ETV Bharat / bharat

ଛାତ୍ରୀଙ୍କ ଗାଲ କାମୁଡି ପ୍ରଧାନଶିକ୍ଷକ ଗିରଫ

author img

By

Published : Sep 19, 2021, 5:13 PM IST

ଛାତ୍ରୀଙ୍କ ଗାଲ କାମୁଡି ଗିରଫ ହୋଇଛନ୍ତି ପ୍ରଧାନଶିକ୍ଷକ । ବିହାରର କଟିହାର ଜିଲ୍ଲାରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ଅଧିକ ପଢନ୍ତୁ...

ଛାତ୍ରୀଙ୍କ ଗାଲ କାମୁଡି ଗିରଫ ହେଲେ ପ୍ରଧାନଶିକ୍ଷକ

ପାଟନା: ବିହାରରେ ନାବାଳିକା ଛାତ୍ରୀଙ୍କ ସହ ଅସଦାଚରଣ । ଛାତ୍ରୀଙ୍କ ଗାଲ କାମୁଡି ଦେଇଛନ୍ତି ପ୍ରଧାନଶିକ୍ଷକ । ଘଟଣାରେ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛି ପୋଲିସ । ବିହାର କଟିହାର ଜିଲ୍ଲାରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା ।

କଟିହାର ସୋମାପୁର ଅଞ୍ଚଳରେ ଥିବା ଏକ ସ୍କୁଲର ପ୍ରଧାନଶିକ୍ଷକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିବା ପରେ ତାଙ୍କ ଗାଲ କାମୁଡିଦେଇଥିବା ଅଭିଯୋଗ ହୋଇଥିଲା । ଛାତ୍ରୀ ଜଣକ ଜୋରରେ ଚିତ୍କାର କରିବାରୁ ଦୌଡି ଆସିଥିଲେ ସ୍ଥାନୀୟ ବାସିନ୍ଦା । ପରେ ପ୍ରଧାନଶିକ୍ଷକଙ୍କୁ ଅକଟକ ରଖି ପୋଲିସକୁ ଖବର ଦେଇଥିଲେ ଲୋକେ ।

ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ପ୍ରଧାନଶିକ୍ଷକଙ୍କୁ ଥାନାକୁ ନେଇଯାଇଛି । ଉତ୍ୟକ୍ତ ଲୋକେ ପ୍ରଧାନଶିକ୍ଷକଙ୍କୁ ବାଡିରେ ପିଟିଥିବା ମଧ୍ୟ କୁହାଯାଉଛି । ଛାତ୍ରୀଙ୍କ ବୟାନ ରେକର୍ଡ ପରେ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରାଯାଇଥିବା କହିଛି ପୋଲିସ । ତେବେ ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.