ମୁମ୍ବାଇ: ଆଜିକାଲି ଫଟୋସୁଟ ଓ ରିଲ୍ ଏକପ୍ରକାର ଟ୍ରେଣ୍ଡ ପାଲଟିଛି । ପ୍ରି ୱେଡିଂ ଫଟୋସୁଟ ହେଉ ଅବା ମାତୃତ୍ବ ପୂର୍ବର ଏବଂ ପରର ଫଟୋସୁଟ ଓ ଭିଡିଓ କରିବା, ଏହାର ନିଶା ଘାରିଛି ଯୁବପିଢିଙ୍କୁ । ତେବେ କେବଳ ଯୁବକ-ଯୁବତୀ ନୁହଁନ୍ତି, ଏହି ଫଟୋସୁଟର କ୍ରେଜ୍ ବରିଷ୍ଠ ନାଗରିକଙ୍କ ମଧ୍ୟରେ ବି ବଢିଚାଲିଛି । ସେଭଳି ଏକ ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ର ପୁଣେରୁ । ଏଠାରୁ ରହୁଥିବା ଏକ ବୃଦ୍ଧ ଦମ୍ପତି ବିଭିନ୍ନ ସ୍ଥାନ ବୁଲି ବୁଲି ଫଟୋସୁଟ କରିବା ସହ ରିଲ୍ କରି ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି । ଯାହାକି ଏବେ ଚର୍ଚ୍ଚାର ବିଷୟ ହୋଇଛି । ପୁଣେର ଏହି ଦମ୍ପତି ହେଉଛନ୍ତି ସୁବାଷ ଥୋର୍ବେ ଏବଂ ତାଙ୍କ ପତ୍ନୀ ଅଳକା ଥୋର୍ବେ ।

ଫୋଟ ଓ ରିଲ୍ ସୁଟିଂକୁ ନେଇ ଏହି ବୃଦ୍ଧ ଦମ୍ପତି କୁହନ୍ତି, ''ଆମ ସମୟରେ ପ୍ରି ୱେଡିଂ ଫଟୋସୁଟ୍ ଭଳି କିଛି ନଥିଲା । କିପରି ଭିଡିଓ ତିଆରି ହେବ ତାହା ମଧ୍ୟ କାହାରିକୁ ଜଣାନଥିଲା । ସେତେବେଳେ କେବଳ କଳାଧଳା ଫଟୋ ଉଠୁଥିଲା । ହେଲେ ଏବେ ଛୋଟ ଛୋଟ ପିଲା ଓ ଯୁବକ ଯୁବତୀଙ୍କ ଭିଡିଓ ଦେଖିବା ଆମେ ଚିନ୍ତା କଲୁ ଯେ ହୁଏତ ଆମେ ବୃଦ୍ଧ ହୋଇଯାଇଛୁ, ହେଲେ ଆମ ଭଲ ପାଇବା ନୁହେଁ ।


ଏହାପରେ ଆମେ ଲଣ୍ଡନ ଯାଇଥିଲୁ ଏବଂ ସେଠାରେ ପ୍ରଥମ ଫଟୋସୁଟ୍ କରିଥିଲୁ । ପ୍ରଥମେ ପ୍ରଥମେ ଏହି ବୟସରେ ସୁଟିଂ କରିବାକୁ ସାମାନ୍ୟ ବ୍ୟସ୍ତ ଲାଗୁଥିଲା । ହେଲେ ପରେ ଆମେ ବିଭିନ୍ନ ସ୍ଥାନ ଯାଇ ସୁଟିଂ କଲୁ ।''