଙ୍କ ସହ କଥା ହୋଇନଥିଲେ । ଅରୁଣ ଯୋଗୀରାଜଙ୍କ ସମେତ 3 ପ୍ରଖ୍ୟାତ ମୂର୍ତ୍ତିକାରଙ୍କ ଦ୍ବାରା ନିର୍ମିତ ମୂର୍ତ୍ତିକୁ ଶ୍ରୀବିଗ୍ରହ ପାଇଁ ବିଚାରକୁ ନିଆଯାଇଥିଲା ।

ଅତିଥି: ପ୍ରାଣ ପ୍ରତିଷ୍ଠା ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଆରଏସଏସ ମୁଖ୍ୟ, ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଉପସ୍ଥିତ ରହିବେ । ଏଥିରେ 150ଟି ପରମ୍ପରାର ସନ୍ଥ ଓ ଧର୍ମାଚାର୍ଯ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.