ETV Bharat / bharat

ଗୁଲାମ ନବୀଙ୍କ ପରେ କଂଗ୍ରେସରୁ ରଜିନ୍ଦର ସିଂହ ଚିବ୍‌ଙ୍କ ଇସ୍ତଫା

ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ କଂଗ୍ରେସକୁ ଲାଗିଲା ଆଉ ଏକ ଝଟକା । ନବୀଙ୍କ ପରେ କଂଗ୍ରେସରୁ ରଜିନ୍ଦର ସିଂହ ଚିବ୍‌ଙ୍କ ଇସ୍ତଫା । କଂଗ୍ରେସ ନେତା ରଜିନ୍ଦର ସିଂହ ଚିବ୍‌ଙ୍କ ଦଳର ପ୍ରାଥମିକ ସଦସ୍ୟତା ସହ ଅନ୍ୟ ପଦ ପଦବୀରୁ ଇସ୍ତଫା ପ୍ରଦାନ (senior leader RS Chib resigns from Congress) । ଅଧିକ ପଢ଼ନ୍ତୁ

ନବୀଙ୍କ ପରେ କଂଗ୍ରେସରୁ ରଜିନ୍ଦର ସିଂହ ଚିବ୍‌ଙ୍କ ଇସ୍ତଫା
ନବୀଙ୍କ ପରେ କଂଗ୍ରେସରୁ ରଜିନ୍ଦର ସିଂହ ଚିବ୍‌ଙ୍କ ଇସ୍ତଫାନବୀଙ୍କ ପରେ କଂଗ୍ରେସରୁ ରଜିନ୍ଦର ସିଂହ ଚିବ୍‌ଙ୍କ ଇସ୍ତଫା
author img

By

Published : Aug 26, 2022, 4:33 PM IST

ନୂଆଦିଲ୍ଲୀ: ପୁରୁଖା କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ ଦଳକୁ ଲାଗିଛି ଆଉ ଏକ ଝଟକା । ଜମ୍ମୁ କାଶ୍ମୀରର କଂଗ୍ରେସ ନେତା ରଜିନ୍ଦର ସିଂହ ଚିବ୍‌ ଦଳର ପ୍ରାଥମିକ ସଦସ୍ୟତା ସହ ଅନ୍ୟ ପଦପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି (senior leader RS Chib resigns from Congress)। ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନିଜ ଇସ୍ତଫା ପ୍ରଦାନ କରିଛନ୍ତି ପୂର୍ବତନ ମନ୍ତ୍ରୀ ରଜିନ୍ଦର ସିଂହ ଚିବ୍‌ ।

ଏହା ବି ପଢ଼ନ୍ତୁ କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ

ଗୁଲାମ ନବୀ ଆଜାଦଙ୍କୁ ସମର୍ଥନ ଦେଇ ରଜିନ୍ଦର ସିଂହ ଚିବ୍‌ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି, "ଦୀର୍ଘ ବର୍ଷ ହେଲା କଂଗ୍ରେସ ପ୍ରତି ସମର୍ପିତ ରହି କାର୍ଯ୍ୟ କରି ଆସୁଥିଲି । ମୁଁ ମୋର ରାଜ୍ୟ ଜମ୍ମୁ କାଶ୍ମୀର ସ୍ବାର୍ଥ ପାଇଁ କଂଗ୍ରେସ ସହ ଯୋଡ଼ି ହୋଇଥିଲି । ମୁଁ ଏବେ ଅନୁଭବ କରୁଛି କଂଗ୍ରେସ ଦଳ ପୂର୍ବରୁ ଆଉ କାମ କରିବା ସ୍ଥିତିରେ ନାହିଁ କି ମୋ ରାଜ୍ୟ ପାଇଁ କାମ କରି ପାରିବ । ରାଜ୍ୟରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ଜମ୍ମୁ ଓ କାଶ୍ମୀରର ସ୍ବାର୍ଥ ଓ ଭବିଷ୍ୟତ ପାଇଁ ଗୁଲାମ ନବୀ ଆଜାଦଙ୍କ ଭଳି ଜଣେ ନେତା ଆବଶ୍ୟକ । ମୁଁ ଭାବୁଛି କଂଗ୍ରେସ ପାଖରେ ସେଭଳି କିଛି କାର୍ଯ୍ୟ କରିବା ପାଇଁ ସକ୍ଷମତା ରହିଛି ।"

ରଜିନ୍ଦର ସିଂହ ଚିବ୍‌ଙ୍କ ଚିନ୍ତାଧାରା ଓ କଂଗ୍ରେସର ଚିନ୍ତା ଏବେ ଭିନ୍ନ ହୋଇଛି । ଏଥିପାଇଁ ସେ କଂଗ୍ରେସଠାରୁ ନିଜକୁ ଅଲଗା କରିବାକୁ ନିଷ୍ପତ୍ତି ନେଇଥିବା କଥା ଇସ୍ତଫା ପତ୍ରରେ କହିଛନ୍ତି । ଏହାକୁ ନେଇ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।

ଏହାପୂର୍ବରୁ ଶୁକ୍ରବାର ଗୁଲାମ ନବୀ ଆଜାଦ କଂଗ୍ରେସ ଦଳରୁ ଇସ୍ତଫା ଦେଇ ଚକିତ କରିଥିଲେ(ghulam nabi azad resignation) । ଏହାପରେ ୫ ଜଣ ପୂର୍ବତନ ବିଧାୟକ ମଧ୍ୟ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେମାନେ ହେଉଛନ୍ତି ଜି.ଏମ୍‌ ସରୁରୀ, ହାଜି ଅବଦୁଲ ରସିଦ, ମହମ୍ମଦ ଅମିନ ଭଟ୍ଟ, ଗୁଲଜାର ଅହମ୍ମଦ ୱାନି, ଚୌଧୁରୀ ମହମ୍ମଦ ଆକ୍ରମ ପ୍ରମୁଖ ଦଳରୁ ଇସ୍ତଫା ପ୍ରଦାନ କରାଯାଇଛି ।

ଗୁଲାମ ନବୀ ଆଜାଦ ଦଳ ଛାଡ଼ିବା ପରେ କଂଗ୍ରେସକୁ ନେଇ ଅନେକ କଟାକ୍ଷ କରିଛନ୍ତି । ସେପଟେ ଗୁଲାମ ନବୀ ଆଜାଦ ଦଳ ଛାଡ଼ିବା ପରେ ତାଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.