ETV Bharat / bharat

ଆସାମ-ଅରୁଣାଚଳ ସୀମାରୁ ବିପୁଳ ପରିମାଣର ମାରଣାସ୍ତ୍ର ଓ ବିସ୍ଫୋରକ ଜବତ

author img

By

Published : Sep 7, 2022, 9:09 PM IST

ଆସାମ-ଅରୁଣାଚଳ ପ୍ରଦେଶ ସୀମାନ୍ତ ଜିଲ୍ଲା ସୋନିତପୁରେ ବିପୁଳ ପରିମାଣର ମାରଣାସ୍ତ୍ର ଓ ବିସ୍ଫୋରକ ଜବତ କଲା ପୋଲିସ (Security forces recovered a huge ammunition) । ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କରାଯାଉଛି ସନ୍ଦେହ । ତଦନ୍ତ ଜାରି ରହିଥିବା ସ୍ଥାନୀୟ ପୋଲିସର ସୂଚନା । ଅଧିକ ପଢନ୍ତୁ

ବିପୁଳ ପରିମାଣର ମାରଣାସ୍ତ୍ର ଓ ବିସ୍ଫୋରକ ଜବତ କଲା ଆସାମ ପୋଲିସବିପୁଳ ପରିମାଣର ମାରଣାସ୍ତ୍ର ଓ ବିସ୍ଫୋରକ ଜବତ କଲା ଆସାମ ପୋଲିସ
ବିପୁଳ ପରିମାଣର ମାରଣାସ୍ତ୍ର ଓ ବିସ୍ଫୋରକ ଜବତ କଲା ଆସାମ ପୋଲିସ

ଗୌହାଟୀ: ଆସାମର ସୋନିପତପୁର ଜିଲ୍ଲାରୁ ବ୍ୟାପକ ପରିମାଣର ମାରଣାସ୍ତ୍ର ଓ ବିସ୍ଫୋରକ ଜବତ କରିଛି ଆସାମ ପୋଲିସ ଓ ଅର୍ଦ୍ଧ ସାମରିକ ବଳ (Security forces recovered a huge ammunition)। ଜବତ ସାମଗ୍ରୀ ମଧ୍ୟରେ ଏକାଧିକ ପିସ୍ତଲ,ମାଉଜର,ବିପୁଳ ପରିମାଣର ଅଫୁଟା ଗୁଳି ଓ ବିସ୍ଫୋରକ ସାମଗ୍ରୀ ମଧ୍ୟ ରହିଛି । ତେବେ ଏହି ଘଟଣାରେ କାହାକୁ ଗିରଫ କରିବାରେ ପୋଲିସ ସଫଳ ହୋଇନାହିଁ । ଆସାମର ସୋନିତପୁର ଜିଲ୍ଲା ଆସାମ-ଅରୁଣାଚଳ ପ୍ରଦେଶର ସୀମାନ୍ତ ଜିଲ୍ଲା ହୋଇଥିବା କାରଣରୁ ଏହା ଆତଙ୍କବାଦୀ କିମ୍ବା ଉଗ୍ରବାଦୀଙ୍କ କାର୍ଯ୍ୟକଳାପ ହୋଇଥିବା ପୋଲିସ କହିଛି । ଏହି ମାମଲାରେ ଅଧିକ ତଦନ୍ତ ମଧ୍ୟ ଜାରି ରହିଛି ।

  • Assam | Security forces recovered a huge cache of arms, ammunition, grenades, and explosives in the Sonitpur district along the Assam-Arunachal Pradesh border.

