ETV Bharat / bharat

ସିରିଆ ଏୟାର ଷ୍ଟ୍ରାଇକରେ ଅଲ-କାଏଦାର ବରିଷ୍ଠ ନେତା ମୃତ

author img

By

Published : Oct 1, 2021, 12:58 PM IST

ସିରିଆ ଏୟାର ଷ୍ଟ୍ରାଇକରେ ଅଲ-କାଏଦା ଆତଙ୍କୀ ସଙ୍ଗଠନର ବରିଷ୍ଠ ନେତାଙ୍କ ମୃତ୍ୟୁ । Fox News ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ସିରିଆ ଏୟାର ଷ୍ଟ୍ରାଇକରେ ବରିଷ୍ଠ ଅଲ-କାଏଦା ନେତା ମୃତ: ରିପୋର୍ଟ

ୱାସିଂଟନ: ଏୟାରଷ୍ଟ୍ରାଇକରେ ଅଲ-କାଏଦା ନେତାଙ୍କ ମୃତ୍ୟୁ । ସିରିଆରେ ହୋଇଥିବା ଏକ ଡ୍ରୋନ ଆକ୍ରମଣରେ ଅଲ-କାଏଦା ଆତଙ୍କୀ ସଙ୍ଗଠନର ଜଣେ ବରିଷ୍ଠ ନେତା ଆଖି ବୁଜିଛି । ଆମେରିକା Fox News ରିପୋର୍ଟରେ ଏହା କୁହାଯାଇଛି ।

ଗତ ୨୦ ସେପ୍ଟେମ୍ବରରେ ସିରିଆର ଇଡଲିବ ଠାରେ ଆମେରିକା ଏୟାରଷ୍ଟ୍ରାଇକ କରିଥିଲା । ଯେଉଁଥିରେ ଅଲ-କାଏଦା ନେତା ସଲିମ୍ ଅବୁ-ଅହମ୍ମଦ ପ୍ରାଣ ହରାଇଛନ୍ତି । ଫକ୍ସ ନ୍ୟୁଜ ଅନୁସାରେ, ସଲିମ୍ ଟ୍ରାନ୍ସ ରିଜିଓନାଲ ଅଲ-କାଏଦା ଆକ୍ରମଣର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ସହ ଏଥିପାଇଁ ଫଣ୍ଡିଂ ଏବଂ ଅନୁମୋଦନ ପାଇଁ ଦାୟୀ ଥିଲା ।

ଏହି ଏୟାର ଷ୍ଟ୍ରାଇକରେ କୌଣସି ନାଗରିକ ମୃତାହତ ହୋଇନଥିବା ଆମେରିକା ସୁରକ୍ଷା ଅଧିକାରୀ ସ୍ପଷ୍ଟ କରିଛନ୍ତି । ଆମେରିକାର ଏହି ଡ୍ରୋନ ଆକ୍ରମଣ ପୂର୍ବରୁ ସେପ୍ଟେମ୍ବର ୧୩ରେ ସିରିଆ-ଇରାକ୍ ସୀମାରେ ଆମେରିକା ବାୟୁସେନାର ଦୁଇଟି କାର ଉପରେ ଏକ ଆକ୍ରମଣ ହୋଇଥିଲା ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଇରାକ ଏବଂ ସିରିଆ ସୀମା ମଧ୍ୟରେ ହୋଇଥିବା ଏହି ଏୟାର ଷ୍ଟ୍ରାଇକରେ ଦୁଇଟି କାର୍ ନଷ୍ଟ ହୋଇଛି । ଏହି ଆକ୍ରମଣ ଆମେରିକା ବାୟୁସେନା କରିଥିବା ଅଭିଯୋଗ ହୋଇଛି ।

(ANI)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.