ETV Bharat / bharat

ରେଲୱେ ଇନସ୍ପେକ୍ଟରଙ୍କ ଦାଦାଗିରି: ସିଟ୍ ଖାଲି କରିବାକୁ କହିବାରୁ ଟିଟିଙ୍କୁ ନିର୍ଦ୍ଧୁମ ମାଡ, ଭିଡିଓ ଭାଇରାଲ - ବିହାରରେ ରେଲୱେ ଇନସ୍ପେକ୍ଟରଙ୍କ ଦାଦାଗିରି

ବିହାର GRP ପୋଲିସର ଦାଦାଗିରି । ଅତି ନିର୍ଦ୍ଦୟ ଭାବେ ସିନିୟର TTE ଙ୍କୁ ବାଡେଇଥିବା ଅଭିଯୋଗ । ଅଧିକ ପଢନ୍ତୁ

ରେଲୱେ ଇନସ୍ପେକ୍ଟରଙ୍କ ଦାଦାଗିରି, ସିନିୟର TTE ଙ୍କୁ ବାଡେଇଲେ

author img

By

Published : Jul 7, 2022, 8:35 PM IST

ପାଟନା: ବିହାର GRP ପୋଲିସର ଦାଦାଗିରି । ପ୍ରଥମେ ଟିକେଟ ନ କରି ଯାତ୍ରା କରୁଥିଲେ, ପରେ ଜଣେ ସିନିୟର TTE ଏନେଇ ପଚାରିବାରୁ ତାଙ୍କୁ ଅମାନବୀୟ ଭାବେ ମାଡ ମାରିଥିବା ଅଭିଯୋଗ ହୋଇଛି । ଟ୍ରେନରେ ଯାତ୍ରା ସମୟର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ରେଲୱେ ଇନସ୍ପେକ୍ଟରଙ୍କ ଦାଦାଗିରି, ସିନିୟର TTE ଙ୍କୁ ବାଡେଇଲେ

ସୂଚନା ଅନୁଯାୟୀ ବଖତିୟାରପୁର ରେଲୱେ ପୋଲିସ ଷ୍ଟେସନ ଇନସ୍ପେକ୍ଟର ସୁନୀଲ କୁମାର ସିଂ ବଘଲପୁର ଇଣ୍ଟରସିଟି ଏସି କୋଚରେ ଅନ୍ୟ ଜଣେ ଯାତ୍ରୀଙ୍କ ସିଟରେ ବସି ଯାତ୍ରା କରୁଥିଲେ । ନିର୍ଦ୍ଦିଷ୍ଟ ସେହି ସିଟକୁ ରିଜର୍ଭ କରିଥିବା ଯାତ୍ରୀ ଛିଡାହୋଇ ଯାଉଥିବାରୁ ଜଣେ ସିନିୟର TTE ଦିନେଶ ସିଂ ତାଙ୍କୁ ସିଟ୍‌ ଦେବାକୁ କହିଥିଲେ । ଏତିକିରେ ଇନସ୍ପେକ୍ଟର ସୁନୀଲ ଉତ୍ତ୍ୟକ୍ତ ହୋଇ ଅତି ନିର୍ଦ୍ଦୟ ଭାବେ ଜଣେ ବୟସ୍କ ଅଫିସରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି ।

TTE ଭିଡିଓରେ କାନ୍ଦି କାନ୍ଦି ଘଟଣା ବାବଦରେ ବଖାଣୁଥିବା ଭିଡିଓରେ ଦେଖିବାକୁ ମିଳୁଛି । ତେବେ ଜଣେ ସିନିୟର କର୍ମଚାରୀଙ୍କ ପ୍ରତି ଇନସ୍ପେକ୍ଟର ସୁନୀଲଙ୍କ ଏପରି ବ୍ୟବହାରକୁ ସାଧାରଣରେ ନିନ୍ଦା କରାଯାଉଛି । ଇନସ୍ପେକ୍ଟରଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.