ETV Bharat / bharat

ସିଙ୍ଘୁ ସୀମାରେ କୃଷକ ଆନ୍ଦୋଳନସ୍ଥଳରେ ମୃତଦେହ ମିଳିବା ଘଟଣା, ୨ୟ ଅଭିଯୁକ୍ତ ଗିରଫ

author img

By

Published : Oct 16, 2021, 10:23 PM IST

ସିଙ୍ଘୁ ସୀମାରେ କୃଷକ ଆନ୍ଦୋଳନ ଚାଲିଥିବାବେଳେ ରକ୍ତାକ୍ତ ମୃତଦେହ ମିଳିବା ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ପଞ୍ଜାବ ପୋଲିସ । ଅଧିକ ପଢନ୍ତୁ...

ସିଙ୍ଗୁ ସୀମାରେ କୃଷକ ଆନ୍ଦୋଳନସ୍ଥଳରେ ମୃତଦେହ ମିଳିବା ଘଟଣା, ୨ୟ ଅଭିଯୁକ୍ତ ଗିରଫ

ଚଣ୍ଡିଗଡ: ସିଙ୍ଘୁ ସୀମାରେ କୃଷକ ଆନ୍ଦୋଳନ ଚାଲିଥିବାବେଳେ ଜଣେ ବ୍ୟକ୍ତିଙ୍କ ମୃତେହହ ମିଳିବା ଘଟଣାରେ ଦ୍ବିତୀୟ ଅଭିଯୁକ୍ତକୁ ଗିରଫ କରିଛି ପଞ୍ଜାବ ପୋଲିସ । ଅଭିଯୁକ୍ତଙ୍କ ନାମ ନାରାୟଣ ସିଂ ଓ ତାକୁ ପଞ୍ଜାବର ଅମରକୋଟ ଗ୍ରାମ ଦେବଦାସପୁର ରାଖର ଗୁରୁଦ୍ବାର ସାମ୍ନାରୁ ନିକଟରୁ ଅମୃତସର ଗ୍ରାମୀଣ ପୋଲିସ ଗିରଫ କରିଥିବା ପଞ୍ଜାବ ପୋଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଅମୃତସର ଗ୍ରାମୀଣ ପୋଲିସ ଅଧୀକ୍ଷକ ରାକେଶ କୌଶଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ହତ୍ୟାକାଣ୍ଡ ଘଟାଇଥିବା ନେଇ ଅଭିଯୁକ୍ତ ନାରାୟଣ ନିଜେ ପୋଲିସ ନିକଟରେ ସ୍ବୀକାର କରିଛି । ମୃତ ବ୍ୟକ୍ତି ଲଖବୀର ଗୁରୁ ଗ୍ରନ୍ଥ ସାହେବଙ୍କୁ ଅପମାନିତ କରିବାରୁ ଅଭିଯୁକ୍ତ ନାରାୟଣ ସିଂ ଉତ୍ୟକ୍ତ ହୋଇ ତାକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଫଳରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଥିବା ପୋଲିସ ନିକଟରେ ସ୍ବୀକାର କରିଛି ଅଭିଯୁକ୍ତ ନାରାୟଣ ସିଂ ।

ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତକୁ ହରିୟାଣା ପୋଲିସ ପୂର୍ବରୁ ଗିରଫ କରିସାରିଥିବାବେଳେ ଅନ୍ୟତମ ଅଭିଯୁକ୍ତ ନାରାୟଣ ସିଂ ଘଟଣା ପରଠାରୁ ଫେରାର ହୋଇଯାଇଥିଲା । ହରିୟାଣା ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଆଜି ନାରାୟଣକୁ ଗିରଫ କରିବାରେ ସଫଳ ହୋଇଛି ପଞ୍ଜାବ ପୋଲିସ । ତେବେ ହରିୟାଣା ପୋଲିସର ଏକ ଟିମ ଏହି ଅଭିଯୁକ୍ତକୁ ନେବା ପାଇଁ ସୋନିପତରୁ ପଞ୍ଜାବ ଅଭିମୁଖେ ବାହାରିଥିବା ମଧ୍ୟ ସୂଚନା ରହିଛି । ତେବେ ପ୍ରକ୍ରିୟା ଅନୁସାରେ ପଞ୍ଜାବ ପୋଲିସ ଅଭିଯୁକ୍ତକୁ ହରିୟାଣା ପୋଲିସକୁ ହସ୍ତାନ୍ତର କରିବ । ଯଦି ଆବଶ୍ୟକ ପଡେ ତେବେ ପଞ୍ଜାବ ପୋଲିସ ମଧ୍ୟ ଘଟଣାର ଅଧିକ ତଦନ୍ତ ମଧ୍ୟ କରିପାରେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.