ETV Bharat / bharat

ଜେଲରେ ଆମରଣ ଅନଶନ କରି ଆତଙ୍କବାଦୀ ୟାସୀନ ମଲ୍ଲିକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି - ଜେଲରେ ୟାସୀନ ମଲ୍ଲିକର ଆମରଣ ଅନସନ

ତିହାର ଜେଲରେ ଆମରଣ ଅନଶନ ପରେ ଅସୁସ୍ଥ ହେଲା ଆତଙ୍କବାଦୀ ୟାସୀନ ମଲ୍ଲିକ । ହସ୍ପିଟାଲକୁ ସ୍ଥାନାନ୍ତର କଲେ ଜେଲ କର୍ତ୍ତୃପକ୍ଷ । ଆଜୀବନ କାରାଦଣ୍ଡ ଭୋଗୁଛି ୟାସୀନ । ଅଧିକ ପଢନ୍ତୁ

ଜେଲରେ ଆମରଣ ଅନଶନ ପରେ ଅସୁସ୍ଥ ଆତଙ୍କବାଦୀ ୟାସୀନ ମଲ୍ଲିକ, ହସ୍ପିଟାଲରେ ଭର୍ତ୍ତି

author img

By

Published : Jul 27, 2022, 9:58 PM IST

ନୂଆଦିଲ୍ଲୀ: ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଡ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ଆତଙ୍କବାଦୀ ୟାସୀନ ମଲ୍ଲିକ ଦିଲ୍ଲୀର ତିହାର ଜେଲରେ ଆମରଣ ଅନଶନ ପରେ ଅସୁସ୍ଥ ହୋଇଛି । ଗତ 4ଦିନ ଧରି ଅନଶନ ପରେ ଅସୁସ୍ଥ ହୋଇପଡିଥିବା ମଲ୍ଲିକକୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ ।

ଜେଲ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ତିହାର ଜେଲର ସେଲ ନମ୍ବର-7 ରେ ରହୁଥିଲା ୟାସୀନ । ତେବେ ଗତ 4 ଦିନ ଧରି ସେ ଅନଶନରେ ବସିବା ସହ ଖାଦ୍ୟ ଗ୍ରହଣ କରିନଥିଲା । ତା ନିକଟରେ ରକ୍ତଚାପ ଓ ଅନ୍ୟ କିଛି ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବା ପରେ ତାକୁ ହସ୍ପିଟାଲ ସ୍ଥାନାନ୍ତରିତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । କଡା ସୁରକ୍ଷା ମଧ୍ୟରେ ତାକୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ୟାସୀନ ମଲ୍ଲିକ ଚଳାଉଥିବା ସଂଗଠନ ଜମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ (JKLF) କୁ 2019 ରେ ବ୍ୟାନ ଘୋଷଣା କରିବା ସହ ତାକୁ ଗିରଫ କରାଯାଇଥିଲା । ଚଳିତ ବର୍ଷ ମେ’ 19 ତାରିଖରେ ତାକୁ ଦୋଷୀ ସାବ୍ୟସ୍ତ କରିବା ସହ ସେହିମାସ 25 ତାରିଖରେ ଦଣ୍ଡ ଘୋଷଣା କରାଯାଇଥିଲ । ଆଜୀବନ ଜେଲଦଣ୍ଡ ସହ 10 ଲକ୍ଷ ଟଙ୍କାର ଜରିମାନା ଶୁଣାଇଥିଲେ ସ୍ବତନ୍ତ୍ର NIA କୋର୍ଟ । ସେବେ ଠାରୁ ୟାସୀନ ଦିଲ୍ଲୀର ତିହାର ଜେଲରେ ବନ୍ଦ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.