ETV Bharat / bharat

କଂଗ୍ରେସ ନେତା ପବନ ଖେଡ଼ାଙ୍କୁ ଝଟକା, ମୋଦି ବିରୋଧୀ ମନ୍ତବ୍ୟ ମାମଲା ଖାରଜ ପାଇଁ ମନା କଲେ ସୁପ୍ରିମକୋର୍ଟ

FIR against Congress leader: ମୋଦି ବିରୋଧୀ ମନ୍ତବ୍ୟ ମାମଲାରେ କଂଗ୍ରେସ ନେତା ପବନ ଖେଡ଼ାଙ୍କ ବିରୋଧରେ ଜାରି ରହିବ ଅପରାଧିକ ମାମଲା । ଏତଲା ଖାରଜ ପାଇଁ ମନା କଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 4, 2024, 3:37 PM IST

କଂଗ୍ରେସ ନେତା ପଓ୍ବନ ଖେଡାଙ୍କୁ ଝଟକା, ମୋଦି ବିରୋଧୀ ମନ୍ତବ୍ୟ ମାମଲାରେ ଏତଲା ଖାରଜ ପାଇଁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିତାଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେବା ମାମଲାରେ କଂଗ୍ରେସର ବରିଷ୍ଠ ନେତା ପବନ ଖେଡାଙ୍କ ସମସ୍ୟା ବଢିବାକୁ ଯାଉଛି । ଆଜି ସୁପ୍ରିମକୋର୍ଟ ଏହି ମାମଲାରେ ଖେଡା଼ଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଖାରଜ କରିବାକୁ ମନା କରି ଦେଇଛନ୍ତି । ତେଣୁ ପବନ ଖେଡ଼ାଙ୍କ ବିରୋଧରେ ଏବେ ଅପରାଧିକ ମାମଲା ଜାରି ରହିବ । ଏହାପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ମଧ୍ୟ ଖେଡ଼ାଙ୍କ ପକ୍ଷରୁ କରାଯାଇଥିବା ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ।

ବରିଷ୍ଠ କଂଗ୍ରେସ ନେତା ତଥା ଦଳର ଜାତୀୟ ମୁଖପାତ୍ର ପବନ ଖେଡ଼ା ତାଙ୍କ ବିରୋଧରେ ଜାରି ହୋଇଥିବା ଅପରାଧିକ ମାନହାନୀ ମାମଲା ଖାରଜ କରିବା ପାଇଁ ପ୍ରଥମେ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିଥିଲେ । ହେଲେ ସେଠାରୁ ତାଙ୍କୁ ନିରାଶ ହେବାକୁ ପଡିଥିଲା । କୋର୍ଟ ଏହି ମାମଲାକୁ ଖାରଜ କରିଦେବା ପରେ ଏହାକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଖେଡା । ଆଜି ସର୍ବୋଚ୍ଚ କୋର୍ଟରେ ଜଷ୍ଟିସ ବି.ଆର ଗାଭାଇଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଖେଡାଙ୍କୁ କୌଣସି ଆଶ୍ବସ୍ତି ଦେବାକୁ ମନା କରିଛନ୍ତି ।

ଗତବର୍ଷ ଫେବୃଆରୀ 17 ତାରିଖରେ ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ପବନ ଖେଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାଲୋଚନା କରିବାକୁ ଯାଇ ତାଙ୍କ ଦିବଙ୍ଗତ ପିତାଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ପରେ ସେ ଏହାକୁ ଏକ ତ୍ରୁଟି ବୋଲି କହିବା ସହ କ୍ଷମା ମଧ୍ୟ ପ୍ରାର୍ଥନା କରିଥିଲେ । ତଥାପି ତାଙ୍କ ବିରୋଧରେ ଉତ୍ତର ପ୍ରଦେଶ ଓ ଆସାମରେ ଏକାଧିକ ମାମଲା ରୁଜୁ ହୋଇଥିଲା । ଫେବୃଆରୀ 23 ତାରିଖରେ ଦିଲ୍ଲୀ ବିମାନ ବନ୍ଦରରେ ଆସାମ ପୋଲିସ ବିମାନ ଅଟକାଇ ଖେଡାଙ୍କୁ ନାଟକୀୟ ଭାବେ ଗିରଫ ମଧ୍ୟ କରିଥିଲା । ହେଲେ ସେତେବେଳେ ସୁପ୍ରିମକୋର୍ଟ ଖେଡାଙ୍କ ଗିରଫଦାରୀ ଉପରେ ରୋକ ଲଗାଇବା ସହ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ ।

