ETV Bharat / bharat

Chandrayaan-3 Soft Landing: ଉପବାସ ବ୍ରତ ସହ ସୀମା ହାଇଦରଙ୍କ ପୂଜାର୍ଚ୍ଚନା

author img

By ETV Bharat Odisha Team

Published : Aug 23, 2023, 5:40 PM IST

ଚନ୍ଦ୍ରଯାନ-3ର ସଫଳତା ପାଇଁ ବ୍ରତ ରଖିଲେ ସୀମା ହାଇଦର । ଲ୍ୟାଣ୍ଡିଂ ଶେଷ ନହେବା ପର୍ଯ୍ୟନ୍ତ କିଛି ଖାଇବେ ନାହିଁ ବୋଲି ମଧ୍ୟ କହିଛନ୍ତି ସୀମା । ଅଧିକ ପଢନ୍ତୁ

ଚନ୍ଦ୍ରଯାନର ସଫଳତା ପାଇଁ ସୀମାଙ୍କ ପୂଜାର୍ଚ୍ଚନା

ନୂଆଦିଲ୍ଲୀ: ଚନ୍ଦ୍ରଯାନ-3ର ସଫଳତା ପାଇଁ ବ୍ରତ ରଖିଲେ ସୀମା ହାଇଦର । ଆଜି ସନ୍ଧ୍ୟାରେ ଚନ୍ଦ୍ରଯାନ-3 ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଥିବାବେଳେ ସମଗ୍ର ଦେଶବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ଏହାରି ଭିତରେ ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସି ଚର୍ଚ୍ଚାରେ ଥିବା ସୀମା ହାଇଦର ଚନ୍ଦ୍ରଯାନର ସଫଳ ଅବତରଣ ପାଇଁ ବ୍ରତ ରଖି ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି ।

ଦେଶର କୋଣ ଅନୁକୋଣରୁ ଚନ୍ଦ୍ରଯାନ-3ର ସଫଳ ଲ୍ୟାଣ୍ଡିଂ ପାଇଁ ପ୍ରାର୍ଥନା କରାଯାଉଥିବାବେଳେ ସୀମା ମଧ୍ୟ ବ୍ରତ ଉପବାସ ରଖି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏପରିକି ଲ୍ୟାଣ୍ଡିଂ ଶେଷ ନହେବା ପର୍ଯ୍ୟନ୍ତ କିଛି ଖାଇବେ ନାହିଁ ବୋଲି ମଧ୍ୟ କହିଛନ୍ତି । ତେବେ ଚନ୍ଦ୍ରଯାନ-3ର ଅବତରଣକୁ ନେଇ ଦେଶବ୍ୟାପୀ ଏକ ଜୋସ୍‌ର ମାହୋଲ ସୃଷ୍ଟି ହୋଇଛି । କିଏ ଚନ୍ଦ୍ରାଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ପାଇଁ ପୂଜାର୍ଚ୍ଚନା ଉପବାସ କରୁଛି ତି କିଏ ଉତ୍ସାହିତ କରୁଛି । ତେବେ ଏସବୁରୁ ବାଦ୍ ପଡିନାହାନ୍ତି ଭାରତ ଆସି ଚର୍ଚ୍ଚାରେ ଥିବା ପାକିସ୍ତାନୀ ମହିଳା ସୀମା ହାଇଦର। ସୀମା ଗତ କିଛି ଦିନ ଧରି ଅସୁସ୍ଥ ଥିବା ନେଇ ଖବର ଆସୁଥିଲା ।

ଏହା ବି ପଢନ୍ତୁ...Chandrayaan-3 soft-landing: ଆଜି ଚନ୍ଦ୍ରଯାନ-3ର ଅବତରଣ, ସଫ୍ଟ ଲ୍ୟାଣ୍ଡିଂ ଉପରେ ବିଶ୍ବର ନଜର

ତେବେ ଅସୁସ୍ଥତା ମଧ୍ୟରେ ଦେଶର ସଫଳତା ଉଦ୍ଦେଶ୍ୟରେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିବା ସେ କହିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ସୀମା ହାଇଦର। ସୀମା କହିଛନ୍ତି, "ମୋର ବିଶ୍ବାସ ଅଛି,ଚନ୍ଦ୍ରଯାନ ନିଶ୍ଚିତ ସଫଳତା ପୂର୍ବକ ଲ୍ୟାଣ୍ଡିଂ ପ୍ରଧାନମନ୍ତ୍ରୀ ଦେଶ ପାଇଁ ଖୁବ ଭଲ କାମ କରୁଛନ୍ତି । ଦେଶବାସୀଙ୍କ ହିତ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ପ୍ରଚେଷ୍ଟା ଚଳାଇଛନ୍ତି । ଭଗବାନଙ୍କ ଆଶୀର୍ବାଦ ରହିଲେ, ଚନ୍ଦ୍ରଯାନକୁ ନିଶ୍ଚିତ ସଫଳତା ମିଳିବ । ଫଳରେ ସାରା ବିଶ୍ବରେ ଭାରତ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିବ ।

ଏହା ବି ପଢନ୍ତୁ...Hariyali Teej: ହରିୟାଲି ତିଜ ପାଳି ଚର୍ଚ୍ଚାରେ ସୀମା ହାଇଦର

ମଙ୍ଗଳବାର ସୀମା ହାଇଦରଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟକୁ ଡାକ ମାଧ୍ୟମରେ ରାକ୍ଷୀ ପଠାଇଥିଲେ । ରକ୍ଷା ବନ୍ଧନ ଅବସରରେ ଭାଇମାନଙ୍କ ପାଇଁ ଏସବୁ ପଠାଇଥିବା ସେ କହିଥିଲେ। ଏହିସବୁ ରାକ୍ଷୀ ଖୁପୁରା ଡାକବିଭାଗରୁ ପଠାଯାଇଥିବା ଜଣା ପଡିଥିଲା ।

ଆଜି ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ଇତିହାସ ରଚିବ । ଏହି ଅବତରଣ କିଭଳି ସଫଳ ହେବ ସେନେଇ ସାରା ବିଶ୍ୱ ଚାହିଁ ରହିଥିବାବେଳେ ପ୍ରତିଟି ଭାରତୀୟଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ଏହାସହ ସମଗ୍ର ଦେଶରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ତେବେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପାଇଁ ଅନେକ ସ୍ଥାନରେ ହୋମ ଯଜ୍ଞ ଓ ପୂଜାର୍ଚ୍ଚନା ଚାଲିଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.