ETV Bharat / bharat

ତୁରନ୍ତ NEET-UG ରେଜଲ୍ଟ ପ୍ରକାଶ କର: ସୁପ୍ରିମକୋର୍ଟ

author img

By

Published : Oct 28, 2021, 1:43 PM IST

ଖୁବଶୀଘ୍ର ପ୍ରକାଶ ପାଇବ NEET-UG ମେଡିକାଲ ପରୀକ୍ଷା ରେଜଲ୍ଟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟଙ୍କ ଅନୁମତି । ଅଧିକ ପଢନ୍ତୁ...

ତୁରନ୍ତ NEET-UG ରେଜଲ୍ଟ ପ୍ରକାଶ କର: ସୁପ୍ରିମକୋର୍ଟ
ତୁରନ୍ତ NEET-UG ରେଜଲ୍ଟ ପ୍ରକାଶ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଖୁବଶୀଘ୍ର ପ୍ରକାଶ ପାଇବ NEET-UG ମେଡିକାଲ ପରୀକ୍ଷା ରେଜଲ୍ଟ । ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇ ସୁପ୍ରିମକୋର୍ଟ ଏହି ଫଳାଫଳ ଘୋଷଣା କରିବାକୁ ଅନୁମତି ଦେଇଛନ୍ତି । ଦୁଇ ଛାତ୍ରଙ୍କ ଅଭିଯୋଗ ପରେ ଫଳାଫଳ ଉପରେ ରୋକ ଲଗାଇଥିଲେ ବମ୍ବେ ହାଇକୋର୍ଟ ।

ସୂଚନା ଅନୁସାରେ, NEET ପରୀକ୍ଷା ଦେଇଥିବା ୨ ଜଣ ଛାତ୍ର ତାଙ୍କ ବୁକ୍‌ଲେଟ୍‌ ଏବଂ ଓଏମ୍‌ଆର୍‌ ସିଟ୍‌ରେ ହେରଫେର ହୋଇଥିବା ଅଭିଯୋଗ କରିଥିଲେ । ଏହାପରେ ସେପ୍ଟେମ୍ବର ୧୨ ତାରିଖରେ ବମ୍ୱେ ହାଇକୋର୍ଟ ଫଳାପଳ ଘୋଷଣା ନ କରିବାକୁ ନିଷ୍ପତ୍ତି ନେଇଥିଲେ । ବମ୍ବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ନିଟ୍‌ ଫଳାଫଳରେ ବିଳମ୍ବ ହେବା ଯୋଗୁଁ ଗ୍ରାଜୁଏଟ୍‌ ମେଡିକାଲ ଆଡମିଶନ ପ୍ରଭାବିତ ହେଉଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଆବେଦନରେ କୁହାଯାଇଥିଲା ।

ଏହି ଆବେଦନର ଆଜି ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଜଷ୍ଟିସ ଏନ୍‌ ନାଗେଶ୍ୱର ରାଓ, ଦିନେଶ ମହେଶ୍ୱରୀ ଏବଂ ବିଆର୍‌ ଗୱଇ ଶୁଣାଣି କରି ଯଥାଶୀଘ୍ର ଫଳାଫଳ ପ୍ରକାଶ କରିବାକୁ କହିଛନ୍ତି । ଦୁଇ ଜଣ ଛାତ୍ରଙ୍କ ପାଇଁ ୧୬ ଲକ୍ଷ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଅଟକାଇବା ଉଚିତ୍‌ ନୁହଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ଏହାକୁ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି ।

ଅନ୍ୟପଟେ ଅଭିଯୋଗ କରିଥିବା ୨ ଛାତ୍ରଙ୍କ ପକ୍ଷରୁ ମଧ୍ୟ ଯୁକ୍ତି ବାଢିଛନ୍ତି ଓକିଲ ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ । ସେ କହିଛନ୍ତି ଯେ, ଏହି ୨ ଛାତ୍ରଙ୍କ ପାଇଁ ଅନ୍ୟ ବାଟ ବାହାର କରିବା ଉଚିତ୍ । ଏନେଇ NEETକୁ ନୋଟିସ ଜାରିକରି ଜବାବ ମାଗିଛନ୍ତି କୋର୍ଟ । ଦୀପାବଳି ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.