ମାମଲାକୁ ତଳକୋର୍ଟକୁ ସ୍ଥାନାନ୍ତର କରିଥିଲେ ସର୍ବୋଚ୍ଚ କୋର୍ଟ । ଉତ୍ତର ପ୍ରଦେଶର ଏକ ସ୍ଥାନୀୟ କୋର୍ଟରେ ଖେଡାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ଦାଏର ହୋଇଥିବା ସମସ୍ତ ମାମଲାର ଏକତ୍ର ଶୁଣାଣି ଜାରି ରହିଛି । ତେବେ ଖେଡା ଆହ୍ଲାବାଦ ହାଇକୋର୍ଟରେ ଏହି ମାମଲା ଖାରଜ କରିବା ପାଇଁ ଆବେଦନ କରିଥିଲେ । ଗତବର୍ଷ ଅଗଷ୍ଟ 17 ତାରିଖରେ ଅହ୍ଲାବାଦ ହାଇକୋର୍ଟ ଖେଡାଙ୍କ ଏହି ଆବେଦନକୁ ଖାରଜ କରିଦେଇଥିଲେ । ଏବେ ସର୍ବୋଚ୍ଚ କୋର୍ଟରୁ ଆଶ୍ବସ୍ତି ପାଇବାରେ ନିରାଶ ହେବା ପରେ ଖେଡାଙ୍କ ଅଡୁଆ ବଢିବାକୁ ଯାଉଛି । ତାଙ୍କ ଗିରଫଦାରୀ ଆଶଙ୍କା ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ :- ବିଜେପି ଚାହୁଁଛି ମୁଁ ଲୋକସଭା ନିର୍ବାଚନରେ ପ୍ରଚାର ନକରେ: ଅରବିନ୍ଦ କେଜ୍ରିଓ୍ବାଲ

ସମାନ ମାମଲା ଦଳର ଷ୍ଟାରପ୍ରଚାରକ ରାହୁଲ ଗାନ୍ଧୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ବର୍ଷ 2019 ରେ କର୍ଣ୍ଣାଟକରେ ଏକ ନିର୍ବାଚନୀ ସଭାରେ ‘ମୋଦି ସାଙ୍ଗିଆ’ ବିବାଦୀୟ ବୟାନ ଦେଇ ରାହୁଲ ଅପରାଧିକ ମାନହାନୀ ମାମଲାର ସାମ୍ନା କରିଥିଲେ । ଯାହା ପରବର୍ତ୍ତୀ ସମୟରେ ତାଙ୍କ ରାଜନୈତିକ କ୍ୟାରିୟରରେ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଗୁଜୁରାଟର ଏକ ସ୍ଥାନୀୟ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 2 ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ । ଏହା ପରେ ତାଙ୍କର ଲୋକସଭା ସଦସ୍ୟତା ମଧ୍ୟ ରଦ୍ଦ କରିଦିଆଯାଇଥିଲା । ଦୀର୍ଘ ମାସର ଆଇନଗତ ଲଢେଇ ପରେ ସର୍ବୋଚ୍ଚ କୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବା ପରେ ସେ ସଦସ୍ୟତା ଫେରି ପାଇବା ପାଇଁ ସକ୍ଷମ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.