ETV Bharat / bharat

PM Security Breach: ଆଜି ସୁପ୍ରିମକୋର୍ଟରେ ଶୁଣାଣି - ପ୍ରଧାନମନ୍ତ୍ରୀ ସୁରକ୍ଷା ତ୍ରୁଟି ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତରେ ବେଳେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି (PM Security Breach )ନେଇ ବିବାଦ ଘନେଇବାରେ ଲାଗିଛି । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି ସମ୍ପର୍କିତ ପିଟିସନର ଆଜି (ଶୁକ୍ରବାର) ସୁପ୍ରିମକୋର୍ଟରେ ଶୁଣାଣି ହେବ । ଅଧିକ ପଢନ୍ତୁ

ଆଜି ସୁପ୍ରିମକୋର୍ଟରେ ଶୁଣାଣି
ଆଜି ସୁପ୍ରିମକୋର୍ଟରେ ଶୁଣାଣି
author img

By

Published : Jan 7, 2022, 8:18 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତରେ ବେଳେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ଦେଖାଯାଇଥିବା ତ୍ରୁଟି (PM Security Breach )ନେଇ ବିବାଦ ଘନେଇବାରେ ଲାଗିଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି ସମ୍ପର୍କିତ ପିଟିସନର ଆଜି (ଶୁକ୍ରବାର) ସୁପ୍ରିମକୋର୍ଟରେ ଶୁଣାଣି ହେବ (SC to hear PM Modi security breach) । ଏ ନେଇ ସର୍ବୋଚ୍ଚ ଅଦାଲତ ପଞ୍ଜାବ ସରକାରଙ୍କୁ ଏକ ନୋଟିସ ଜାରି କରିଛନ୍ତି ।

ସୂଚନାଅନୁସାରେ ବୁଧବାର ପ୍ରଧାନମନ୍ତ୍ରୀ ପଞ୍ଜାବର ଫିରୋଜପୁର ଗସ୍ତରେ ବାହାରିଥିଲେ । ଯିବା ବାଟରେ କୃଷକମାନଙ୍କ ଆନ୍ଦୋଳନ ଚାଲିଥିଲା । ଫଳରେ ମୋଦିଙ୍କ କାରକେଡ ଏକ ଫ୍ଲାଏଓଭର ଉପରେ ୨୦ ମିନିଟ ଫସି ରହିଥିଲା । ଏହାପରେ କାର୍ଯ୍ୟକ୍ରମ ବାତିଲ କରି ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରି ଯାଇଥିଲେ । ଏହାକୁ ନେଇ ଆରମ୍ଭ ହୋଇଯାଇଥିଲା ବାକଯୁଦ୍ଧ । ପଞ୍ଜାବରେ କ୍ଷମତାସୀନ କଂଗ୍ରେସ ଉପରେ ବିଜେପି ଦୋଷ ଲଦିଥିଲା । ଏହାପରେ ପୂରା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।

ଏହି ପ୍ରସଙ୍ଗକୁ ନେଇ ଜାତୀୟ ରଜନୀତି ସରଗରମ ହୋଇଛି । ଭବିଷ୍ୟତରେ ଯେପରି ଏହାର ପୁନରାବୃତ୍ତି ନ ହୁଏ ତାହା ସୁନିଶ୍ଚିନ୍ତ କରିବାକୁ ବରିଷ୍ଠ ଆଇନଜୀବୀ ମନିନ୍ଦର ସିଂ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରି ଏହାର ଶୁଣାଣି ପାଇଁ ପ୍ରାର୍ଥନା କରିଛନ୍ତି । ପିଏମଙ୍କ ଗସ୍ତ ବେଳେ ପଞ୍ଜାବ ପୋଲିସ ପକ୍ଷରୁ ନିଆଯାଇଥିବା ସୁରକ୍ଷା ବନ୍ଦୋବସ୍ତ ସମ୍ପର୍କିତ ସମସ୍ତ ପ୍ରମାଣ ସଂଗ୍ରହ ଲାଗି ବଠିଣ୍ଡା ଜିଲ୍ଲା ଜଜଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ପିଟିସନରେ ଦାୟର ହୋଇଛି । ଏହି ଘଟଣାରେ ଜଡିତ ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନିବେଦନ ହୋଇଛି ।

ଆହୁରି ପଢନ୍ତୁ...PM Security Breach: ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲା ଗୃହ ମନ୍ତ୍ରଣାଳୟ

ଦେଶର ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ଅଧକ୍ଷତାରେ ଗଠିତ ଖଣ୍ଡପୀଠ ଏ ନେଇ ପଞ୍ଜାବ ସରକାରଙ୍କୁ ନୋଟିସ କରିଛନ୍ତି । ଆଜି ପ୍ରଥମେ ଏହି ପ୍ରସଙ୍ଗରେ ବିଚାର କରାଯିବ ବୋଲି ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.