ETV Bharat / bharat

Hijab Row: ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ - ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

ହିଜାବ ବିବାଦ ମାମଲାରେ ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ । ଏହାକୁ ଜାତୀୟ ସ୍ତରର ପ୍ରସଙ୍ଗ ନ କରିବାକୁ କହିଲେ ସର୍ବୋଚ୍ଚ ନ୍ୟାୟଳୟ । ଅଧିକ ପଢନ୍ତୁ

ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ
ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ
author img

By

Published : Feb 11, 2022, 12:23 PM IST

Updated : Feb 11, 2022, 1:54 PM IST

ନୂଆଦିଲ୍ଲୀ: ହିଜାବ ବିବାଦ ମାମଲାରେ ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ । ଏହାକୁ ଜାତୀୟ ସ୍ତରର ପ୍ରସଙ୍ଗ ନ କରିବାକୁ କହିଲେ ସର୍ବୋଚ୍ଚ ନ୍ୟାୟାଳୟ । କର୍ଣ୍ଣାଟକ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ବିରୋଧରେ ହୋଇଥିବା ଆବେଦନ ଉପରେ ଏପରି କହିଛନ୍ତି ସୁପ୍ରିମକୋର୍ଟ । ପରବର୍ତ୍ତୀ ଶୁଣାଣି ଯାଏଁ ଧାର୍ମିକ ପୋଷାକ ପିନ୍ଧିବା ଉପରେ ରୋକ୍ ଲଗାଇଥିଲେ ହାଇକୋର୍ଟ ।

ହିଜାବ ପ୍ରସଙ୍ଗକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଯାହା ଘଟୁଛି ଆମେ ସେ ସମ୍ପର୍କରେ ଅବଗତ ଅଛୁ । ଦିଲ୍ଲୀକୁ ଆଣିବା ନିମନ୍ତେ ଏହା କ’ଣ ଜାତୀୟ ସ୍ତରର ଘଟଣା। ଏହାକୁ ଜାତୀୟ ପ୍ରସଙ୍ଗ ନ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । ଠିକ୍‌ ସମୟରେ ଏହାର ଶୁଣାଣି ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । କର୍ଣ୍ଣାଟକ ହାଇକୋର୍ଟ ପକ୍ଷରୁ ଗତକାଲି (ଗୁରୁବାର) ଏହି ମାମଲାର ଶୁଣାଣି କରାଯାଇ ଶିକ୍ଷାନୁଷ୍ଠାନ ଖୋଲିବାକୁ କୁହାଯିବା ସହ ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ୟୁନିଫର୍ମ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି ।

ଆସନ୍ତା ସୋମବାର ଏହାର ଶୁଣାଣି ହେବ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାକୁ ବିରୋଧ କରି ଜଣେ ଛାତ୍ରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ହିଜାବ ପରିଧାନ କରିବା ସେମାନଙ୍କ ସାମ୍ବିଧାନିକ ଅଧିକାର ଅନ୍ତର୍ଭୁକ୍ତ । ତେଣୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ସେମାନଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କରୁଛି ବୋଲି ଦର୍ଶାଇଛନ୍ତି ।

ହିଜାବକୁ ନେଇ ବର୍ତ୍ତମାନ ବିବାଦ ବଢିବାରେ ଲାଗିଛି । କର୍ଣ୍ଣାଟକରେ ଉଗ୍ର ରୂପ ନେଇଛି ହିଜାବ ଝଡ । ଏନେଇ ରାଜ୍ୟ ବ୍ୟାପୀ ଜୋରଦାର ହଙ୍ଗାମା ଜାରି ରହିଛି । ଗତ ୮ ତାରିଖରେ କର୍ଣ୍ଣାଟକରେ ଦିନବ୍ୟାପୀ କେତେକ କଲେଜ ଛାତ୍ରାଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାଜ୍ୟରେ ପ୍ରାୟ ସବୁ ଜିଲ୍ଲାରେ ହିଜାବ ବା ହେଡସ୍କାର୍ଫ ପିନ୍ଧିବା ସପକ୍ଷରେ ଓ ବିପକ୍ଷରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ବିବାଦ ବଢୁଥିବା ଦେଖି ରାଜ୍ୟ ସରକାର ୩ ଦିନ ସ୍କୁଲ ଓ କଲେଜ ବନ୍ଦ କରିବାକୁ ଘୋଷଣା କରିଥିଲେ । ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।

@ANI

Last Updated : Feb 11, 2022, 1:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.