ETV Bharat / bharat

ତ୍ରିପୁରା ବିମାନବନ୍ଦର ପାଇଁ କେନ୍ଦ୍ର ଦେଲା 490 କୋଟି, ଧନ୍ୟବାଦ ଦେଲେ ବିପ୍ଲବ - ବେସାମରିକ ବିମାନ ଚଳାଚଳ

ବିମାନ କ୍ଷେତ୍ରରେ ସାମରିକ ବିକାଶ ପାଇଁ କେନ୍ଦ୍ର ସରକାର ଏମବିବି ବିମାନବନ୍ଦର ପାଇଁ 490 କୋଟି ଟଙ୍କା ବ୍ୟୟ ମଞ୍ଜୁର କରିଛନ୍ତି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ତ୍ରିପୁରା MBB ବିମାନବନ୍ଦର ପାଇଁ କେନ୍ଦ୍ରର 490 କୋଟି ମଞ୍ଜୁର

author img

By

Published : Sep 10, 2021, 1:01 PM IST

ଅଗରତାଲା: ବିମାନ ଚଳାଚଳ କ୍ଷେତ୍ରରେ ତ୍ରିପୁରା ପାଇଁ କେନ୍ଦ୍ରର ପ୍ୟାକେଜ । ବିମାନ କ୍ଷେତ୍ରରେ ସାମରିକ ବିକାଶ ପାଇଁ କେନ୍ଦ୍ର ସରକାର ଏମବିବି ବିମାନବନ୍ଦର ପାଇଁ 490 କୋଟି ଟଙ୍କା ବିନିଯୋଗ ମଞ୍ଜୁର କରିଛନ୍ତି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ।

  • Tripura is marching ahead on the path of development under the able leadership of Hon. PM Shri @narendramodi Ji.

    On behalf of 37lakh people of #Tripura extending warm gratitude to Civil Aviation Minister Sh. @JM_Scindia Ji for unveiling the up-gradation plan for Agartala Airport https://t.co/ws0eHWNr2J

    — Biplab Kumar Deb (@BjpBiplab) September 9, 2021 " class="align-text-top noRightClick twitterSection" data=" ">

ଅଗରତାଲା ବିମାନ ବନ୍ଦରର ବିକାଶ ପାଇଁ ୪୯୦କୋଟି ବିନିଯୋଗ ହେବ । ବର୍ତ୍ତମାନ ଏମବିବି ବିମାନରେ ଘଣ୍ଟାପ୍ରତି ୫୦୦ ଯାତ୍ରୀଙ୍କ ପାଇଁ ବ୍ୟବସ୍ଥା ରହିଛି । ଏହି ବିନିଯୋଗ ପରେ ଯାତ୍ରୀଙ୍କ କ୍ଷମତାଙ୍କ ସଂଖ୍ୟା ଘଣ୍ଟାପ୍ରତି ୧୨୦୦କୁ ବୃଦ୍ଧି ହେବ ବୋଲି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ସେ ଆହୁରି କହିଛନ୍ତି ଏହି ନୂତନ ପୁଞ୍ଜି ବିନିଯୋଗ ସହିତ MBB ବିମାନବନ୍ଦର କ୍ଷମତା 2.5 ଗୁଣ ବୃଦ୍ଧି ପାଇବ ।

ନୂତନ ବିକାଶରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ବିପ୍ଲାବ କୁମାର ଦେବ ତ୍ରିପୁରାବାସୀଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦକ୍ଷ ନେତୃତ୍ବରେ ବିକାଶ ପଥରେ ଆଗକୁ ବଢିଛି । ବିମାନବନ୍ଦର ପାଇଁ ଅପ-ଗ୍ରେଡେସନ୍ ଯୋଜନା ଉନ୍ମୋଚନ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ।

ଉତ୍ତରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ପିଏମ ମୋଦିଙ୍କ ଅଧୀନରେ ଏହା ଏକ ସହଯୋଗୀ ପ୍ରୟାସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆପଣଙ୍କ ସହଯୋଗରେ ଆମେ ତ୍ରିପୁରାର ଲୋକଙ୍କ ପାଇଁ ବିମାନବନ୍ଦର ସଂଯୋଗ ଆଣିବା ପାଇଁ ସମସ୍ତ ପ୍ରୟାସ କରିବୁ ବୋଲି ଟ୍ବିଟ କରି କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.