ETV Bharat / bharat

ଇଦ୍‌ ପୂର୍ବରୁ UPର ଗୌତମବୁଦ୍ଧ ନଗରରେ ଲାଗିଲା 144 ଧାରା - ଆସନ୍ତାକାଲି ଇଦ

ଆସନ୍ତାକାଲି(ମଙ୍ଗଳବାର) ମୁସଲମାନ ସମ୍ପ୍ରଦାୟର ଭାଇଭାଉଣୀ ପାଳନ କରିବେ ଇଦ୍ । କୋରୋନା ବୃଦ୍ଧି ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରରେ ମେ ୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲଗାଯାଇଛି । ଇଦ ଥିବାରୁ ମସଜିଦ ନ ଯାଇ ଘରେ ରହି ନମାଜ ପାଠ କରିବାକୁ ପରାମର୍ଶ ଦିଆଯାଇଛି। ଅଧିକ ପଢନ୍ତୁ

ଆସନ୍ତାକାଲି ଇଦ୍;ୟୁପିର ଗୌତମ ବୁଦ୍ଧ ନଗରରେ ୧୪୪ ଧାରା ଲାଗୁ,ଘରେ ନମାଜ ପାଠ କରିବାକୁ ପରାମର୍ଶ

author img

By

Published : May 2, 2022, 7:51 AM IST

ଲକ୍ଷ୍ନୌ: ଆସନ୍ତାକାଲି(ମଙ୍ଗଳବାର) ମୁସଲମାନ ସମ୍ପ୍ରଦାୟର ଭାଇଭାଉଣୀ ପାଳନ କରିବେ ଇଦ୍ । ଏନେଇ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ପୂର୍ବ ପ୍ରସ୍ତୁତି । କୋରୋନା ବୃଦ୍ଧି ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରରେ ମେ’ ୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲଗାଯାଇଛି । ଇଦ ଥିବାରୁ ମସଜିଦ ନ ଯାଇ ଘରେ ରହି ନମାଜ ପାଠ କରିବାକୁ ପରାମର୍ଶ ଦିଆଯାଇଛି ।

ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସେହିପରି ସର୍ବସାଧାରଣ ସ୍ଥାନରେ ପୂଜା କି ନମାଜ ପାଠ କରିବାକୁ ବାରଣ କରାଯାଇଥିବା ବେଳେ କୌଣସି ସ୍ଥାନରେ ବିକ୍ଷୋଭ କି ଶୋଭାଯାତ୍ରା କରିବା ପୂର୍ବରୁ ଉଚ୍ଚ ଅଧିକାରୀଙ୍କ ଆଦେଶ ଆଣିଥିବା ଆବଶ୍ୟକ ବୋଲି ଗୌତମ ବୁଦ୍ଧ ନଗର ପୋଲିସ କମିଶନର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପରୀକ୍ଷା ସମୟରେ ବିଦ୍ୟାଳୟରେ ସାମାଜିକ ଦୂରତା ସହ କୋଭିଡ ନିର୍ଦ୍ଦେଶାବଳୀ ସହିତ ବଜାୟ ରଖିବାକୁ ହେବ। କୋଭିଡ ନିର୍ଦ୍ଦେଶାବଳୀର ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବା ।

ଏହାସହ ପରୀକ୍ଷା କେନ୍ଦ୍ରର ପରିସର ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ଲାଉଡ ସ୍ପିକର ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଯାଇଛି । ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଦୋକାନୀମାନେ କାହାକୁ(loudspeaker ) ଲାଉଡସ୍ପିକର କିମ୍ବା ଏହିପରି କୌଣସି ଉପକରଣ ବିକ୍ରୟ କିମ୍ବା ଭଡା ଦେଇପାରିବେ ନାହିଁ । ଗତମାସରେ ଗୌତମ ବୁଦ୍ଧ ନାଗର(Gautam Budh Nagar )ରେ କୋଭିଡ ମାମଲା ସଂଖ୍ୟା ବୃଦ୍ଧି ପାଇବା ପରେ ଉତ୍ତରପ୍ରଦେଶ ସରକାର ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିଲେ ।

ସଂକ୍ରମଣ ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ଏଠାରେ ଲୋକଙ୍କୁ ସଚେତନ କରାଯିବା ସହ ସ୍ବତନ୍ତ୍ର କୋଭିଡ ଡ୍ରାଇଭ ଆରମ୍ଭ ହୋଇଛି । ସେପଟେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏନସିଆର (NCR) ଅଧିନରେ ଆସୁଥିବା ଗାଜିଆବାଦ, ହାପୁର, ମେରୁଟ, ବୁଲନ୍ଦଶାହର, ବାଗପାଟ ଏବଂ ଲକ୍ଷ୍ନୌରେ ମଧ୍ୟ ଏହି ନିୟମ ଲାଗୁ କରାଯାଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.