ETV Bharat / bharat

ଆର୍ଥିକ ଦୁର୍ବଳ ବର୍ଗଙ୍କୁ ସଂରକ୍ଷଣ, ଆସନ୍ତା ୧୩ରେ ସାମ୍ବିଧାନିକ ବୈଧତା ନେଇ ଶୁଣାଣି

author img

By

Published : Sep 6, 2022, 10:50 PM IST

ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ଉଚ୍ଚଶିକ୍ଷାରେ ଅର୍ଥନୈତିକ ଦୁର୍ବଳ ବିଭାଗର ସଂରକ୍ଷଣର ସାମ୍ବିଧାନିକ ବୈଧତା ଉପରେ କରିବେ ଶୁଣାଣି । ଅଧିକ ପଢନ୍ତୁ

ସେପ୍ଟେମ୍ବର ୧୩ରେ ଉଚ୍ଚଶିକ୍ଷାରେ ସଂରକ୍ଷଣ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉଚ୍ଚଶିକ୍ଷାରେ ଅର୍ଥନୈତିକ ଦୁର୍ବଳ ବିଭାଗ (Economically Weaker Section) ର ସଂରକ୍ଷଣର ସାମ୍ବିଧାନିକ ବୈଧତା ଏବଂ ଆର୍ଥିକ ସ୍ଥିତି ଆଧାରରେ ଜନସାଧାରଣଙ୍କ ନିଯୁକ୍ତି ପ୍ରସଙ୍ଗରେ ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ଶୁଣାଣି କରିବେ ସୁପ୍ରିମକୋର୍ଟ (SC) ।

ଭାରତର ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ନେତୃତ୍ବ ଏକ ବେଞ୍ଚ ମଧ୍ୟ ଏହି ମାମଲାର ଶୁଣାଣି ସୁରୁଖୁରୁରେ ସୁନିଶ୍ଚିତ କରିବା ଲାଗି ସେପ୍ଟେମ୍ବର ୮ ପାଇଁ ତାଲିକାଭୁକ୍ତ କରିଥିଲେ। ଏହାପରେ ଶୁଣାଣି ବେଳେ ସମସ୍ତ ପକ୍ଷ କେତେ ସମୟ ନେବେ ତାହା ଜାଣିବାକୁ କୋର୍ଟ ଚେଷ୍ଟା କରିଥିଲେ । ଜଣେ ଓକିଲ କହିଛନ୍ତି ଯେ ଆବେଦନକାରୀଙ୍କ ପକ୍ଷରୁ ମୋଟ ସମୟ ହେଉଛି ୧୭.୫ ଘଣ୍ଟା ନେବା ଲାଗି ଅନୁରୋଧ କରାଯାଇଛି । ତେବେ ଏଥିଲାଗି ପ୍ରାୟ ୩ ଘଣ୍ଟା ସମୟ ଲାଗିବ ବୋଲି କହିଛନ୍ତି ଆଟର୍ଣ୍ଣି ଜେନେରାଲ ।

ଏହା ବି ପଢନ୍ତୁ- ଆର୍ମୀ କ୍ୟାମ୍ପ ହସ୍ପିଟାଲ୍‌ରେ ପଶିଲା ହାତୀ, ଭୟରେ କ୍ୟାମ୍ପ୍‌ ଖାଲି କଲେ ଯବାନ

ଅଦାଲତ କହିଛନ୍ତି ଯେ ଯଦି ଶୁଣାଣି ସମୟରେ ପ୍ରଶ୍ନ ଉଠେ ତେବେ ଏହା ଉଭୟ ପକ୍ଷକୁ କିଛି ସମୟ ଅତିରିକ୍ତ ଦେଇପାରେ, ତେଣୁ ୫ଟି କାର୍ଯ୍ୟଦିବସର ଆବଶ୍ୟକ । ୨୦୧୯ର ୧୦୩ ତମ ସଂଶୋଧନ ଅଧିନିୟମର ସାମ୍ବିଧାନିକ ବୈଧତା ଯାହା ଉଚ୍ଚଶିକ୍ଷାରେ ସଂରକ୍ଷଣ କରିବାକୁ ସକ୍ଷମ କରିଥିଲା । ଚଫି ଜଷ୍ଟିସଙ୍କ ନେତୃତ୍ବାଧୀନ ୫ ଜଣିଆ ଖଣ୍ଡପୀଠ ଏବେ ଜନହିତ ଅଭିଯାନ ମାମଲାକୁ ମୁଖ୍ୟ ଘଟଣା କହିଛନ୍ତି ।

ଜନହିତ ଅଭିଯାନର ବିଷୟ ୧୦୩ ତମ ସଂଶୋଧନ ଅଧିନିୟମର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିବା ସହିତ ଜଡିତ । ଏହା କେବଳ ଆର୍ଥିକ ମାନଦଣ୍ଡ ଆଧାରରେ ରାଜ୍ୟକୁ ଉଚ୍ଚଶିକ୍ଷା ତଥା ସାଧାରଣ ନିଯୁକ୍ତି ପ୍ରସଙ୍ଗରେ ସଂରକ୍ଷଣ କରିବାକୁ ସକ୍ଷମ କରିଥିଲା । ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାରଙ୍କ ଆବେଦନ ଉପରେ ଏହି ଶୁଣାଣି କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.