ETV Bharat / bharat

ଓ୍ୱାରେଣ୍ଟ ଜାରି କରିଥିଲେ କୋର୍ଟ, ହାଜର ହେବା ତାରିଖରେ ମନ୍ତ୍ରୀ ଭାବେ ଶପଥ ନେଲେ JDU ନେତା - ବିହାର ରାଜନୀତି

ଗତାକାଲି ଶପଥ ନେଇଥିବା ନୀତିଶ କୁମାରଙ୍କ ମନ୍ତ୍ରୀଙ୍କ ନାମରେ ପୁରୁଣା ଗିରଫ ପରଓ୍ବାନା । ଏକ ପୁରୁଣା ଅପହରଣ ମାମଲାରେ ରହିଛି ଆରେଷ୍ଟ ଓ୍ବାରେଣ୍ଟ । 16 ରେ ଥିଲା ଆତ୍ମସପର୍ପଣ ତାରିଖ । ହାଜର ନହୋଇ ମନ୍ତ୍ରୀପଦର ନେଲେ ଶପଥ । ଅଧିକ ପଢନ୍ତୁ

ଶପଥ ନେବାର ଦିନକ ପରେ ବିହାର ଆଇନ ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

author img

By

Published : Aug 17, 2022, 10:35 PM IST

ପାଟନା: ଗତକାଲି ସମ୍ପ୍ରସାରିତ ହେଲା ବିହାରରେ ନୀତିଶ ସରକାରଙ୍କ ମନ୍ତ୍ରୀମଣ୍ଡଳ । ତେବେ ଶପଥ ଗ୍ରହଣ କରିବାର ମାତ୍ର ଗୋଟିଏ ଦିନ ପରେ ବିବାଦରେ ନୂତନ ଆଇନ ମନ୍ତ୍ରୀ ଭାବେ ନୀତିଶ ସରକାରରେ ସ୍ଥାନ ପାଇଥିବା କାର୍ତିକେୟ କୁମାର ସିଂ । ତାଙ୍କ ବିରୋଧରେ ପୂର୍ବରୁ ରହିଛି ଅପହରଣ ପରି ସଙ୍ଗୀନ ମାମଲା । ତେବେ ଚଳିତ 16 ତାରିଖରେ ତାଙ୍କୁ ଆତ୍ମସମର୍ପଣ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଉକ୍ତ ଦିନ ହିଁ ସେ ମହାମେଣ୍ଟ ସମର୍ଥିତ ନୀତିଶ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେ କୌଣସି ବେଲ ଆବେଦନ ମଧ୍ୟ କରିନଥିବା ସୂଚନା ମିଳିଛି ।

ମନ୍ତ୍ରୀ କାର୍ତ୍ତିକଙ୍କ ବିରୋଧରେ ଏକାଧିକ ଅପରାଧିକ ମାମଲ ରହିଛି । ତେବେ ଏହି ଅପହରଣ ମାମଲାଟି 2014 ରେ ପଞ୍ଜୀକୃତ ହୋଇଥିବା ଏକ ପୁରୁଣା ମାମଲା ବୋଲି ଜଣାପଡିଛି । 2014 ମସିହାରେ ବିହଟା ଥାନା କ୍ଷେତ୍ରରେ ଏହି ଅପହରଣ କାଣ୍ଡ ଘଟିଥିଲା । ଏହି ମାମଲାରେ ଅନ୍ୟ ଅଭିଯୁକ୍ତଙ୍କ ସହ କାର୍ତ୍ତିକ ମଧ୍ୟ ଅଭିଯୁକ୍ତ ତାଲିକାରେ ଥିଲେ । ଜୁଲାଇ 14 ରେ ତାଙ୍କ ନାମରେ ଓ୍ବାରେଣ୍ଟ ଜାରି କରିବା ଅଗଷ୍ଟ 16 ତାରିଖ ସୁଦ୍ଧା ତାଙ୍କୁ ଆତ୍ମସମର୍ପଣ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ସେ କୋର୍ଟରେ ହାଜର ହେବା ପରିବର୍ତ୍ତେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏପରି ସ୍ଥଳେ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହେବା ନେଇ ଅନୁମାନ କରାଯାଇଛି ।

ତେବେ ଅନ୍ୟପଟେ ତାଙ୍କୁ ସ୍ଥାନୀୟ ଦାନାପୁର ନ୍ୟାୟାଳୟରୁ ସେପ୍ଟେମ୍ବର 1 ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ମିଳି ସାରିଥିବା ଦାବି କରିଛନ୍ତି ଅଭିଯୁକ୍ତ ମନ୍ତ୍ରୀ କାର୍ତ୍ତିକେୟ । ତେବେ ସର୍ବୋଚ୍ଚ କୋର୍ଟଙ୍କ ପ୍ରଦତ୍ତ ନିର୍ଦ୍ଦେଶ ଅନୁସାରେ, ନିର୍ବାଚନ ସମୟରେ ସେ ଦାଖଲ କରିଥିବା ନାମାଙ୍କନପତ୍ର ସତ୍ୟପାଠରେ ତାଙ୍କ ନାମରେ 4ଟି ଅପରାଧିକ ମାମଲା ରହିଛି ବୋଲି ଦର୍ଶାଇଛନ୍ତି । ସମସ୍ତ ମାମଲା ବିଚାରାଧୀନ ରହିଥିବା ବେଳେ କୌଣସି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.