ETV Bharat / bharat

ଭାରତରେ କୋଭୋଭ୍ୟାକ୍ସ ଉତ୍ପାଦନ ଆରମ୍ଭ, SII କରୁଛି ପ୍ରସ୍ତୁତ - ନୋଭାଭ୍ୟାକ୍ସ

କୋଭୋଭ୍ୟାକ୍ସର ପ୍ରଥମ ପର୍ଯ୍ୟାୟ ଉତ୍ପାଦନ ଆରମ୍ଭ କରିଛି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ । ଏନେଇ ଟ୍ବିଟ କରି ସୂଚନା ଦେଲା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ । ଅଧିକ ପଢନ୍ତୁ...

ଭାରତରେ କୋଭୋଭ୍ୟାକ୍ସ ଉତ୍ପାଦନ ଆରମ୍ଭ
ଭାରତରେ କୋଭୋଭ୍ୟାକ୍ସ ଉତ୍ପାଦନ ଆରମ୍ଭ
author img

By

Published : Jun 25, 2021, 5:47 PM IST

ପୁଣେ: ମହାମାରୀର ମହାସଙ୍କଟ ମଧ୍ୟରେ ଦେଶରେ ଜାରି ରହିଛି ଟୀକାକରଣ । ବର୍ତ୍ତମାନ ସୁଦ୍ଧା ଭାରତରେ ଉପଲବ୍ଧ ରହିଛି 3ଟି ଟିକା । ଖୁବଶୀଘ୍ର ଆଉ କିଛି ଟିକା କୋରୋନା ଯୁଦ୍ଧରେ ସାମିଲ ହେବା ନେଇ ଆଶା ରହିଛି । ଏହାରି ମଧ୍ୟରେ କୋଭୋଭ୍ୟାକ୍ସର ପ୍ରଥମ ପର୍ଯ୍ୟାୟ ଉତ୍ପାଦନ ଆରମ୍ଭ କରିଛି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ।

  • A new milestone has been reached; this week we began our first batch of Covovax (a COVID-19 vaccine developed by @Novavax) at our facility, here in Pune. pic.twitter.com/FqoVTUa1nO

    — SerumInstituteIndia (@SerumInstIndia) June 25, 2021 " class="align-text-top noRightClick twitterSection" data=" ">

ସେରମ ଇନଷ୍ଟିଚ୍ୟୁଟ ଶୁକ୍ରବାର ଟ୍ବିଟ କରି ଏକ ନୂଆ ଉଚ୍ଚତା ହାସଲ କରିଥିବା କହିଛି । ସପ୍ତାହରେ ନୋଭାଭ୍ୟାକ୍ସ ପକ୍ଷରୁ ବିକଶିତ କୋଭିଡ ଟିକା କୋଭୋଭ୍ୟାକ୍ସର ପ୍ରଥମ ବ୍ୟାଚ୍ ଡୋଜ ତିଆରି ଆରମ୍ଭ ହୋଇଥିବା ଏସଆଆଇ ଦେଇଛି ବୟାନ । ଏହି ଟିକାର ନାଁ ଭାରତରେ କୋଭୋଭାକ୍ସ ।

ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲା କହିଛନ୍ତି, ଏହି ସପ୍ତାହରେ ପୁଣେରେ ଉତ୍ପାଦିତ କୋଭୋଭ୍ୟାକ୍ସର ପ୍ରଥମ ବ୍ୟାଚ୍ ଦେଖି ବେଶ ଉତ୍ସାହିତ ଅଛି । ଏହି ଟିକାରେ 18 ବର୍ଷରୁ କମ ଆୟୁ ବର୍ଗର ଭବିଷ୍ୟତ ପିଢୀକୁ ସୁରକ୍ଷା ଦେବାର କ୍ଷମତା ରଖିଛି। ବର୍ତ୍ତମାନ ଏହି ଟିକାର ଟ୍ରାଏଲ ଚାଲିଛି ।

ନୋଭାଭ୍ୟାକ୍ସର କୋଭୋଭ୍ୟାକ୍ସ ସେପ୍ଟେମ୍ବର ସୁଦ୍ଧା ଭାରତରେ ଲଞ୍ଚ ହେବା ନେଇ ଆଶା ରହିଛି । ବର୍ତ୍ତମାନ ଦେଶରେ କୋଭିସିଲ୍ଡ, ଭାରତ ବାୟୋଟେକର କୋଭାକ୍ସିନ ଓ ଋଷ ଟିକା ସ୍ପୁଟନିକ ଭିର ବ୍ୟବହାର ଜାରି ରହିଛି । କୋଭୋଭ୍ୟାକ୍ସର ଟ୍ରାଏଲ ଶୀଘ୍ର ପୁରା ହେବ ବୋଲି ପୂର୍ବରୁ କହିଥିଲେ ପୁନାୱାଲା ।

ସେପ୍ଟେମ୍ବର 2020 ରେ, ନୋଭାଭ୍ୟାକ୍ସ ଏହାର ଟିକା NVX-CoV2373 ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ସହିତ ଏକ ଉତ୍ପାଦନ ଚୁକ୍ତି ଘୋଷଣା କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.