ନୂଆଦିଲ୍ଲୀ: ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ଯେକୌଣସି ଜଘନ୍ୟ ଅପରାଧ ପାଇଁ ସର୍ବାଧିକ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି । ଅନ୍ୟ ରାଷ୍ଟ୍ରମାନଙ୍କରେ ମୃତ୍ୟୁଦଣ୍ଡର ଏକାଧିକ ପଦ୍ଧତି କାର୍ଯ୍ୟକାରୀ ହେଉଥିବା ବେଳେ ଭାରତରେ ମାନବୀୟ ଦୃଷ୍ଟିକୋଣରୁ କେବଳ ଫାଶୀ ପଦ୍ଧତି ହିଁ ବ୍ୟବହାର କରାଯାଇଥାଏ । ତେବେ ଏବେ ଫାଶୀ ଠାରୁ ମଧ୍ୟ କମ ଯନ୍ତ୍ରଣାଦାୟକ ମୃତ୍ୟୁଦଣ୍ଡର ପ୍ରଣାଳୀ ଖୋଜିବା ଦିଗରେ ସର୍ବୋଚ୍ଚ କୋର୍ଟ ବିଚାର ବିମର୍ଶ କରୁଛନ୍ତି । ଫାଶୀ ଠାରୁ ଅନ୍ୟ କୌଣସି କମ ଯନ୍ତ୍ରଣାଦାୟକ ପ୍ରଣାଳୀରେ ମୃତ୍ୟୁଦଣ୍ଡ ସମ୍ଭବ କି ନୁହେଁ, ସେ ନେଇ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାରଙ୍କ ଠାରୁ ରିପୋର୍ଟ ମାଗିଛନ୍ତି ।
-
#BREAKING Supreme court mulls over an expert committee to see if death by hanging should be outlawed and if there is an alternative less painful and more humane method to execute death sentences
— Bar & Bench (@barandbench) March 21, 2023 " class="align-text-top noRightClick twitterSection" data="
Gives Attorney General for India time to inform court about any study conducted… https://t.co/XEa4pTfw4J pic.twitter.com/TpwFfKoAnq
">#BREAKING Supreme court mulls over an expert committee to see if death by hanging should be outlawed and if there is an alternative less painful and more humane method to execute death sentences
— Bar & Bench (@barandbench) March 21, 2023
Gives Attorney General for India time to inform court about any study conducted… https://t.co/XEa4pTfw4J pic.twitter.com/TpwFfKoAnq#BREAKING Supreme court mulls over an expert committee to see if death by hanging should be outlawed and if there is an alternative less painful and more humane method to execute death sentences
— Bar & Bench (@barandbench) March 21, 2023
Gives Attorney General for India time to inform court about any study conducted… https://t.co/XEa4pTfw4J pic.twitter.com/TpwFfKoAnq
ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବରେ ପି.ଏସ ନରସିହ୍ମାଙ୍କୁ ନେଇ ଦୁଇ ଜଣିଆ ଖଣ୍ଡପୀଠ ଏହି ସମ୍ପର୍କିତ ଏକ ମାମଲାର ଶୁଣାଣି କରି ମୃତ୍ୟୁଦଣ୍ଡ ପ୍ରଣାଳୀର ମାନବୀୟ ଦିଗ ଉପରେ ଗୁରୁତ୍ବ ଦେଇଥିଲେ । ଫାଶୀ ଦଣ୍ଡର ବିକଳ୍ପ ଭାବେ ବର୍ତ୍ତମାନ ସମୟରେ କୌଣସି ନୂତନ ପଦ୍ଧତି ବ୍ୟବହାର କରାଯାଇ ପାରିବ କି ନାହିଁ, ସେ ନେଇ କେନ୍ଦ୍ର ସରକାର ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ କହିଛନ୍ତି ।
ଆଇନଜୀବୀ ଋଷି ମାଲୋହୋତ୍ରାଙ୍କ ଦ୍ବାରା ଏହି ଆବେଦନ କରାଯାଇଥିଲା । ଫାଶୀ ଠାରୁ ମଧ୍ୟ କମ ଯନ୍ତ୍ରଣା ଓ ମାନବୀୟ ଭାବେ ଦୋଷୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ପାଇଁ ଏହି ଆବଦନରେ ଦର୍ଶାଯାଇଥିଲା । କୋର୍ଟ ଏହି ପ୍ରସଙ୍ଗରେ ଏକ ବିଶେଷଜ୍ଞ କମିଟି ମଧ୍ୟ ଗଠନ କରିପାରନ୍ତି । ଏହି ଉଚ୍ଚସ୍ତରୀୟ କମିଟିରେ ଚିକିତ୍ସା ବିଜ୍ଞାନ, ଆଇନ ବିଶେଷଜ୍ଞ ଓ ମାନବାଧିକାର କର୍ମୀ ମଧ୍ୟ ରହିବେ । ଏମ୍ସ ଡାକ୍ତର, ଜାତୀୟ ଆଇନ ବିଶ୍ବବିଦ୍ୟାଳୟ (NLU) ପ୍ରଫେସର ଓ ଅନ୍ୟ କିଛି କ୍ଷେତ୍ରରୁ ବିଶେଷଜ୍ଞ ଏହି ସମ୍ଭାବିତ କମିଟିରେ ସ୍ଥାନ ପାଇବେ ।
ଆଜି ଶୁଣାଣିରେ ଆବେଦନକାରୀ ଆଇନଜୀବୀ ଋଷି ମଲୋହୋତ୍ରା ଖଣ୍ଡପୀଠଙ୍କ ମସ୍ମୁଖରେ ତର୍କ ରଖିଥିଲେ ଯେ, 2017 ରେ କୋର୍ଟଙ୍କ ପ୍ରଦତ୍ତ ରାୟ ଅନୁସାରେ ମର୍ଯ୍ୟାାଦାପୂର୍ଣ୍ଣ ମୃତ୍ୟୁ ଜଣେ ନାଗରିକର ମୌଳିକ ଅଧିକାର । ଦୋଷୀ ସାବ୍ୟସ୍ତ ଜଣେ ବ୍ୟକ୍ତି ଫାଶି ମାଧ୍ୟମରେ ମୃତ୍ୟୁଦଣ୍ଡ ପାଇବା ବେଳେ ତାର ମର୍ଯ୍ୟାଦା କ୍ଷୂର୍ଣ୍ଣ ହେଉଛି । ଫାଶୀ ଦେବା ବେଳେ ପ୍ରକ୍ରିୟାରେ ସମାନ୍ୟ ତ୍ରୁଟି ମଧ୍ୟ ମୃତ୍ୟୁକୁ ବିଳମ୍ବ କରିପାରେ । ଏପରି ସ୍ଥଳରେ ବ୍ୟକ୍ତି ଅଧିକ ଯନ୍ତ୍ରଣାରେ ପ୍ରାଣତ୍ୟାଗ କରେ । ଯାହା ମାନବାଧିକାରର ଉଲଙ୍ଘନ ଓ ଏକ ବର୍ବର ପ୍ରକ୍ରିୟା ସଦୃଶ୍ୟ । ଏପରି ସ୍ଥଳେ ଏକାଧିକ ଦେଶରେ ମୃତ୍ୟୁଦଣ୍ଡ ପାଇଁ ଫାଶୀର ବ୍ୟବହାରକୁ ନିଷେଧ କରାଯାଇଛି । ବର୍ତ୍ତମାନ ସମୟରେ ସର୍ବନିମ୍ନ ଯନ୍ତ୍ରଣା ସହ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବା ଉପରେ ଚିନ୍ତା କରିବାକୁ ହେବା ନେଇ ଆବେଦନକାରୀ ଆଇନଜୀବୀ କହିଥିଲେ ।
ତେବେ ଏଥିରେ ଖଣ୍ଡପୀଠ କହିଥିଲେ, ବର୍ତ୍ତମାନ ସମୟରେ ସେପରି କିଛି ବିକଳ୍ପ ପଦ୍ଧତି ପାଇଁ ବିଜ୍ଞାନ ଅନୁମତି ଦେଉଛି କି ? ବିଷାକ୍ତ ଇନଜେକ୍ସନ ମାଧ୍ୟମରେ ମୃତ୍ୟୁଦଣ୍ଡର କାର୍ଯ୍ୟକାରିତା ନେଇ କୋର୍ଟ ପ୍ରଶ୍ନ ଉଠାଇଥଲେ । ଏହାକୁ ଆମେରିକାରେ ମଧ୍ୟ ନିଷେଧ ଘୋଷଣା କରାଯାଇଛି । ତେବେ ଭାରତରେ କ‘ଣ ବିକଳ୍ପ ହୋଇପାରେ, ସେନେଇ କେନ୍ଦ୍ର ଏକ ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରୁ ବୋଲି ଖଣ୍ଡପୀଠ କହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ’ ମାସ ଶେଷ ଭାଗରେ କରାଯିବା ନେଇ ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