ETV Bharat / bharat

ମମିତା ମର୍ଡର ମାମଲା, ଓଡିଶା ଆସିବେ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ - ମମିତା ମର୍ଡର ମିଷ୍ଟ୍ରି

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧକ୍ଷା ମମିତା ମହେର ହତ୍ୟାକାଣ୍ଡ ଘଟଣାର ସ୍ଥିତି ଅନୁଧ୍ୟାନ ପାଇଁ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡିଶା ଆସିବେ ବୋଲି ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି । ଅଧିକ ପଢନ୍ତୁ...

ମମିତା ମର୍ଡର ମିଷ୍ଟ୍ରି, ଓଡିଶା ଆସିବ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ

author img

By

Published : Oct 27, 2021, 1:06 PM IST

ନୂଆଦିଲ୍ଲୀ: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧକ୍ଷା ମମିତା ମହେର ହତ୍ୟାକାଣ୍ଡ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି । ରାଜରାସ୍ତାକୁ ଓହ୍ଲାଇ ଘଟଣାର ପ୍ରତିବାଦ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏ ନେଇ କେନ୍ଦ୍ରରୁ ମଧ୍ୟ ସ୍ବର ଉଠିବା ଆରମ୍ଭ ହେଲାଣି । ଘଟଣାର ସ୍ଥିତି ଅନୁଧ୍ୟାନ ପାଇଁ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡିଶା ଆସିବେ ବୋଲି ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ।

ସୂଚନା ଅନୁଯାୟୀ ମମିତା ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ତିନିଦିନ ମଧ୍ୟରେ ୩ ଜଣିଆ ପ୍ରତିନିଧି ଦଳ ଓଡିଶା ଗସ୍ତ କରିବେ । ଘଟଣା ସମ୍ପର୍କରେ ବିସ୍ତୁତ ଅନୁଧ୍ୟାନ କରିବ ଟିମ । ଏହି ପ୍ରତିନିଧ ଦଳରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧକ୍ଷା ଭାନଥା ଶ୍ରୀନିବାସ, ସାଂସଦ ସୁନୀତା ଦୁଗଲ ଓ ବିଧାୟିକା ରୁପା ମିତ୍ର ସାମିଲ ଅଛନ୍ତି । ପ୍ରତିନିଧି ଦଳ ଘଟଣା ସମ୍ପର୍କରେ ସଂପୂର୍ଣ୍ଣ ବିବରଣୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ପ୍ରଦାନ କରିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ହେବ ।

ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଘଟଣାକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଗୋବିନ୍ଦ ସାହୁ ସ୍କୁଲରେ ଛାତ୍ରୀ ଓ ମହିଳାମାନଙ୍କ ଶୋଷଣ କରୁଥିଲା । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୋବିନ୍ଦର ବନ୍ଧୁ । ସେ ମଧ୍ୟ ଏଠାରେ ରାତ୍ରୀଯାପନ କରୁଥିବା ଅଭିଯୋଗ ହୋଇଛି । ଏ ବିଷୟରେ ସବୁ ଜାଣି ମଧ୍ୟ ମୁ୍ଖ୍ୟମନ୍ତ୍ରୀ ଚୁପ ଅଛନ୍ତି । ଅପରାଧୀଙ୍କ ପାଇଁ ରାଜ୍ୟ ସରକାରଙ୍କ କୋହଳ ମନୋଭାବ ସେମାନଙ୍କୁ ପ୍ରତ୍ୟକ୍ଷ ସୁରକ୍ଷା ଦେଉଛି । ଫଳରେ ରାଜ୍ୟରେ ମହିଳାମାନଙ୍କ ପ୍ରତି ହିଂସା ଓ ନିର୍ଯାତନା ବୃଦ୍ଧି ପାଉଛି ବୋଲି କହିଛନ୍ତି ସମ୍ବିତ ପାତ୍ର ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.