ETV Bharat / bharat

କେରଳ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହଠାତ୍ ଫୁଟିଲା ଗୁଳି, ତାପରେ..

author img

By

Published : Dec 7, 2022, 8:37 PM IST

କେରଳ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀଙ୍କ ବନ୍ଧୁକରୁ ହଠାତ ଫୁଟିଲା ଗୁଳି (Kerala CMs residence firing case)। ସର୍ଭିସ ବନ୍ଧୁକ ସଫା କରିବା ବେଳେ ଅଘଟଣ ସନ୍ଦେହ । କେହି ହୋଇନାହାନ୍ତି ଆହତ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ହଠାତ ଫୁଟିଲା ଗୁଳି

ହାଇଦ୍ରାବାଦ: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ବାସଭବନରେ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ସୁରକ୍ଷା ଅଧିକାରୀଙ୍କ ସର୍ଭିସ ବନ୍ଧୁକରୁ ଅସବଧାନତାବଶଃତ ଗୁଳି ଫୁଟିଛି (Kerala CMs residence firing case)। ତେବେ ଆଶ୍ବସ୍ତିର କଥା ଯେ, ଏଥିରେ କେହି ଆହତ ହୋଇନଥିବା ମଧ୍ୟ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ,ଏହି ଅଧିକାରୀଜଣଙ୍କ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସୁରକ୍ଷା ଦାୟିତ୍ବରେ ଥିଲେ (Kerala CMs residence firing case)। ତେବେ ସେ ତାଙ୍କ ସର୍ଭିସ ବନ୍ଧୁକଟିକୁ ସଫା କରୁଥିବା ବେଳେ ହଠାତ ସେଥିରୁ ଗୁଳି ଫୁଟିଥିଲା ।

ପୂର୍ବାହ୍ନ ପ୍ରାୟ 9 ଟାରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ଏଥିରେ କେହି ଆହତ ହୋଇନାହାନ୍ତି । ସେହି ସମୟରେ ମୁଖ୍ୟମନ୍ତ୍ରୀ ବିଜୟନ ମଧ୍ୟ ସେଠାରେ ନଥିବା ସ୍ପଷ୍ଟ ହୋଇଥିବା ପୋଲିସ କହିଛି । ପ୍ରାଥମିକ ଭାବେ ସମ୍ପୃକ୍ତ ଅଧିକାରୀଙ୍କର ଅସାବଧାନତା ଯୋଗୁ ଏପରି ହୋଇଥିବା ସନ୍ଦେହ କରାଯାଉଛି । ତେବେ କେରଳ ପୋଲିସ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.