ବେଙ୍ଗାଲୁର: କର୍ଣ୍ଣାଟକରେ ବଜରଙ୍ଗ ଦଳର ସଦସ୍ୟଙ୍କୁ ହତ୍ୟା ଘଟଣାର ଏକ ସପ୍ତାହ ପରେ ଶିବମୋଗ୍ଗାରେ ଖୋଲିଲା ସ୍କୁଲ ଓ କଲେଜ । ତେବେ ଶିବମୋଗ୍ଗା ଜିଲ୍ଲାରେ ଲାଗିଥିବା କର୍ଫ୍ୟକୁ ଆଜି ପ୍ରଶାସନ ପକ୍ଷରୁ ହଟାଯାଇଛି । ଅନ୍ୟପଟେ ଏହି ହତ୍ୟାକାଣ୍ଡ ପରେ ସହର ହିଂସାକାଣ୍ଡ ଓ ଦଙ୍ଗା ଦେଖିବାକୁ ମିଳିଥିଲା ।
ଏହି ହିଂସାକାଣ୍ଡ ଓ ଦଙ୍ଗାକୁ ପ୍ରଶମିତ କରିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲଗାଯାଇଥିଲା । ତେବେ ଫେବୁୃଆରୀ ୨୧ରେ ପ୍ରଶାସନ ପକ୍ଷରୁ ବଜରଙ୍ଗ ଦଳର କର୍ମୀ ହର୍ଷାଙ୍କ ହତ୍ୟା ପରେ ଏହି କର୍ଫ୍ୟୁ ଲଗାଯାଇଥିଲା । ସେହିପରି ସହରରେ ଆଇନ ଶୃଙ୍ଖଳା ପରିସ୍ଥିତ ବିଗିଡିବା ଆଶଙ୍କାରେ ଶିବମୋଗ୍ଗା ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷେଧ ଥିବା ଆଇନ ବ୍ୟବସ୍ଥା ଅବଧିକୁ ବଢାଇଥିଲେ ।
ଅନ୍ୟପଟେ ଏକା ସାଙ୍ଗରେ ପାଞ୍ଚ ଜଣରୁ ଅଧିକ ଲୋକ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି କରିଥିଲା ପ୍ରଶାସନ । ସେହିପରି ଏହି ନିୟମ ଫେବୃଆରୀ ୨୬ରୁ ମାର୍ଚ୍ଚ ୪ତାରିଖ ପର୍ଯ୍ୟନ୍ତ ଲାଗୁ ହୋଇଥିବାବେଳେ ବ୍ୟବସାୟିକ ପ୍ରତିଷ୍ଠାନ ସକାଳ ୬ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବା ପାଇଁ ନିର୍ଦ୍ଦେଶ ରହିଥିଲା । ତେବେ ଆଇନ ଶୃଙ୍ଖଳା ପରିସ୍ଥିତରେ ସୁଧାର ଆସିବା ପରେ ଆଜି ପ୍ରଶାସନ ପକ୍ଷରୁ ନିୟମକୁ ହଟେଇ ଦିଆଯାଇଛି ।
ଏପଟେ ଏହି ହତ୍ୟା ଘଟଣାରେ ପୋଲି ଦଶ ଜଣଙ୍କୁ ଗିରଫ କରିଛି । ସେହିଭଳି ହତ୍ୟାକାଣ୍ଡକୁ କର୍ଣ୍ଣାଟକ ସରକାର ଗୁରୁତର ସହ ନେଇଛନ୍ତି । ତେବେ ଫେବୃଆରୀ ୨୦ ତାରିଖରେ ବଜରଙ୍ଗ ଦଳର କର୍ମୀ ହର୍ଷାଙ୍କୁ ପ୍ରଥମେ ଅପହରଣ ପରେ ଏକ ଅଚିହ୍ନା ଗ୍ୟାଙ୍ଗ ଦ୍ବାରା ହତ୍ୟା କରାଯାଇଥିଲା ।
ବ୍ୟୁତରୋ ରିପୋର୍ଟ, ଇଟିଭି ଭାରତ