ETV Bharat / bharat

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ, ବଢିଲା ସୁରକ୍ଷା - ଏକନାଥ ସିନ୍ଦେଙ୍କୁ ହତ୍ୟା ଧମକ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ମିଳିଲା ହତ୍ୟା ଧମକ ମିଳିବା ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅଧିକ ପଢ଼ନ୍ତୁ

security tighten after death threat Maharashtra CM Eknath Shinde
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
author img

By

Published : Oct 2, 2022, 11:00 PM IST

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ମିଳିଲା ହତ୍ୟା ଧମକ । ଏହାପରେ ତାଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ମିଳିଥିବା ନେଇ SID(State Intelligence Department) କମିଶନର ଆଶୁତୋଶ ଦାମ୍‌ରେ ସୂଚନା ଦେଇଛନ୍ତି ।

SID କମିଶନର ଆଶୁତୋଶ ଦାମ୍‌ରେ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଖବର ପରେ ଆମେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛୁ ।" ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ Z ପ୍ଲ୍‌ସ ସୁରକ୍ଷା ଯୋଗାଇ ଦିଆଯାଉଛି । କିନ୍ତୁ ବର୍ତ୍ତମାନ ତାଙ୍କୁ କିଛି ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି । ସୁରକ୍ଷାକର୍ମୀ ଏକନାଥ ସିନ୍ଦେଙ୍କ ସରକାରୀ ବାସଭବନ ବର୍ଷାରେ ନିୟୋଜିତ ରହିଛନ୍ତି ।

ହତ୍ୟା ଧମକ ପରେ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସେ କହିଛନ୍ତି, "ମୁଁ କେବେ ଏଥିପ୍ରତି ଧ୍ୟାନ ଦେଇନାହିଁ । ଆମ ଗୃହ ବିଭାଗ ଓ ଗୃହମନ୍ତ୍ରୀ ଦେବେନ୍ଦ୍ରା ଫଡ଼ନାଭିସ୍‌ ପୂର୍ଣ୍ଣ ସକ୍ଷମ । ମୋର ତାଙ୍କ ପ୍ରତି ଭରଷା ରହିଛି । ଏଭଳି ଧମକକୁ ମୁଁ ବିଶ୍ବାସ କରେନାହିଁ । ଲୋକଙ୍କ ପାଇଁ କାମ କରିବାକୁ ମୋତେ କେହି ବି ରୋକି ପାରିବେ ନାହିଁ ।"

ମହାରାଷ୍ଟ୍ରରେ ନାନା ରାଜନୈତିକ ଡ୍ରାମା ପରେ ଗତ ଜୁନ୍‌ ମାସରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ ଏକନାଥ ସିନ୍ଦେ । ଉଦ୍ଧବ ଠାକେରଙ୍କଠାରୁ ସମର୍ଥନ ଫେରାଇ ନେଇ ବିଜେପି ସମର୍ଥନରେ ସରକାର ଗଢ଼ିଥିଲେ ଏକନାଥ ସିନ୍ଦେ । ତେବେ ଗତ ବର୍ଷ ଅକ୍ଟୋବର ମାସରେ ମଧ୍ୟ ନଗର ଉନ୍ନୟନ ମନ୍ତ୍ରୀ ଦାୟିତ୍ବ ଥିବା ବେଳେ କିଛି ନକ୍ସଲ ତାଙ୍କୁ ହତ୍ୟା ଧମକ ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.