ETV Bharat / bharat

ଧାନ ଚୋପାରୁ ପଲିଥିନ ପ୍ରସ୍ତୁତ

author img

By

Published : Jun 5, 2022, 4:45 PM IST

ପନ୍ତନଗର କୃଷି ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ପଲିଥିନର ବିକଳ୍ପ ପ୍ରସ୍ତୁତି କରିସାରିଛନ୍ତି । ଯାହାକି ପଲିଥିନ ଭଳି ଉପଯୋଗ କରାଯାଇପାରିବ । ଏହାର ବିଶେଷତ୍ବ ହେଉଛି ଏହା ମାଟିର ସଂସ୍ପର୍ଶରେ ଆସିବାର ୩ ରୁ ୬ ମାସ ମଧ୍ୟରେ ହିଁ ନଷ୍ଟ ହୋଇଯିବ । ଅଧିକ ପଢନ୍ତୁ

ପନ୍ତନଗର କୃଷି ବିଶ୍ବବିଦ୍ୟାଳୟ ବୈଜ୍ଞାନିକଙ୍କ ଦ୍ବାରା ଧାନ ଚୋପାରୁ ପ୍ରସ୍ତୁତ ପଲିଥିନ
Scientists of Pantnagar Agricultural University invented biodegradable sheet as an alternative to polythene

ଡେରାଡୁନ: ପନ୍ତନଗର କୃଷି ବିଶ୍ବବିଦ୍ୟାଳୟ ବୈଜ୍ଞାନିକମାନେ ଧାନ ଚୋପାରୁ ପ୍ରସ୍ତୁତ କରିଛନ୍ତି ପଲିଥିନ । ଏହି ପଲିଥିନର ବିଶେଷତ୍ବ ହେଉଛି ଯେ ମାଟି ସଂସ୍ପର୍ଶରେ ଆସିବାର ୩ ରୁ ୬ ମଧ୍ୟରେ ଏହା ନଷ୍ଟ ହୋଇଯିବ, ଯାହାଦ୍ବାରା କୃଷିର କୌଣସି କ୍ଷତି ହେବ ନାହିଁ । ଯାହାକି ତିନି ବର୍ଷର ପରିଶ୍ରମ ପରେ ଗବେଷକମାନେ ଏହାର ସଫଳତା ପାଇଛନ୍ତି । ପଲିଥିନ ପରିବେଶର କ୍ଷତିକାରକ କୁହାଯାଉଥିବା ବେଳେ ପନ୍ତନଗର କୃଷି ବିଶ୍ବବିଦ୍ୟାଳୟ ଏହାର ଏକ ନୂଆ ବିକଳ୍ପ ପ୍ରସ୍ତୁତ କରିଛି ।

ବିଶ୍ବବିଦ୍ୟାଳୟର ଖାଦ୍ୟ ଇଞ୍ଜିନିୟରିଂ ବିଭାଗର ବୈଜ୍ଞାନିକଙ୍କ ଅନୁଯାୟୀ, ପଲିଥିନ ପାଇଁ ଏହା ଏକ ଭଲ ଉପଯୋଗୀ । ଏହାକୁ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଅଧିକ ଖର୍ଚ୍ଚ ହୁଏନାହିଁ । ଏହି ଗବେଷଣା କାର୍ଯ୍ୟକାରୀ କରିବା ପାଇଁ ବୈଜ୍ଞାନିକମାନେ ୩ବର୍ଷର ସମୟ ନେଇଛନ୍ତି । ଧାନ ଚୋପାରୁ ସେଲୁଲୋଜ୍ ବାହାର କରି ପଲିଲାକ୍ଟିକ୍ ଏସିଡରେ ସେମାନେ ବାୟୋଡିଗ୍ରେଡେବଲ୍ ପ୍ୟାକେଜିଂ ସିଟ୍ ତିଆରି କରିଛନ୍ତି, ଯାହା ଭବିଷ୍ୟତରେ ପଲିଥିନ ପ୍ୟାକେଜିଙ୍ଗକୁ ବଦଳାଇପାରେ । ଏହି ଟିମ ଧାନ ଚୋପାକୁ ବିଶୋଧନ କରି ଏକ ପଲିଲାକ୍ଟିକ୍ ଏସିଡ୍ ଆଧାରିତ ଫିଲ୍ମ ପ୍ରସ୍ତୁତ କରିଛି । ଯାହା ଖାଦ୍ୟ ଓ ପନିପରିବା ରଖିବା ଉପଯୋଗୀ ହୋଇପାରେ ବୋଲି କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.