ETV Bharat / bharat

ଆଜି ନବରାତ୍ରୀର ଦ୍ବିତୀୟ ଦିନ, ତ୍ୟାଗ ଓ ତପସ୍ୟାର ଦେବୀ ବ୍ରହ୍ମଚାରିଣୀ - ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ ମା'

ଆଜି ନବରାତ୍ରୀର ଦ୍ବିତୀୟ ଦିନରେ ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ ମା ଦୁର୍ଗା । ଆଜିର ଦିନରେ ମା'ଙ୍କୁ ସ୍ମରଣ କଲେ ତପ ,ତ୍ୟାଗ, ବୈରାଗ୍ୟ , ସଦାଚାରରେ ବୃଦ୍ଧିହୁଏ । ଅଧିକ ପଢନ୍ତୁ...

ଆଜି ନବରାତ୍ରୀର ଦ୍ବିତୀୟ ଦିନ, ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ ମା'

author img

By

Published : Oct 8, 2021, 9:28 AM IST

ହାଇଦ୍ରାବାଦ: ଆଉ ଦିନକେଇଟା ପରେ ଦଶହରା । ଏନେଇ ଗତକାଲିଠାରୁ ମା ଦୁର୍ଗାଙ୍କ ନବରାତ୍ରୀ ପୂଜା ଆରମ୍ଭ ହୋଇଯାଇଛି । ନବରାତ୍ରୀରେ ମା’ ଦୁର୍ଗା ୯ଟି ରୂପରେ ପୂଜା ପାଇଥାନ୍ତି । ଏହି ୯ ଦିନ ମା' ଦୁର୍ଗା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ ରୂପରେ ମଣ୍ଡପରେ ପୂଜା ପାଇଥାନ୍ତି । ଗତକାଲି ନବରାତ୍ରର ପ୍ରଥମ ଦିନରେ ମା ଦୁର୍ଗାଙ୍କୁ ଶୈଳପୁତ୍ରୀ ରୂପେ ପୂଜା କରାଯାଇଥିବା ବେଳେ ଆଜି ନବରାତ୍ରୀର ଦ୍ବିତୀୟ ଦିନ । ଆଜିର ଦିନରେ ମା' ଦୁର୍ଗା ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ । ନବରାତ୍ରର ଦ୍ବିତୀୟ ଦିନରେ ମାତା ଦୁର୍ଗାଙ୍କୁ ଭକ୍ତମାନେ ବ୍ରହ୍ମଚାରିଣୀ ରୂପରେ ଉପାସନା କରିଥାନ୍ତି। ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ । ତାଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ । ଭକ୍ତ ନିଜ ମନକୁ ସ୍ୱାଧିଷ୍ଠାନ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି । ମା'ଙ୍କ ଏହି ସ୍ବରୂପକୁ ପୂଜା କଲେ ସର୍ବତ୍ର ସିଦ୍ଧି ଓଂ ବିଜୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି ।

ନବରାତ୍ରୀର ଦ୍ବିତୀୟ ଦିନରେ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ପୂଜା ପେଣ୍ଡାଲ ଗୁଡିକରେ ମା'ଙ୍କୁ ଆଜି ବ୍ରହ୍ମଚାରିଣୀ ସୂରୂପରେ ପୂଜା କରିବେ ଭକ୍ତ । ଆଜିର ଦିନରେ ମା'ଙ୍କୁ ସ୍ମରଣ କଲେ ତପ ,ତ୍ୟାଗ, ବୈରାଗ୍ୟ , ସଦାଚାରରେ ବୃଦ୍ଧିହୁଏ । ମା ବ୍ରହ୍ମଚାରିଣୀଙ୍କୁ ଜ୍ଞାନ ଓ ବୁଦ୍ଧିର ଦେବୀ ବୋଲି ମଧ୍ୟ କୁହାଯାଏ । ମା ଭଗବାନ ଶିବଙ୍କୁ ସ୍ବାମୀ ରୂପରେ ପ୍ରାପ୍ତ କରିବା ପାଇଁ ଘୋର ତପସ୍ୟା କରୁଥିଲେ । କଠିନ ତପସ୍ୟା କରିଥିବାରୁ ମା ତପଶ୍ଚାରିଣୀ ଅର୍ଥାତ ବ୍ରହ୍ମଚାରିଣୀ ନାରେ ପରିଚିତ । ଏଥି ପାଇଁ ମା'ଙ୍କୁ ତ୍ୟାଗ ଓ ତପସ୍ୟାର ଦେବୀ ମଧ୍ୟ କୁହାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.