ETV Bharat / bharat

SC on cheetah deaths: କେନ୍ଦ୍ରର ଦଲିଲକୁ ଗ୍ରହଣ କଲେ ସର୍ବୋଚ୍ଚ କୋର୍ଟ

author img

By

Published : Aug 7, 2023, 7:26 PM IST

ଚିତା ମୃତ୍ୟୁ ପ୍ରସଙ୍ଗରେ କେନ୍ଦ୍ରର ଦଲିଲକୁ ଗ୍ରହଣ କଲେ ସର୍ବୋଚ୍ଚ କୋର୍ଟ । କହିଲେ କେନ୍ଦ୍ର ସରକାର ଗ୍ରହଣ କରୁଛନ୍ତି ସମସ୍ତ ପଦକ୍ଷେପ । ନିଆଯାଉ ବିଶେଷଜ୍ଞଙ୍କ ପରାମର୍ଶ । ଅଧିକ ପଢନ୍ତୁ

SC on cheetah deaths: କେନ୍ଦ୍ରର ଦଲିଲକୁ ଗ୍ରହଣ କଲେ ସର୍ବୋଚ୍ଚ କୋର୍ଟ
SC on cheetah deaths: କେନ୍ଦ୍ରର ଦଲିଲକୁ ଗ୍ରହଣ କଲେ ସର୍ବୋଚ୍ଚ କୋର୍ଟ

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଭାରତ ସରକାର ଆରମ୍ଭ କରିଥିବା ‘ଚିତା ପ୍ରକଳ୍ପ’ ରେ ଏକାଧିକ ଚିତାଙ୍କ ମୃତ୍ୟୁ ହେବା ମାମଲା ଏବେ ସର୍ବୋଚ୍ଚ କୋର୍ଟରେ ପହଞ୍ଚିଛି । ହେଲେ ଏହି ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରେ ରାୟ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଚିତା ମଡ଼କ ରୋକିବା ପାଇଁ କେନ୍ଦ୍ର ପ୍ରୟାସ ଜାରି ରଖିଛି । ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଉଛି । ତେବେ କେନ୍ଦ୍ରର ଦଲିଲକୁ ଅଗ୍ରାହ୍ୟ କିମ୍ବା ଅବିଶ୍ବାସ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି ।

ଆଜି ଏହି ମାମଲାର ଶୁଣାଣି ସର୍ବୋଚ୍ଚ କୋର୍ଟଙ୍କ ବିଚାରପତି ଜଷ୍ଟିସ ବିଆର ଗାଭାଇ, ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ଜଷ୍ଟିସ ପି.ଏସ ନରସିଂହଙ୍କ ଖଣ୍ଡପୀଠରେ ହୋଇଥିଲା । ଏହି ପ୍ରସଙ୍ଗରେ କେନ୍ଦ୍ର ସତ୍ୟପାଠ ମାଧ୍ୟମରେ ଚିତା ମୃତ୍ୟୁ ଓ ଚିତା ପ୍ରକଳ୍ପ ସମ୍ପର୍କରେ କୋର୍ଟଙ୍କୁ ଅବଗତ କରିଛି । ଆଫ୍ରିକାରୁ ଅଣାଯାଇଥିବା 20 ଚିତା ମଧ୍ୟରୁ ଏବେ 14 ଚିତା ଜୀବିତ ଅଛନ୍ତି । ସ୍ବାସ୍ଥ୍ୟଗତ ସମସ୍ୟାରୁ 6 ଚିତାଙ୍କ ମୃତ୍ୟୁ ହୋଇଛି । ଚିତା ମୃତ୍ୟୁସଂଖ୍ୟା ସମ୍ପର୍କରେ କିଛି ଗଣମାଧ୍ୟମରେ ଭୁଲ ସୂଚନା ପ୍ରସାରଣ କରାଯାଉଥିବା ମଧ୍ୟ କେନ୍ଦ୍ର କୋର୍ଟଙ୍କୁ ଅବଗତ କରିଛି ।

