ETV Bharat / bharat

ଦେଶମୁଖ ଓ ନଓ୍ବାବଙ୍କ ଅସ୍ଥାୟୀ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ - ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନିିଲ ଦେଶମୁଖ

ସର୍ବୋଚ୍ଚ କୋର୍ଟରୁ ନିରାଶ ହେଲେ ଅନିଲ ଦେଶମୁଖ ଓ ନଓ୍ବାବ ମଲ୍ଲିକ । ବିଧାନ ପରିଷଦ ନିର୍ବାଚନରେ ମତଦାନ ପାଇଁ ଅସ୍ଥାୟୀ ଜାମିନ ପାଇଁ କରିଥିଲେ ଆବେଦନ । ଅଧିକ ପଢନ୍ତୁ

ଦେଶମୁଖ ଓ ମଲ୍ଲିକଙ୍କ ଅସ୍ଥାୟୀ ଜାମିନ ଆବେଦନ ଖାରଜ କଲେ ସୁପ୍ରିମ କୋର୍ଟ

author img

By

Published : Jun 20, 2022, 6:40 PM IST

ନୂଆଦିଲ୍ଲୀ: ଗିରଫ ହୋଇ ଜେଲରେ ଥିବା ମହାରାଷ୍ଟ୍ରର ଦୁଇ ବରିଷ୍ଠ ନେତା ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଓ ଏନସିପିର ବରିଷ୍ଠ ନେତା ନଓ୍ବାବ ମଲ୍ଲିକଙ୍କୁ ପୁଣି ସର୍ବୋଚ୍ଚ କୋର୍ଟକୁ ଝଟକା । ବିଧାନ ପରିଷଦ ନିର୍ବାଚନ (MLC election) ରେ ଭୋଟ ଦେବା ପାଇଁ ଉଭୟ କରିଥିବା ଅସ୍ଥାୟୀ ଜାମିନ ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଆଜି ଜଷ୍ଟିସ ସି.ଟି ରବି କୁମାର ଓ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିିଥିଲେ । ଭାରତୀୟ ସମ୍ବିଧାନର ଧାରା 62 (5) ଅନୁସାରେ ଯେକୌଣସି ବ୍ୟକ୍ତି ଜେଲରେ ଥିବା ସମୟରେ କୌଣସି ପ୍ରକାର ନିର୍ବାଚନରେ ମତଦାନ ପାଇଁ ବେଲ ମଞ୍ଜୁରୀ ନପାଇବାର ପ୍ରାବଧାନ ରହିଛି । ତେଣୁ ଉଭୟଙ୍କୁ ଜାମିନ ପ୍ରଦାନ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ଶୁଣାଣିରେ କହିଥିଲେ ।

ନିକଟରେ ବମ୍ବେ ଉଚ୍ଚ ନ୍ୟାୟାଳୟ ଦ୍ବାରସ୍ଥ ହୋଇ ମତଦାନ ପାଇଁ ଅସ୍ଥାୟୀ ଭାବେ ବେଲ ଆବେଦନ କରିଥିଲେ ଉଭୟ ନେତା ଦେଶମୁଖ ଓ ମଲ୍ଲିକ । ବମ୍ବେ ହାଇକୋର୍ଟରେ ମାମଲା ଖାରଜ ହେବା ପରେ ଉକ୍ତ ରାୟକୁ ସର୍ବୋଚ୍ଚ କୋର୍ଟରେ ଉଭୟଙ୍କ ପକ୍ଷରୁ ଚ୍ୟାଲେଞ୍ଜ ମଧ୍ୟ କରାଯାଇଥିଲା । ତେବେ ସର୍ବୋଚ୍ଚ କୋର୍ଟ ମଧ୍ୟ ଆବେଦନକୁ ଖାରଜ କରିଛି । ଆର୍ଥିକ ଠକେଇ ମାମଲାରେ ଉଭୟଙ୍କୁ ଗିରଫ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । ଏକାଧିକ ଥର ଜାମିନ ଖାରଜ ହେବା ପରେ ଦୁଇ ନେତା ବର୍ତ୍ତମାନ ଜେଲରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.