ETV Bharat / bharat

ବନ୍ୟାଜଳରେ ଫସିଲା ସ୍କୁଲ ବସ୍, ୨୫ ଛାତ୍ରଛାତ୍ରୀ ସୁରକ୍ଷିତ ଉଦ୍ଧାର

author img

By

Published : Jul 8, 2022, 4:33 PM IST

ବନ୍ୟାଜଳରେ ଫସିଲା ସ୍କୁଲ ବସ୍ । ସ୍ଥାନୀୟ ଲୋକଙ୍କ ସହାୟତାରେ ୨୫ ଛାତ୍ରଛାତ୍ରୀ ଉଦ୍ଧାର । ଅଧିକ ପଢନ୍ତୁ

ବନ୍ୟାଜଳରେ ଫସିଲା ସ୍କୁଲ ବସ୍, ୨୫ ଛାତ୍ରଛାତ୍ରୀ ସୁରକ୍ଷିତ ଉଦ୍ଧାର
ବନ୍ୟାଜଳରେ ଫସିଲା ସ୍କୁଲ ବସ୍, ୨୫ ଛାତ୍ରଛାତ୍ରୀ ସୁରକ୍ଷିତ ଉଦ୍ଧାର

ହାଇଦ୍ରାବାଦ: ସାରା ଦେଶରେ ମୌସୁମୀ ଜନିତ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ରାଜ୍ୟରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାରି ଭିତରେ ଆଜି(ଶୁକ୍ରବାର) ତେଲେଙ୍ଗାନାରେ ଏକ ସ୍କୁଲ ବସ୍ ବନ୍ୟାଜଳରେ ଫସିଥିବାର ଖବର ଆସିଛି(private school bus carrying 25 children was struck in flood) । ରାଜ୍ୟର ମହବୁବନଗର ଅନ୍ତର୍ଗତ ମଚନପାଲ୍ଲୀ(Machanpally) ଏବଂ କୋଦୁର(Kodur) ମଧ୍ୟ ସ୍ଥିତ ରେଲୱେ ଅଣ୍ଡରବ୍ରିଜ ନିକଟରେ ଏକ ଘରୋଇ ସ୍କୁଲ ବସ୍ ପାଣି ଭିତରେ ଫସିଯାଇଛି । ବସରେ ମୋଟ ୨୫ ଛାତ୍ରଛାତ୍ରୀ ଥିଲେ । ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ବସ୍‌ ପାଣି ଭିତରେ ଫସିଯିବା ପରେ ଡ୍ରାଇଭର ସ୍ଥାନୀୟ ଲୋକଙ୍କୁ ଉଦ୍ଧାର ପାଇଁ ଡାକିଥିଲେ । ଏହାପରେ ସ୍ଥାନୀୟ ଲୋକେ ପ୍ରଥମ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ଏବଂ ପରେ ଏକ ଟ୍ରାକ୍ଟର ସାହାଯ୍ୟରେ ବସ୍‌କୁ ପାଣି ଭିତରୁ ଟାଣି ବାହାର କରିଥିଲେ । ଗୁରୁବାର ଗୁଜୁରାଟରେ ମଧ୍ୟ ବନ୍ୟାଜଳରେ ଏକ ସ୍କୁଲ ବସ୍ ଓଲଟି ପଡିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.