ETV Bharat / bharat

ଟ୍ରମ୍ପଙ୍କୁ ନେଇ ସେହୱାଗଙ୍କ ଟ୍ବିଟ- 'ମନେ ପଡ଼ିବ ଚାଚାଙ୍କ କମେଡି' - ଜୋ ବାଇଡେନ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ଦଳର ନେତା ତଥା ପୂର୍ବତନ ଆମେରିକା ରାଷ୍ଟ୍ରପତିଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି । ଏହାକୁ ନେଇ ଏକ ମଜାଦାର ଟ୍ବିଟ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ । ଅଧିକ ପଢ଼ନ୍ତୁ...

ଟ୍ରମ୍ପଙ୍କୁ ନେଇ ସେହେୱାଗଙ୍କ ଟ୍ବିଟ- "ମନେ ପଡ଼ିବ ଚାଚାଙ୍କ କମେଡି "

author img

By

Published : Nov 8, 2020, 7:13 PM IST

ନୂଆଦିଲ୍ଲୀ: ନିଜ ଟ୍ବିଟକୁ ନେଇ ପୁଣି ଥରେ ଚର୍ଚ୍ଚାରେ ବୀରେନ୍ଦ୍ର ସେହୱାଗ । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ଦଳର ନେତା ତଥା ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି । ରିପବ୍ଲିକାନ ଦଳର ଜୋ ବିଡେନଙ୍କ ଠାରୁ ତାଙ୍କୁ ହାରିବାକୁ ପଡ଼ିଛି । ତେବେ ଏହାକୁ ନେଇ ଏକ ମଜାଦାର ଟ୍ବିଟ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ ।

ଟ୍ରମ୍ପଙ୍କ ଏକ ଫଟୋ ସହ ଚାଚାଙ୍କ କମେଡି ମନେ ପଡ଼ିବ(Will miss Chacha ki Comedy) ବୋଲି ସେହୱାଗ ଟ୍ବିଟ କରିଛନ୍ତି। ଏହାସହ ସେ "ଆମର ବି ସେହି ଭଳିଆ" ବୋଲି ଟ୍ବିଟ କରି ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଥିବା ଆଲୋଚନା ହେଉଛି। ସେହୱାଗଙ୍କ ଏଭଳି ଏକ ଟ୍ବିଟ ପରେ ତାଙ୍କ ଫ୍ୟାନମାନେ ଏହାକୁ ପ୍ରଶଂସା କରିଛନ୍ତି । ଏହି ଟ୍ବିଟକୁ ବର୍ତ୍ତମାନ ସୁଦ୍ଧା 2 ହଜାରରୁ ଅଧିକ ପ୍ରଶଂସକ ରି-ଟ୍ବିଟ କରି ସାରିଛନ୍ତି । ଏହାସହ ଟ୍ବିଟକୁ 50 ହଜାରରୁ ଅଧିକ ଲୋକେ ଲାଇକ କରି ସାରିଛନ୍ତି। ବିଭିନ୍ନ ପ୍ରସଙ୍ଗକୁ ନେଇ ସେହୱାଗଙ୍କ ମଜାଦାର ଟ୍ବିଟ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ।

ଟ୍ରମ୍ପଙ୍କ ପରାଜୟକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ସେୟାର ହେବାରେ ଲାଗିଛି। ବିଭିନ୍ନ ସୁପ୍ରତିଷ୍ଠିତ ବ୍ୟକ୍ତି ମଧ୍ୟ ଏଭଳି ମିମ୍ସ ସେୟାର କରିବାକୁ କିମ୍ବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ବିଷୟରେ ନିଜର ମନ୍ତବ୍ୟ ଦେବାକୁ ଲାଗିଛନ୍ତି । ପ୍ରସିଦ୍ଧ ବାସ୍କେଟ ବଲ ଖେଳାଳି ଲିବ୍ରୋନ ଜେମସ ମଧ୍ୟ ନିଜର ଏକ ମଜାଦାର ଭିଡିଓ ସେୟାର କରି ଟ୍ରମ୍ପଙ୍କୁ କଟାକ୍ଷ କରିଛନ୍ତି ।

  • Joe Biden is projected as the next US President. However VAR are reviewing it.

    — Gary Lineker (@GaryLineker) November 7, 2020 " class="align-text-top noRightClick twitterSection" data=" ">

ଜୋ ବିଡେନ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହୋଇଥିବାବେଳେ ଭାରତୀୟ ବଂଶୋବ୍ଦବ କମଲା ହାରିସ ଆମେରିକାର ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । କମଲା ହାରିସ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.