ETV Bharat / bharat

ଭାରତୀୟ VIPଙ୍କ ଉପରେ ଡ୍ରାଗନର ନଜର ! ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ଭାରତର କିଛି ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ଉପରେ ଡ୍ରାଗନର ନଜର ଥିବା ନେଇ ସାମ୍ନାକୁ ଆସିଥିଲା ଖବର । ଏନେଇ କେନ୍ଦ୍ର ସରକାରଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା ଯାଚିକା । ହେଲେ ବୁଧବାର ଏହାର ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

ଭାରତୀୟ ଭିଆଇପିଙ୍କ ଉପରେ ଡ୍ରାଗନର ନଜର, ଯାଚିକା ଶୁଣାଣିକୁ ସୁପ୍ରିମକୋର୍ଟଙ୍କ ନା

author img

By

Published : Feb 3, 2021, 9:08 PM IST

ନୂଆଦିଲ୍ଲୀ: ଲଦାଖ ସୀମାରେ ଚୀନ ସହ ସଂଘର୍ଷ ମଧ୍ୟରେ ଭାରତର କିଛି ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ଉପରେ ଡ୍ରାଗନର ନଜର ଥିବା ନେଇ ସାମ୍ନାକୁ ଆସିଥିଲା ଖବର । ଏନେଇ କେନ୍ଦ୍ର ସରକାରଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା ଯାଚିକା । ହେଲେ ବୁଧବାର ଏହାର ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରମକୋର୍ଟ ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ବେଞ୍ଚ ଏହି ଆବେଦନର ଶୁଣାଣି କରିବାକୁ ମନା କରିଦେଇଛନ୍ତି । ତେବେ ଆବେଦନକାରୀଙ୍କୁ କେନ୍ଦ୍ର ସରକାରଙ୍କ ଦ୍ବାରସ୍ତ ହେବାକୁ କହିଛନ୍ତି କୋର୍ଟ । ଏହା ସମ୍ବେଦନଶୀଳ ମାମଲା ହୋଇଥିବାରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆଗରେ ଏବାବଦରେ ତଥ୍ୟ ଉପସ୍ଥାପନା କରିବାକୁ କୋର୍ଟ ଆବେଦନକାରୀଙ୍କୁ ଅନୁମତି ଦେଇଛନ୍ତି ।

ସେଭ୍ ଫେମ୍ ଇଣ୍ଡିଆ ଫାଉଣ୍ଡେସନ ନାଁରେ ଏକ ଏନଜିଓ ଜନସ୍ବାର୍ଥ ମାମଲା ଦାଏର କରିଥିଲା । ଭାରତରେ ଚୀନ ଦ୍ବାରା ପରିଚାଳିତ ଡିଜିଟାଲ ମନି ଆପ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (NBFC) ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନରେ ଅନୁରୋଧ କରାଯାଇଥିଲା ।

ଭାରତର ଭିଆଇପିଙ୍କ ଉପରେ ଡ୍ରାଗନର ନଜର ନେଇ କିଛି ମାସ ପୂର୍ବରୁ ଖବର ସାମ୍ନାକୁ ଆସିଥିଲା । ଏହାପରେ ଆଲର୍ଟ ହୋଇଯାଇଥିଲା ଭାରତୀୟ ଗୁଇନ୍ଦା ବିଭାଗ । ରିପୋର୍ଟ ଅନୁଯାୟୀ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ବଡ଼ ବଡ଼ ନେତାଙ୍କ ବାବଦରେ ବର୍ତ୍ତମାନ ସମୟର ତଥ୍ୟ ସଂଗ୍ରହ କରୁଛି ଚୀନ । ତେବେ ଚୀନର ସ୍କାନରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିରୋଧି ଦଳ ନେତା ସୋନିଆ ଗାନ୍ଧୀ ଓ ତାଙ୍କ ପରିବାର, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୧୬ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ମଧ୍ୟ ସାମିଲଥିବା ରିପୋର୍ଟରେ କୁହାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.