ETV Bharat / bharat

ବୈଶାଖୀ ପର୍ବରେ ଏକାଠି ହେବାକୁ ସମର୍ଥକଙ୍କୁ ଅମ୍ରିତପାଲର ଅପିଲ୍‌ ! ପଞ୍ଜାବରେ ବଢିଲା ସୁରକ୍ଷା

ବୈଶାଖୀ ପର୍ବରେ ଏକାଠି ହେବାକୁ ସମର୍ଥକଙ୍କୁ ପଳାତକ ଅମ୍ରିତପାଲ ସିଂ ଅପିଲ୍‌ କରିଥିବା ଭିଡିଓ ଭାଇରାଲ । ରାଜ୍ୟରେ ବଢିଲା ସୁରକ୍ଷା । ପୋଲିସ କହିଲା ଆତ୍ମସମର୍ପଣ କଲେ ଆଇନ ଅନୁଯାୟୀ କରାଯିବ ସମସ୍ତ ସହଯୋଗ । ଅଧିକ ପଢନ୍ତୁ

author img

By

Published : Apr 9, 2023, 5:51 PM IST

ପଞ୍ଜାବରେ ବଢିଲା ସୁରକ୍ଷା
ପଞ୍ଜାବରେ ବଢିଲା ସୁରକ୍ଷା

ଚଣ୍ଡିଗଡ: ପଞ୍ଜାବରେ ବୈଶାଖୀ ପର୍ବରେ ଏକାଠି ହେବାକୁ ସମର୍ଥକଙ୍କୁ ପଳାତକ ଅମ୍ରିତପାଲ ସିଂ ଅପିଲ୍‌ କରିଥିବା ଚର୍ଚ୍ଚା ହେବା ପରେ ପୁଣିଥରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସମର୍ଥକଙ୍କୁ ଏହି ପର୍ବରେ ଏକାଠି ହୋଇ ତା ବିରୋଧରେ ଜାରି ରହିଥିବା କାର୍ଯ୍ୟାନୁଷ୍ଠାନ ବିରୋଧୀ ସ୍ବରକୁ ସମଗ୍ର ଶିଖ୍‌ ସମ୍ପ୍ରଦାୟ ମଧ୍ୟରେ ବ୍ୟାପକ କରିବା ପାଇଁ ଖଲିସ୍ତାନୀ ସପକ୍ଷବାଦୀ ନେତା ତଥା ପଳାତକ ଘୋଷିତ ଅମ୍ରିତପାଲ ସିଂ ଏକ ଭିଡିଓ ବାର୍ତ୍ତାରେ କହିଥିବା ଚର୍ଚ୍ଚା ହେଉଛି । ରାଜ୍ୟରେ ଏପରି ଚର୍ଚ୍ଚା ମଧ୍ୟରେ ଆଜି ବୈଶାଖୀ ପର୍ବ ପୂର୍ବରୁ ଭଟିଣ୍ଡା, ଅମୃତସର ସମେତ ଅନ୍ୟ କିଛି ସ୍ଥାନରେ ସୁରକ୍ଷାକୁ ବଢାଯାଇଛି । ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ହେଲେ ଏହି ଭିଡିଓର ସତ୍ୟତା ନେଇ ପୋଲିସ କିଛି ପ୍ରକାଶ କରିନାହିଁ ।

ପଞ୍ଜାବରେ ବୈଶାଖୀ ପର୍ବ ବେଶ ଧୂମଧାମରେ ପାଳନ କରାଯାଇଥାଏ । ତେବେ ଏହି ପର୍ବ ଜରିଆରେ ନିଜ ବିରୋଧରେ ଜାରି ରହିଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ସାମ୍ପ୍ରଦାୟିକ ରଙ୍ଗ ଦେବା ପାଇଁ ପ୍ରୟାସ ଅମ୍ରିତପାଲ ସିଂ କରୁଥାଇପାରେ । ସମଗ୍ର ଶିଖ୍‌ ସମ୍ପ୍ରଦାୟ ସହ ଏହି ପ୍ରସଙ୍ଗକୁ ଯୋଡି ଏଥିରୁ ସମବେଦନାମୂଳକ ସହାୟତା ହାସଲ କରିବା ପାଇଁ ପଳାତକ ଅମ୍ରିତପାଲ ପ୍ରୟାସ କରୁଛି ।

ପୂର୍ବରୁ ମଧ୍ୟ ସେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ଶିଖ୍‌ ସମ୍ପ୍ରଦାୟ ଉପରେ ଆକ୍ରମଣ ବୋଲି କହି ସାରିଥିଲେ ସୁଦ୍ଧା ପଞ୍ଜାବରେ ସେପରି କିଛି ବିଶେଷ ସମର୍ଥନ ପାଇବାରେ ସଫଳ ହୋଇନଥିଲା । କେବଳ କିଛି ଖଲିସ୍ତାନୀ ସପକ୍ଷବାଦୀ ଗୋଷ୍ଠୀ ବିଦେଶରେ ଅମ୍ରିତପାଲକୁ ସମର୍ଥନ କରି ଭାରତ ବିରୋଧୀ ନାରା ଦେଇଥିଲେ । ପଞ୍ଜାବ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୁରିନ୍ଦର ପଲ ସିଂ ପରମାର କହିଛନ୍ତି, ରାଜ୍ୟରେ ଏବେ ସ୍ଥିତି ସ୍ବାଭାବିକ ରହିଛି । କେବଳ ବୈଶାଖୀ ପର୍ବ ପାଇଁ ସତର୍କତାମୂଳକ ପଦକ୍ଷେପ ଭାବେ ରାଜ୍ୟରେ ଫୋର୍ସ ମୁତୟନ କରାଯାଇଛି ।

ଅନ୍ୟପଟେ ଅମୃତସର ପୋଲିସ କମିଶନର କହିଛନ୍ତି, ଯଦି ପଳାତକ ଅମ୍ରିତପାଲ ସିଂ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଚାହିଁବ, ତେବେ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯିବ । ସମ୍ପୂର୍ଣ୍ଣ ଆଇନଗତ ପ୍ରଣାଳୀରେ ଏହି ଆତ୍ମସମର୍ପଣ ପ୍ରକ୍ରିୟା ଶେଷ କରିବା ପାଇଁ ପୋଲିସ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବ ।

ତେବେ ବର୍ତ୍ତମାନ ଅମୃତସର ସମେତ ସମଗ୍ର ରାଜ୍ୟରେ ଆଇନ୍‌ ଶୃଙ୍ଖଳା ସ୍ଥିତି ସ୍ବାଭାବିକ ରହିଛି । କୌଣସି ପ୍ରକାର ଉତ୍ତେଜନାପୂର୍ଣ୍ଣ ସ୍ଥିତି ନାହିଁ । ଏବେ ବୈଶାଖୀ ପର୍ବ ପାଇଁ ରାଜ୍ୟ ଚଳଚଞ୍ଚଳ ରହିଛି । ସେ ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ସହରରେ ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ ପୋଲିସ ପ୍ରଶାସନ ଗୁରୁତ୍ବ ଦେଉଥିବା ସେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.