ନୂଆଦିଲ୍ଲୀ: ଆଜାଦୀ କି ଅମୃତ ମହୋତ୍ସବ ଅଧିନରେ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ପକ୍ଷରୁ ଆସନ୍ତା ୧୭ରୁ ୨୧ ପର୍ଯ୍ୟନ୍ତ ଆର୍ଦଶ ଶିକ୍ଷା ସପ୍ତାହ ଅନୁଷ୍ଠିତ ହେବ । ଏହି ମହୋତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ଏଥିରେ ଦୁଇ ଦିନିଆ ଅନ୍ତର୍ଜାତୀୟ ଖେଳ ଏବଂ ୱେବନାର୍ କରାଯିବ । ସେହିପରି ୨୭ତମ ଜାତୀୟ ବାର୍ଷିକ ସମ୍ମିଳନୀ ସହ ସହୋଦୟ ବିଦ୍ୟାଳୟ ଶିକ୍ଷା ଉପରେ ମଧ୍ୟ ଏକ ୱେବନାର୍ ହେବ । ଏହାସହ ଅଟଳ ଇନୋଭେସନ୍ ମିଶନ୍ ସହଭାଗିତାରେ ଏହି ୱେବନାର୍ କରାଯିବ । ଏହି ୱେବନାର୍ ଉଭୟ ଭର୍ଚୁଆଲ ଓ ଫିଜିକାଲ ମୋଡରେ କରାଯିବ ।
ଅନ୍ୟପଟେ ଏହି ୱେବନାର୍ ର ଥିମ୍ ରହିଛି ଟେକ୍ ସ୍ଟାର୍ଟ-ଅପ୍ସ ଫୋକସଡ୍ ଅନ୍ ଚିଲିଡ୍ରେନ୍ ୱିଥ୍ ସ୍ପେସାଲ ନିଡସ୍(Tech start-ups focused on children with special needs) । ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ଅଭିଭାବକ, ବିଭିନ୍ନ ରାଜ୍ୟର ଆଇ ସଂଯୋଜକ ଏବଂ ଅଂଶୀଦାରମାନେ ଅଂଶ ଗ୍ରହଣ କରିବେ ।
ତେବେ ପିଲାଙ୍କ ଶିକ୍ଷା ପାଇଁ ଆବଶ୍ୟକ ଟେକ୍ନୋଲୋଜି ଏବଂ ସହାୟକ ଉପକରଣ ସମ୍ବନ୍ଧରେ ଅଭିଭାବକଙ୍କୁ ଅବଗତ କରାଇବା ଏହି ୱେବନାରର ମୁଖ୍ୟ ଉଦ୍ଦେଶ୍ୟ । ସେହିପରି ସିବିଏସଇ ମଧ୍ୟ ୨୭ତମ ସହୋଦୟ ବିଦ୍ୟାଳୟ ଶିକ୍ଷା ସହଭାଗିତାରେ ଏକ ସମ୍ମିଳନୀ ହେବ । ଏହାର ଥିମି ରହିଛି ପୁନରନାଭା ରେଡିସ୍କୋଭରି ଅଫ୍ ଇଣ୍ଡିଆ@ 75 (PUNARNAVA – REDISCOVERY OF INDIA @୭୫) । ତେବେ ୱେବନାରରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ସହ ଶିକ୍ଷାର ମାନ ବୃଦ୍ଧି ହେଉଛି ଏହାର ମୂଳ ଉଦ୍ଦେଶ୍ୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