ETV Bharat / bharat

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଅବିବାହିତ ମହିଳା ବି ସ୍ବଇଚ୍ଛାରେ କରିପାରିବେ ଗର୍ଭପାତ

author img

By

Published : Sep 29, 2022, 1:59 PM IST

ଉଭୟ ବିବାହିତ ଓ ଅବିବାହିତ ମହିଳା ମଧ୍ୟ ସ୍ବଇଚ୍ଛାରେ କରିପାରିବେ ଗର୍ଭପାତ । ରାୟ ଶୁଣାଇଲେ ସର୍ବୋଚ୍ଚ କୋର୍ଟ (supreme court on abortion)। ଅଧିକ ପଢନ୍ତୁ

SC says all women married or unmarried entitled to safe and legal abortion

ନୂଆଦିଲ୍ଲୀ: ମହିଳା ଅଧିକାରକୁ ନେଇ ସର୍ବୋଚ୍ଚ କୋର୍ଟ ଆଜି ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି । କୋର୍ଟ କହିଛନ୍ତି ପ୍ରତ୍ୟେକ ମହିଳାଙ୍କର ସ୍ବଇଚ୍ଛାରେ ଗର୍ଭପାତ କରିବାର ଅଧିକାର ଅଛି । ସେ ବିବାହିତ ହୁଅନ୍ତୁ କିମ୍ବା ଅବିବାହିତ (supreme court on abortion)। ନିଜ ଇଚ୍ଛାରେ ପ୍ରତ୍ୟେକ ମହିଳା ଏସମ୍ପର୍କିତ ନିଷ୍ପତ୍ତି ନେବା ପାଇଁ ଆଇନଗତ ଭାବେ ସ୍ବାଧୀନ । ତେଣୁ ପୂର୍ବରୁ ଏହି ଅଧିକାର ଆଇନଗତ ଭାବେ କେବଳ ବିବାହିତ ମହିଳାଙ୍କୁ ମିଳୁଥିବା ବେଳେ ଅବିବାହିତ ମହିଳାଙ୍କୁ ଏହି ଅଧିକାରରୁ ବଞ୍ଚିତ କରିବା ଉଚିତ ନୁହେଁ ।

ଆଜି ଏହି ସମ୍ପର୍କିତ ମାମଲାର ସଂରକ୍ଷିତ ରାୟ ପ୍ରକାଶ କରିିଥିଲେ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ 3 ଜଣିଆ ଖଣ୍ଡପୀଠ । ଖଣ୍ଡପୀଠ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି କି ବିବାହିତ ମହିଳାମାନଙ୍କ କ୍ଷେତ୍ରରେ କେବଳ ଗର୍ଭପାତର ଆବଶ୍ୟକତା ରହିଛି ତାହା ଋଢିବାଦୀ ଚିନ୍ତାଧାରା । MTP ଆକ୍ଟରେ ବିବାହିତ ମହିଳାଙ୍କୁ ଏହି ଅଧିକାର ପ୍ରଦାନ କରାଯାଇଛି । କିନ୍ତୁ ଅବିବାହିତ ମହିଳାଙ୍କୁ ମଧ୍ୟ ସମାନ ଅଧିକାରରୁ ବଞ୍ଚିତ କରିପାରିବ ନାହିଁ । ଯଦି ଜଣେ ଅବିବାହିତ ମହିଳା ନିଜ ଇଚ୍ଛାରେ ଏପରି କରିବାକୁ ନିଷ୍ପତ୍ତି ନେଇଥାଏ ତେବେ ସେ ଅଧିକୃତ ବୋଲି କୋର୍ଟ କହିଥିଲେ । କୋର୍ଟ ଆହୁରି ମଧ୍ୟ କହିଛନ୍ତି ମେଡିକାଲ ଟର୍ମିମେସନ ଅଫ ପ୍ରେଗ୍ରେନ୍ସି ଆକ୍ଟ ଅନୁସାରେ ପତି ଦ୍ବାରା ବଳ ପୂର୍ବକ ଭାବେ ଶାରିରୀକ ସମ୍ପର୍କକୁ ମଧ୍ୟ ବୈବାହିକ ଦୁଷ୍କର୍ମ ବୋଲି ଚିତ୍ରଣ କରାଯିବାର ଆବଶ୍ୟକତା ରହିଛି ।

କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, ଯେ MTP ଆକ୍ଟ ଅନୁସାରେ ଉଭୟ ବିବାହିତ ଓ ଅବିବାହିତ ମହିଳାମାନେ ନିଜ ଇଚ୍ଛା ଅନୁସାରେ ଗର୍ଭପାତ କରିପାରିବେ, କିନ୍ତୁ ଏଥିପାଇଁ ପୂର୍ବ ସର୍ତ୍ତାବଳୀ ମଧ୍ୟ ଅନୁପାଳନ କରିବାକୁ ପଡିବ । ଗର୍ଭାବସ୍ଥାର 24 ସପ୍ତାହ ମଧ୍ୟରେ ହିଁ ଏପରି କରିବା ପାଇଁ ମହିଳାମାନେ ନିଷ୍ପତ୍ତି ଗ୍ରହଣ କରିପାରିବେ । ଏପରି ନିୟମ ପୂର୍ବରୁ କେବଳ ବିବାହିତ ମହିଳାଙ୍କ ପାଇଁ ରହିଥିଲା ବେଳେ ଅବିବାହିତ ମହିଳାଙ୍କୁ ଏପରି କ୍ଷେତ୍ରରେ ଗର୍ଭପାତର ଆଇନଗତ ଅଧିକାର ନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.