ETV Bharat / bharat

Bilkis Bano plea: 13ରେ ମାମଲାର ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ

author img

By

Published : Dec 10, 2022, 4:52 PM IST

13 ତାରିଖରେ ସର୍ବୋଚ୍ଚ କୋର୍ଟରେ ବିଲକିସ ବୋନାଙ୍କ ମାମଲାର ଶୁଣାଣି (SC to hear Bilkis Bano plea)। ଦୁଷ୍କର୍ମୀଙ୍କୁ ମୁକ୍ତି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ନଭେମ୍ବର 30ରେ ସର୍ବୋଚ୍ଚ କୋର୍ଟର ଦ୍ବାରସ୍ଥ ହୋଇଥିଲେ 2002 ଗୋଧ୍ରା ଗଣଦୁଷ୍କର୍ମ ପୀଡିତା ବିଲକିସ ବାନୋ । ସମସ୍ତ 11ଦୁଷ୍କର୍ମୀଙ୍କୁ ମୁକ୍ତ କରିଛନ୍ତି ଗୁଜୁରାଟ ସରକାର (Bilkis Bano Challenges In Supreme Court)। ଅଧିକ ପଢନ୍ତୁ

Bilkis Bano plea: 13ରେ ମାମଲାର ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ
Bilkis Bano plea: 13ରେ ମାମଲାର ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ

ହାଇଦ୍ରାବାଦ: ଚଳିତ ମାସ 13 ତାରିଖରେ 2002 ଗୋଧ୍ରା ଗଣଦୁଷ୍କର୍ମ ପୀଡିତା ବିଲକିସ ବାନୋଙ୍କ ଆବେଦନର ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ (SC to hear Bilkis Bano plea)। ଘଟଣାରେ ଦୋଷୀ ସାବ୍ୟସ୍ତ 11ଦୁଷ୍କର୍ମୀଙ୍କୁ ଗୁଜୁରାଟ ସରକାର ଜେଲରୁ ମୁକ୍ତ କରି ସାରିଛନ୍ତି । ଏହା ବିରୋଧରେ ନଭେମ୍ବର 30 ତାରିଖରେ ବାନୋ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଯାହାର ଶୁଣାଣି ଚଳିତ ମାସ 13 ତାରିଖରେ ହେବାକୁ ଯାଉଛି (Bilkis Bano Rapists Release case) ।

ସର୍ବୋଚ୍ଚ କୋର୍ଟଙ୍କ ଗୁଜୁରାଟ ସରକାରଙ୍କୁ ନିର୍ଣ୍ଣୟ ନେବା ନେଇ ନିର୍ଦ୍ଦେଶ ପରେ ସମସ୍ତ 11 ଦୋଷୀଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା । ତେବେ ଏହି ଦୁଷ୍କର୍ମୀମାନଙ୍କୁ ଜେଲରୁ ଛଡାଗଲା ପରେ କିଛି ନିର୍ଦ୍ଦିଷ୍ଟ ଧର୍ମର ସଂଗଠନ ସେମାନଙ୍କୁ ସ୍ବାଗତ ମଧ୍ୟ କରିଥିଲେ । ଯାହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଗୁଜୁରାଟ ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା ମଧ୍ୟ କରାଯାଇଥିଲା ।

ଜଣେ ଦୋଷୀ କରିଥିବା କ୍ଷମା ଆବେଦନ ନେଇ ବିଚାର କରିବାକୁ ସର୍ବୋଚ୍ଚ କୋର୍ଟ ଗୁଜୁରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । 1992 କ୍ଷମା ନୀତି (1992 remission policy) ଆଧାରରେ ଗୁଜୁରାଟ ସରକାର ଏହି ଆବେଦନର ନିଷ୍ପତ୍ତି ନେଇ ପାରିବେ ବୋଲି ସର୍ବୋଚ୍ଚ କୋର୍ଟ କହିଥିଲେ । ସର୍ବୋଚ୍ଚ କୋର୍ଟଙ୍କ ଏପରି ନିର୍ଦ୍ଦେଶ ପରେ ଗୁଜୁରାଟ ସରକାର ସମସ୍ତ 11 ଦୋଷୀଙ୍କୁ ଜେଲରୁ ମୁକ୍ତ କରିଥିଲେ । ଗୁଜୁରାଟ ସରକାରଙ୍କ ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ କହିବା ସହ ଦୁଖଃପ୍ରକାଶ କରିଥିଲେ ବାନୋ । ତେବେ ସେ ଏହି ମାମଲାରେ ଗତମାସ (ନଭେମ୍ବର) 30 ତାରିଖରେ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବାନୋ (Bilkis Bano Challenges In Supreme Court)।

କ’ଣ ଥିଲା ଏହି ବହୁଚର୍ଚ୍ଚିତ ଦୁଷ୍କର୍ମ ମାମଲା:-

2002 ରେ ଗୁଜୁରାଟର ଗୋଧ୍ରାରେ ସଂଗଠିତ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ସମୟରେ 21ବର୍ଷୀୟା ବାନୋଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଏଥିରେ ବାନୋଙ୍କ ପରିବାରର 9ଜଣଙ୍କୁ ନିର୍ମମ ହତ୍ୟା ମଧ୍ୟ କରାଯାଇଥିଲା । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବାନୋଙ୍କ 3ବର୍ଷୀୟା ଶିଶୁକନ୍ୟା ମଧ୍ୟ ରହିଥିଲା । ପରେ ଏହି ଘଟଣାରେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ବିଚାର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ତଥ୍ୟ ପ୍ରମାଣ ଆଧାରରେ 11ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.