    "We suspect that suspected militants had kept hidden the weapons in the jungle area," said SP Sonitpur pic.twitter.com/WjGcamOMxH

    — ANI (@ANI) September 7, 2022 " class="align-text-top noRightClick twitterSection" data=" ">

ସ୍ଥାନୀୟ ପୋଲିସ ଅଧିକ୍ଷକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଜଙ୍ଗଲରେ ଏକ ସ୍ଥାନରେ ଏହାକୁ ଲୁଚାଇ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଏହାକୁ ଅନ୍ୟତ୍ର ଯୋଗାଣ କରିବାର ଯୋଜନା ରଖାଯାଇଥିଲା । ଏହାକୁ ନେଇ ଇନପୁଟ ସୂଚନା ମିଳିବା ପରେ ପୋଲିସ ଚଢାଉ କରିବା ସହ ଏହି ସବୁକୁ ଜବତ କରିଛି (huge ammunition recovered in assam)। ଏହି ଘଟଣାରେ ସମ୍ପୃକ୍ତ ଆତଙ୍କୀଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି । ପୋଲିସକୁ ଏହି ସଫଳତା ମିଳିବା ପରେ ବଡ ଆତଙ୍କୀ ଆକ୍ରମଣକୁ ପଣ୍ଡ କରାଯିବାରେ ସଫଳତା ମିଳିଛି ।

ପୂର୍ବରୁ ମଧ୍ୟ ଉତ୍ତର-ପୂର୍ବ ରାଜ୍ୟ ଆସାମରେ ଉଗ୍ରବାଦ ଓ ଆତଙ୍କବାଦ ସମସ୍ୟା ଅତି ଗମ୍ଭୀର ସ୍ଥିତିରେ ରହିଆସିଛି । ଏହା ଏକ ସୀମାନ୍ତ ରାଜ୍ୟ ହୋଇଥିବାରୁ ବାଂଲାଦେଶୀ ଆତଙ୍କୀ ଓ ଅନୁପ୍ରବେଶକାରୀଙ୍କ ପ୍ରବେଶ ଖବର ସବୁବେଳେ ନଜରକୁ ଆସିଥାଏ । ତେବେ ଗତ କିଛି ଦିନ ଧରି ସ୍ଥାନୀୟ ପୋଲିସ ଓ ଅର୍ଦ୍ଧ ସାମରିକ ବଳ ଏଠାରେ ଆତଙ୍କୀ ବିରୋଧୀ ଅପରେସନକୁ ଜୋରଦାର କରିବା ଫଳରେ ଆତଙ୍କୀ ଦମନ କ୍ଷେତ୍ରରେ ମଧ୍ୟ ଲଗାତାର ସଫଳତା ମିଳିବାରେ ଲାଗିଛି । ସ୍ଥିତିରେ କ୍ରମଶଃ ସୁଧାର ଆସିବା କାରଣରୁ ରାଜ୍ୟର କିଛି ସ୍ଥାନରୁ ସୁରକ୍ଷା ବଳ ସ୍ବତନ୍ତ୍ର କ୍ଷମତା ଆକ୍ଟ ମଧ୍ୟ ପ୍ରତ୍ୟାହାର କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ।

ଆସାମରେ କାର୍ଯ୍ୟ କରୁଥିବା କିଛି ମଦ୍ରାସାରେ ଆତଙ୍କବାଦୀ କାର୍ଯ୍ୟକଳାପ ଷଡଯନ୍ତ୍ର ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସେମାନଙ୍କୁ ଗିରଫ କରାଯିବା ସହ ମଦ୍ରାସାକୁ ଉଚ୍ଛେଦ ମଧ୍ୟ କରାଯାଇଥିଲା । ଇସଲମୀୟ ଶିକ୍ଷାଦାନ ଆଳରେ ଏହି ମଦ୍ରାସାଗୁଡିକ ବାଂଲାଦେଶୀ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀ ପାଲଟୁଥିବାରୁ ସେଗୁ଼ଡିକ ଉପରେ କ୍ରମାଗତ ନଜର ରଖିଛି ପୋଲିସ । ନିକଟରେ ଏସମ୍ପର୍କିତ ମାମଲାରେ ଏକାଧିକ ଗିରଫଦାରୀ ମଧ୍ୟ ହୋଇସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.