ଆଜି ଶୁଣାଣିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭାଟ୍ଟି ପକ୍ଷ ରଖିଥିଲେ । ନିକଟରେ ମୃତ୍ୟୁମୁଖରେ ପଡିଥିବା 3ଟି ଚିତା ନୁହନ୍ତି ବରଂ ସ୍ଥାନାନ୍ତରିତ ହୋଇଥିବା ଚିତା ଶାବକ । ଚିତା ବିଶେଷଜ୍ଞଙ୍କ ଏକ ଅନ୍ତର୍ଜାତୀୟ ପ୍ୟାନେଲ ବ୍ୟତୀତ 11 ଜଣିଆ ବିଶେଷଜ୍ଞଙ୍କ ଏକ କମିଟି ଗଠନ ହୋଇସାରିଛି । ସର୍ବୋଚ୍ଚ ଅଦାଲତକୁ କେନ୍ଦ୍ର ସୂଚାଇ ଦେଇଛନ୍ତି ଯେ, ଚିତା ପ୍ୟାନେଲର ସମସ୍ତ ଅନ୍ତର୍ଜାତୀୟ ବିଶେଷଜ୍ଞମାନଙ୍କ ପରାମର୍ଶରେ ଚିତାଙ୍କ ମୃତ୍ୟୁକୁ ରୋକିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି

ଏହା ମଧ୍ୟ ପଢନ୍ତୁ:-Cheetah Death: କୁନୋରେ ବଢୁଛି ଚିତା ମୃତ୍ୟୁ, କାରଣ ଖୋଜୁଛି ସ୍ବତନ୍ତ୍ର ଟିମ୍‌

କେନ୍ଦ୍ରର ପକ୍ଷ ଶୁଣି ସାରିବା ପରେ ସୁପ୍ରିମକୋର୍ଟ କହିଛନ୍ତି ଯେ କମିଟିରେ ଥିବା ବିଶେଷଜ୍ଞଙ୍କ ମତାମତକୁ ଗ୍ରହଣ କରିବା କିମ୍ବା ଅଗ୍ରାହ୍ୟ କରିବା କେନ୍ଦ୍ରର ଅଧିକାର । ଏହି ପ୍ରସଙ୍ଗରେ 11 ଜଣିଆ ବିଶେଷଜ୍ଞ କମିଟି କାର୍ଯ୍ୟ କରୁଛି । ସେମାନଙ୍କ ମଧ୍ୟରୁ 4 ଜଣ ଚିତା ବିଶେଷଜ୍ଞ ମଧ୍ୟ ରହିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ପ୍ରକ୍ରିୟାରେ ଜଣେ ବିଶେଷଜ୍ଞ ଆପତ୍ତି କରିଛନ୍ତି ଯେ ସମଗ୍ର ବିଶ୍ୱରେ ଚିତା ସଂରକ୍ଷଣର ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଉ ନାହିଁ । କୋର୍ଟ କହିଛନ୍ତି ଯେ କେଉଁ ବିଶେଷଜ୍ଞଙ୍କ ମତ ଗ୍ରହଣ କରାଯିବା ଉଚିତ, ଏହା କେନ୍ଦ୍ର ସରକାରଙ୍କ ଅଧିକାର । ଏହି ପ୍ରସଙ୍ଗରେ ଚିତା ମୃତ୍ୟୁକୁ ରୋକିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା କେନ୍ଦ୍ର ଯେଉଁ ଦଲିଲ ଦାଖଲ କରିଛି, ତାହାକୁ ଅବିଶ୍ବାସ କରିବାରେ କୌଣସି କାରଣ ନାହିଁ । ଗତବର୍ଷ ଏହି ଚିତା ପ୍ରକଳ୍ପ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ 8ଟି ଚିତା ନାମ୍ବିଆରୁ ଅଣାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.